Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେତୁନାହାଁନ୍ତି ଅମାନିଆ : ବିଭିନ୍ନ ଆଳ କରି ବଜାରରେ ବୁଲୁଛନ୍ତି, ଫାଇନ୍ ବି ଗଣୁଛନ୍ତି
  • ||
  • ‘ଟିକାରୁ ଜିଏସଟି ଛାଡ କର’ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
  • ||
  • ଭୟଙ୍କର : ୨୪ ଘଣ୍ଟାରେ ଦେଶରେ ବାହାରିଲେ ୪ ଲକ୍ଷ ୧୪ ହଜାରରୁ ଅଧିକ ପଜିଟିଭ୍, ୩୯୧୫ ମୃତ
  • ||
  • କରୋନା ରୋଗୀଙ୍କୁ ମେଡିସିନ୍ ନେଇ ଜାରି ହେଲା ଏସଓପି : ଆକ୍ରାନ୍ତଙ୍କୁ ଇଞ୍ଜେକ୍ସନ ଦେବା ପୂର୍ବରୁ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା
  • ||
  • ରାଜସ୍ଥାନରେ ୧୪ ଦିନିଆ ଲକ୍‌ଡାଉନ୍‌ ଲଗାଇଲେ ସରକାର, ୩୧ ଯାଏଁ ହୋଇପାରିବନି ବିବାହ
  • ||
  • ପଶୁପକ୍ଷୀଙ୍କୁ ମଧ୍ୟ ହେଉଛି କରୋନା, ଆଗରୁ ଆହୁରି ହେବେ ସଂକ୍ରମିତ ! ଚିନ୍ତାରେ ସରକାର
  • ||
  • ଛୋଟ ପିଲାଙ୍କ ପ୍ରତି ବିପଦ ବେଶୀ, ଦୈନିକ ୫୦୦ ଶିଶୁ ହେଉଛନ୍ତି କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ୨୧୪୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଗାଁ ନିକଟରେ ବୁଲୁଛି ଗୋଠଛଡା ଦନ୍ତା, ଗ୍ରାମବାସୀ ଭୟଭୀତ
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

ଥାନାରେ ଟଙ୍ଗାଯିବ ଦୁର୍ନୀତିଗ୍ରସ୍ତ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ଫଟୋ, ସୋସିଆଲ ମିଡିଆରେ ହେବ ସେୟାର

16/11/2020 at 6:20 PM

ନୂଆଦିଲ୍ଲୀ ୧୬।୧୧: ପୋଲିସ ଭ୍ରଷ୍ଟାଚାର ବିରୋଧରେ କେନ୍ଦ୍ର ସରାକର ବଡ ନିଷ୍ପତ୍ତି ନେଇଛନ୍ତି। ଦୁର୍ନୀତିଗ୍ରସ୍ତ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ଫଟୋ ଏଣିକି ଥାନା ନୋଟିସ୍ ବୋର୍ଡରେ ଟଙ୍ଗାଯିବ। କେବଳ ଏତିକି ନୁହେଁ ସେମାନଙ୍କ ଅପରାଧାର ବିରଣୀ ମଧ୍ୟ ଉଲ୍ଲେଖ ରହିବ। ତେବେ ଏଭଳି ଅଧିକାରୀ ଓ କର୍ମଚାରୀଙ୍କ କର୍ତ୍ତୃତ କେବଳ ଥାନା ନୋଟିସ୍‌ ବୋର୍ଡ ପର୍ଯ୍ୟନ୍ତ ସୀମିତ ରହିବନି। ଅଧିକାରୀ ସେମାନଙ୍କୁ ସୋସିଆଲ ମିଡିଆରେ ମାଧ୍ୟମରେ ସେୟାର ମଧ୍ୟ କରିବେ। ‘ପୋଲିସର ଛବି  ଓ ସାର୍ବଜନିକ ସମ୍ପର୍କ’ ପଦକ୍ଷେପର ଏକ ଅଂଶଭାବେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଜଣାପଡିଛି।

