ସହପାଠିନୀଙ୍କୁ ଧୋକା ଦେଇ ନାବାଳକ ଗିରଫ : ଫୋନ୍ ଚାଟିଂ କରି ୧୪ ବର୍ଷୀୟା ସାଙ୍ଗକୁ ପ୍ରେମ ବାହାନାରେ ଅଶ୍ଲୀଳ ଫଟୋ ମାଗିଲା, ତାପରେ ଇନଷ୍ଟାରେ ଭାଇରାଲ କଲା, ଅଭିଯୁକ୍ତ ଛାତ୍ର ଗିରଫ

Published By : Prameya-News7 Bureau | October 24, 2020 IST

ଭୋପାଳ, ୨୪|୧୦: ମଧ୍ୟପ୍ରଦେଶର ଭୋପାଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳକ ଜନୈକା ୧୪ ବର୍ଷୀୟା ନାବାଳିକାଙ୍କୁ ପ୍ରଲୋଭନ କରି ଅଶ୍ଲୀଳ ଫଟୋ ଭାଇରାଲ କରିଥିବା ଅଭିଯୋଗ ହୋଇଛି । ଏପରିକି ନାବାଳିକାକୁ ଧମକ ଦେଇ ବ୍ଲାକମେଲ୍ କରୁଥିବା ସୂଚନା ମିଳିଛି । ପୋଲିସ ଏହାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି ।

ସୂଚନାନୁସାରେ, ଉଭୟ ନାବାଳିକା ଓ ନାବାଳକ ଗୋଟିଏ ସ୍କୁଲରେ ପାଠ ପଢନ୍ତି । ନାବାଳିକାର ଜଣେ ସମ୍ପର୍କୀୟଙ୍କ କହିବାନୁସାରେ, ଅଭିଯୁକ୍ତ ନାବାଳାକ ନାବାଳିକା ସହ ସୋସିଆଲ ମିଡିଆରେ ଚାଟିଂ ଆରମ୍ଭ କରିଥିଲା । ଗତ ବର୍ଷ ଅଗଷ୍ଟରୁ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ଗତ ଜାନୁଆରୀ ୩୦ ତାରିଖରେ ନାବାଳକଟି ନାବାଳିକାକୁ ବିଭିନ୍ନ ଲୋଭ ଦୋଖାଇ ଅଶ୍ଲୀଳ ଫଟୋ ଆଣିବା ପାଇଁ ବ୍ଲାକମେଲିଂ କରିବା ଆରମ୍ଭ କରିଦେଇଥିଲା । ଏପରିକି ନାବାଳିକାଜଣଙ୍କ ନିଜର ପ୍ରାଇଭେଟ୍ ଫଟୋ ନଦେଲେ ନାବାଳକଟି ଆତ୍ମହତ୍ୟା କରିଦେବ ବୋଲି ମଧ୍ୟ କହିଥିଲା । ତେବେ ନାବାଳିକାଜଣଙ୍କ ନିଜର ପ୍ରାଇଭେଟ୍ ଫଟୋ ଦେବାକୁ ମନା କରିଦେଇଥିଲେ । ଏହାପରେ ବି ନାବାଳକଟି ନାବାଳିକାକୁ ବିବାହ କରିବ ବୋଲି କହିଥିଲା । ଏହି କଥା ଶୁଣି ନାବାଳିକାଜଣଙ୍କ ନିଜର ପ୍ରାଇଭେଟ୍ ଅଶ୍ଲୀଳ ଫଟୋ ନାବାଳକକୁ ସେଣ୍ଡ୍ କରିଥିଲେ । ଫଟୋ ପାଇବା ପରେ ନାବାଳକଜଣଙ୍କ ବ୍ଲାକମେଲ୍ କରିବା ଆରମ୍ଭ କରିଦେଇଥିଲା ।

ଏହି ଅଶ୍ଲୀଳ ଫଟୋକୁ ନାବାଳକଜଣଙ୍କ ନିଜ ସାଙ୍ଗ ଓ ବଡ ଭାଇକୁ ମଧ୍ୟ ପଠାଇଥିଲା । ଫଳରେ ନାବାଳିକାଜଣଙ୍କ ମାନସିକ ଚାପରେ ରହୁଥିଲେ । ଏହାପରେ ବି ନାବାଳକର ହରକତ କମି ନଥିଲା । ନାବାଳିକା ନାଁରେ ଫେକ୍ ଆକାଉଣ୍ଟ ଖୋଲି ଫଟୋ ସବୁ ଅପଲୋଡ୍ ମଧ୍ୟ କରିଦେଇଥିଲା ।

ଧିରେଧିରେ ନାବାଳିକାର ମାଆ ଏକଥା ଜାଣିବା ପରେ ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ  ନାବାଳକକୁ ଗିରଫ କରି ଜୁଭେନାଇଲ ହୋମକୁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.