Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୫୨ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଡିସଚାର୍ଜ
  • ||
  • ବିଧାୟିକାଙ୍କ ଘର ଆଗରେ ବୋମାମାଡ଼, ଦୁଇ ସମର୍ଥକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତକୁ ମିଳିଲା ଆଉ ଏକ ପଦକ, ୫୭ କେଜି କୁସ୍ତିରେ ରବି ଦାହିୟା ଜିତିଲେ ରୌପ୍ୟ ପଦକ
  • ||
  • ଜଗତସିଂହପୁର : ଶୁକ୍ରବାର ଖୋଲିବ ଝଙ୍କଡ ସ୍ଥିତ ମା’ ଶାରଳାଙ୍କ ମନ୍ଦିର, ଖୋଲିବ ଗୋରେଖନାଥଙ୍କ ପୀଠ
  • ||
  • କଟକ : ସ୍କୁଟି ମିଳିଥିଲା ମଧୁସୂଦନ ସେତୁରୁ, ମୃତଦେହ ମିଳିଲା ଯୋବ୍ରା ଆନିକଟରୁ : ମଙ୍ଗଳବାରଠୁ ଥିଲେ ନିଖୋଜ
  • ||
  • ବଡବିଲ : ରାସ୍ତା କଡକୁ ଓଲଟି ହୁତୁହୁତୁ ହୋଇ ଜଳିଗଲା ହାଇୱା
  • ||
  • ଭୁବନେଶ୍ବର : ରାଜ୍ୟ ମାନବାଧିକାର ଆୟୋଗରେ ଅଗ୍ନିକାଣ୍ଡ, ଏସି ସଟ୍ ସର୍କିଟ୍‌ରୁ ନିଆଁ ଲାଗିଥିବା ସୂଚନା
  • ||
  • ରାଉରକେଲା : ବଡଧରଣର ଜିଏସ୍‌ଟି ଠକେଇ, ବନ୍ଧାହେଲା ୮୦ କୋଟି ଟଙ୍କା ଠକିନେଇଥିବା ଠକ
  • ||
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • କଟକ : ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||

ଅଯୋଧ୍ୟା ରାମ ମନ୍ଦିରର ଜାରି ହେଲା ପ୍ରଥମ ଫଟୋ : ଜାଣନ୍ତୁ କ’ଣ ରହିଛି ଏହି ମନ୍ଦିରର ବିଶେଷତ୍ବ

4/08/2020 at 6:25 PM

ଅଯୋଧ୍ୟା ୪/୮: ଭଗବାନ ରାମଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଆସନ୍ତା କାଲି ଅର୍ଥାତ୍ ଅଗଷ୍ଟ ୫ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ମନ୍ଦିର ନିର୍ମାଣ ପାଇଁ ପ୍ରଥମ ଇଟା ରଖାଯିବା ପରେ ମନ୍ଦିର ନିର୍ମାଣ ନିର୍ବାଧ ପ୍ରକ୍ରିୟା ସହ ଆରମ୍ଭ କରି ଦିଆଯିବ। ଏହି ସମୟରେ ମନ୍ଦିର ନିର୍ମାଣ ପାଇଁ ହୋଇଥିବା ଟ୍ରଷ୍ଟ ଭବ୍ୟ ମନ୍ଦିରର ପ୍ରସ୍ତାବିତ ମଡେଲର ଫଟୋ ଜାରି କରି ଦେଇଛି।

ମନ୍ଦିରର ଏହି ଡିଜାଇନ ବାସ୍ତୁକାର ନିଖିଲ ସୋମପୁରା ପ୍ରସ୍ତୁତ କରିଛନ୍ତି। ୧୯୮୯ମସିହାରେ ପ୍ରସ୍ତାବିତ ମନ୍ଦିରର ମଡେଲରେ ପରିବର୍ତ୍ତନ କରି ଏହାକୁ ଆହୁରି ଭବ୍ୟ କରି ଦେଇଛନ୍ତି।

