Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଭିଜିଲାନ୍ସ ଜାଲରେ ଫୁଲବାଣୀ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ

28/06/2019 at 10:22 AM

କନ୍ଧମାଳ ୨୮|୬: ଭିଜିଲାନ୍ସ ଜାଲରେ ଫୁଲବାଣୀ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ରାଧାମୋହନ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଧାମୋହନଙ୍କ କାର୍ଯ୍ୟାଳୟ ସହ ବାସଭବନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ ।

ଫୁଲବାଣୀ ପୌରପାଳିକା ନିର୍ବାହୀ ଅଧିକାରୀ ରାଧାମୋହନ ବେହେରାଙ୍କ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ । ବ୍ରହ୍ମପୁର ଜୟଦୁର୍ଗା ନଗର, ଜରଡା ଥାନା ଅନ୍ତର୍ଗତ ତୁରୁବୁଡି ଠାରେ ଶ୍ବଶୁରଙ୍କ ଘର, ଫୁଲବାଣୀ ସରକାରୀ ବାସଭବନ, ପୌରପାଳିକା କାର୍ଯ୍ୟାଳୟ ଏବଂ ଅନ୍ୟ ସହଯୋଗୀଙ୍କ ଘର ଉପରେ ଚଢାଉ ଚାଲିଥିବା ସୂଚନା ଦେଲେ ବ୍ରହ୍ମପୁର ଭିଜିଲାନ୍ସ ଏସପି ମାୟାଧର ସ୍ବାଇଁ ।

ବ୍ରହ୍ମପୁର ଠାରେ ଚଢାଉ ବାସଭବନରୁ ବିପୁଳ ପରିମାଣର ସୁନା ଅଳଙ୍କାର, ରୁପା ଅଳଙ୍କାର, ଲକ୍ଷାଧିକ ନଗଦ ଟଙ୍କା, ବିଭିନ୍ନ ବ୍ୟାଙ୍କର ପାସବୁକ୍,  ଡୁରା ଠାରେ ଥିବା ୧୮୦୦ ସ୍କୋୟାର୍ ଫୁଟ୍ ପ୍ଲଟ୍ ର ଦସ୍ତାବିଜ୍ ସହ ଅନ୍ୟାନ୍ୟ ସାମଗ୍ରୀ ଠୁଳ ହୋଇଥିବା ଜଣାପଡିଛି । ଚଢାଉ ସରିବା ପରେ  ଆୟ ବର୍ହିଭୂତ ସଂପତ୍ତି ଠୁଳର ପରିମାଣ ଜଣାପଡିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।

   Related Posts