ମୋହାଲୀ କ୍ରିକେଟ ଷ୍ଟାଡିୟମରୁ ହଟାଗଲା ପାକିସ୍ତାନୀ ଖେଳାଳୀଙ୍କ ଫଟୋ , ବିଶ୍ବକପରେ ମଧ୍ୟ ପାକିସ୍ତାନ ବିପକ୍ଷରେ ନଖେଳିବା ପାଇଁ ପ୍ରକାଶ ପାଇଲା ମତ

Published By : Prameya-News7 Bureau | February 18, 2019 IST

wp:heading {"level":5}
ଚଣ୍ଡିଗଢ୧୮|୨: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି ପଞ୍ଜାବ କ୍ରିକେଟ ସଂଘ(ପିସିଏ) ବଡ ପଦକ୍ଷେପ ନେଇଛି । ସହିଦ ଯବାନଙ୍କ ପରିବାର ପ୍ରତି ସହାନୁଭୂତି ଜଣାଇବା ପାଇଁ ମୋହାଲୀ କ୍ରିକେଟ ଷ୍ଟାଡିୟମ ଭିତରେ ଲାଗିଥିବା ପାକିସ୍ତାନୀ କ୍ରିକେଟରଙ୍କ ଫଟୋ ବାହାର କରାଯାଇଛି। ପୁଲୱାମା ଘଟଣା ପରେ ପୁରା ଦେଶରେ ପାକିସ୍ତାନ ବିରୋଧରେ କ୍ରୋଧର ନିଆଁ ଜଳୁଛି । ଲେକଙ୍କ ଭାବନାକୁ ସମ୍ମାନ ଓ ସମର୍ଥନ ଜଣାଇ ପଂଜାବ କ୍ରିକେଟ ସଂଘ ଏଭଳି ପଦକ୍ଷେପ ନେଇଛି।
/wp:heading {"id":86415,"width":593,"height":332}
wp:heading {"level":5}
ସଂଘର କର୍ମକର୍ତ୍ତା ଅଜୟ ତ୍ୟାଗୀ କହିଛନ୍ତି ଯେ ମୋହାଲୀ କ୍ରିକେଟ ଷ୍ଟାଡିୟମରେ ପାକିସ୍ତାନୀ ଖେଳାଳୀଙ୍କର ପାଖା ପାଖି ୧୫ଟି ଫଟୋ ଲାଗିଥିଲା। ୨୦୧୧ ମସିହା ବିଶ୍ୱ କପ ସମୟରେ ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏଠାରେ ମ୍ୟାଚ ଖେଳା ଯାଇଥିଲା। ସେମିଫାଇନାଲରେ ଭାରତ ପାକିସ୍ତାନକୁ ୨୯ ରନରେ ହରାଇ ଥିଲା। ସେହି ସମୟରେ ପାକିସ୍ତାନ ଟିମ୍‌ର କପ୍ତାନ ଶାହିଦ ଆଫ୍ରିଦୀ ଥିଲେ। ଷ୍ଟାଡିୟମରେ ସେତେବେଳେ ଆଫ୍ରିଦି, ଜାଭେଦ ମିଆଁଦାଦ, ୱସିମ ଅକ୍ରମ, ଓ ଆଉକିଛି ପାକିସ୍ତାନୀ କ୍ରିକେଟ ଟିମର ପୂର୍ବତନ ଖେଳାଳୀଙ୍କ ଫଟୋ ଲଗାଯାଇଥିଲା। ଯାହା ଏବେ ବାହାର କରିଦିଆଯାଇଛି ।  
/wp:heading {"id":86416,"width":595,"height":396}
wp:heading {"level":5}
ଶନିବାର ଦିନ ମୁମ୍ୱାଇ କ୍ରିକେଟ କ୍ଲବ ଅଫ ଇଂଡିଆ(ସିସିଆଇ) ମଧ୍ୟ ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୋଷ୍ଟର ଢାଙ୍କି ଦେଇଥିଲେ। ସିସିଆଇର ସଚିନ ସୁରେଶ ବାଫନା କହିଛନ୍ତି ଯେ ଇଂଡିଆ ଟିମ୍‌କୁ ପରବର୍ତ୍ତୀ ବିଶ୍ୱ କପରେ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବା ଉଚିତ୍‌ ନୁହଁ।
/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.