ପ୍ରଥମେ ମନ୍ଦିରର ମୁଖ୍ୟ ଶିଖରର ଉଚ୍ଚତା ୧୨୮ଫୁଟ ଥିଲା। ଏବେ ଏହା ୧୬୧ଫୁଟ ହେବ। ଏହା ସହିତ ହିଁ ଗମ୍ବୁଜର ସଂଖ୍ୟା ୩ରୁ ବଢ଼ାଇ ୫କରି ଦିଆଯାଇଛି। ମନ୍ଦିରର ଭୂମିର ଆକାର ମଧ୍ୟ ବଢ଼ାଇ ଦିଆଯାଇଛି।

ରାମ ମନ୍ଦିରର ଉଚ୍ଚତାରେ ୩୩ଫୁଟର ବୃଦ୍ଧି କରାଯାଇଛି। ଏହି କାରଣରୁ ଆଉ ଏକ ମହଲା ବଢ଼ାଇବାକୁ ପଡ଼ିଛି। ମନ୍ଦିରର ପୁରୁଣା ମଡେଲ୍ ହିସାବରେ ମନ୍ଦିରର ଲମ୍ବ ୨୬୮ଫୁଟ ୫ଇଞ୍ଚ ଥିଲା। ଏହାକୁ ବଢ଼ାଇ ୨୮୦-୩୦୦ ଫୁଟ କରାଯାଇପାରିବ। ମନ୍ଦିର ନିର୍ମାଣ ହେବାକୁ ୩ରୁ ସାଢ଼େ ବର୍ଷ ସମୟ ଲାଗିବ।

ରାମ ମନ୍ଦିରର ୫ଗମ୍ବୁଜ ତଳ ଭାଗରେ ୪ଭାଗ ରହିବ। ଏଥିରେ ସିଂହଦ୍ବାର,ନୃତ୍ୟ ମଣ୍ଡପ,ରଙ୍ଗ ମଣ୍ଡପ ନିର୍ମିତ ହେବ। ଏଠାରେ ଶ୍ରଦ୍ଧାଳୁଙ୍କ ବସିବା,ବୁଲିବା ଏବଂ ବିବିଧ କାର୍ଯ୍ୟକ୍ରମ ଆୟୋଜିତ କରିବା ପାଇଁ ସ୍ଥାନ ରହିବ।

ମନ୍ଦିରରେ ଲାଗିବାକୁ ଥିବା ପଥର ସଫା କରି ଚମକାଇବାର କାମ ଦିଲ୍ଲୀର କମ୍ପାନୀ କରୁଛି। ମାଟି ପରୀକ୍ଷଣ ରିପୋର୍ଟ ଆଧାରରେ ମନ୍ଦିର ପାଇଁ ତୀକ୍ଷଣ ଖୋଦନ ହେବ। ଏହା ୨୦ରୁ ୨୫ଫୁଟ ଗଭୀର ହୋଇପାରେ।

ପ୍ଲାଟଫର୍ମ କେତେ ଉଚ୍ଚ ହେବ ଏହାର ନିର୍ଣ୍ଣୟ ରାମ ମନ୍ଦିର ଟ୍ରଷ୍ଟ କରିବ। ଏବେ ୧୨ଫୁଟରୁ ୧୪ଫୁଟ ଉଚ୍ଚତା କଥା ଆଲୋଚନା ଚାଲିଛି। ରାମ ମନ୍ଦିରର ନୂଆ ମଡେଲ୍ ମୁତାବକ,ପୂରା ମନ୍ଦିରରେ ମୋଟ ୩୧୮ଟି ସ୍ତମ୍ଭ ରହିବ। ମନ୍ଦିରର ପ୍ରତ୍ୟେକ ତଳରେ ୧୦୬ସ୍ତମ୍ଭ ନିର୍ମିତ ହେବ।

ମନ୍ଦିର ନିର୍ମାଣ ହେବାକୁ ଅତି କମରେ ୧୦୦କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଖର୍ଚ୍ଚ ବଢ଼ି ବି ପାରେ। ରାମ ମନ୍ଦିରର ଡିଜାଇନ୍ ନାଗର ଷ୍ଟାଇଲର। ଏହାକୁ ଶିଳ୍ପ ଶାନ୍ତ୍ରକୁ ମୁଣ୍ଡରେ ରଖି କରାଯାଇଛି।

 

   Related Posts