ଦେଶର ଅନ୍ତରୀଣ ସୁରକ୍ଷା କେନ୍ଦ୍ର ଗୃହମନ୍ତ୍ରାଳୟ ଉପରେ ନ୍ୟସ୍ତ। ଏଣୁ ଭ୍ରଷ୍ଟ ପୋଲିସ କର୍ମଚାରୀଙ୍କ ପ୍ରଚାର ଓ ପ୍ରସାର ସୋସିଆଲ ମିଡିଆରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଘଟଣାରେ କର୍ମଚାରୀ ଓ ଅଧିକାରୀ ସାମିଲ ଥିଲେ ତାର ବିସ୍ତୃତ ବିବରଣୀ ସହ ଥାନାରେ ଫଟୋ ଲାଗିବ। ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି କେବଳ ନିମ୍ନ ସ୍ତରର କର୍ମଚାରୀ ଓ ଅଧିକାରୀ ନୁହେଁ ଭାରତୀୟ ପୋଲିସ ସେବା ଅଧିକାରୀ (ଆଇପିଏସ୍) ଅଫିସରଙ୍କ ଲାଗି ମଧ୍ୟ ଲାଗୁ ହେବ। ଏପରି ଅଧିକାରୀଙ୍କ ଫଟୋ ଓ କର୍ତ୍ତୃତ ପ୍ରମୁଖତାର ସହ ପ୍ରଦର୍ଶିତ କରାଯିବ। 

ଏଭଳି କାର୍ଯ୍ୟକ୍ରମ ଲାଗି ଇଂରାଜୀ ସାଙ୍ଗକୁ ସ୍ଥାନୀୟ ଭାଷାର ଉପଯୋଗ ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଯେପରି ସବୁ ଲୋକେ ପଢି  ଓ ବୁଝି ପାରିବେ। ବିଭାଗରେ ଏପରି କର୍ମଚାରୀ ଓ ଅଧିକାରୀଙ୍କ ଉପରେ ନଜର ରଖିବା ଲାଗି ଅନ୍ତରୀଣ ସତର୍କତା ୟୁନିଟ୍‌କୁ ନଜର ରଖିବାକୁ କୁହାଯାଇଛି। ତେବେ ପୋଲିସରେ କର୍ମଚାରୀଙ୍କ ଅଭାବ, କାର୍ଯ୍ୟର ଚାପ ଯୋଗୁ  କର୍ମଚାରୀ କର୍ତ୍ତବ୍ୟରୁ ବିମୁଖ ହୋଇ ଭ୍ରଷ୍ଟାଚାର କରୁଥିବା ଜନୈକ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

ଏହି ପଦକ୍ଷେପ ଅନୁସାରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଇନହାଉସ୍ ଟିମ୍‌ ଗଠନ କରି ସୋସିଆଲ ମିଡିଆ କଣ୍ଟେଣ୍ଟ ବିଶ୍ଲେଷଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ପ୍ରଚଳିତ ପ୍ରସଙ୍ଗ ଓ ଆଗାମୀ ଦିନରେ ଏଥିରେ ହେବାକୁ ଥିବା ପରିବର୍ତ୍ତନ ଲୋକଙ୍କ ପୋଷ୍ଟ ରିପୋଷ୍ଟ ରିଟ୍ୱିଟ୍ କମେଣ୍ଟ ଆଦିର ସଘନ ବିଶ୍ଲେଷଣ କରି ଜାଣିବାକୁ କୁହାଯାଇଛି।  ସେହିପରି ପୋଲିସର ସମ୍ବେଦନଶୀଳ କାର୍ଯ୍ୟପ୍ରଣାଳୀର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ବିସ୍ତୃତ ସେୟାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଯେପରି ପୋଲିସ ପ୍ରତି ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିପାରିବ।

   Related Posts