ପର୍ଣ୍ଣ ଫିଲ୍ମ ସୁଟିଙ୍ଗ କରିବାପାଇଁ ୧୧ଜଣ ମହିଳାଙ୍କୁ ଡାକି ଦୁଷ୍କର୍ମ କଲା ଫଟୋଗ୍ରାଫର : ଗିରଫ

Published By : Prameya-News7 Bureau | December 21, 2019 IST

ଜଣେ ଫଟୋଗ୍ରାଫର ମହିଳାଙ୍କୁ ପର୍ଣ୍ଣ ଫିଲ୍ମ ସୁଟିଂ କରିବା ନାଁରେ ନିଜ ଷ୍ଟୁଡିଓକୁ ଡକାଇଥିଲା ଏବଂ ଦୁଷ୍କର୍ମ କରି ଯୌନ ଶୋଷଣ କରିଥିଲା। ୪୧ବର୍ଷ ବୟସ୍କ ବ୍ରିଟିଶ ଫଟୋଗ୍ରାଫର ପଲ୍ ବ୍ରାଉନକୁ ୧୧ଜଣ ମହିଳାଙ୍କୁ ଦୁଷ୍କର୍ମ ,ଯୌନ ଶୋଷଣ ଏବଂ ଅନ୍ୟାନ୍ୟ ଅଭିଯୋଗରେ ଗିରଫ କରାଯାଇଛି।

{"id":200590,"sizeSlug":"large"}

ମହିଳାମାନେ ତାକୁ ଯୌନ ସମ୍ପର୍କ ସ୍ଥାପନ ପାଇଁ ସହମତି ନ ଦେଇଥିବାରୁ ବ୍ରିଟେନର ଏକଷ୍ଟର କ୍ରାଉନ୍ କୋର୍ଟ ପଲକୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲା। ଯାଞ୍ଚରୁ ଜଣା ପଡ଼ିଥିଲା ଯେ ପଲ୍ ପର୍ଣ୍ଣ ଫିଲ୍ମ ସୁଟିଂ କରିବାର ନାଟକ କରୁଥିଲା। ସେ ନକଲି ପର୍ଣ୍ଣ ଷ୍ଟୁଡିଓ ଚଲାଉଥିଲା।

ପଲ୍ ୬ଜଣ ମହିଳାଙ୍କ ସହ ଦୁଷ୍କର୍ମ କରିଥିବାର ଜଣାପଡ଼ିଥିଲା। ସେ ମହିଳାଙ୍କୁ କହିଥିଲା ଯେ ଆଡଲ୍ଟ ଫିଲ୍ମ ସୁଟିଂ କରି କୋଟି କୋଟି ଟଙ୍କା ରୋଜଗାର କରି ପାରିବ।

ପଲ୍ ବ୍ରିଟେନର ଡେବନର ଏକ ଫଟୋଗ୍ରାଫି ଷ୍ଟୁଡିଓ ଚଲାଉଥିଲା। ସେ ମହିଳାଙ୍କ ସହ ଯୋଗାଯୋଗ କରିବା ପାଇଁ ଭିନ୍ନ ଭିନ୍ନ ନାଁ ବ୍ୟବହାର କରୁଥିଲା। ସୋଶିଆଲ ମିଡିଆରେ ସେ ୧୮ରୁ ୬୬ଜଣ ମହିଳାଙ୍କ ସହ ଯୋଗାଯୋଗ କରିଥିଲା।

ନକଲି ବ୍ୟବସାୟ ଚଲାଇବା ପାଇଁ ସେ ନକଲି କମ୍ପାନୀ ‘ମଡେଲ୍ ସାଉଥ ଓ୍ବେଷ୍ଟ’ କରିଥିଲା। ମହିଳାଙ୍କ ସହ ଯୋଗାଯୋଗ କରିବା ପରେ ସେ ତାଙ୍କୁ କହୁଥିଲା ଯେ- ତାଙ୍କ ମଧ୍ୟରେ ମଡେଲିଙ୍ଗ୍ କରିବାର କ୍ଷମତା ରହିଛି,ଏହା ପରେ ମହିଳାମାନେ ତା’ ମାୟାଜାଲରେ ଫସିଯାଉଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.