ହୀରାକୁଦ ଡ୍ୟାମ୍ ନିଷିଦ୍ଧାଞ୍ଚଳରେ ଫଟୋ ସେସନ୍, ଭିଡିଓ ଭାଇରାଲ

Published By : Prameya-News7 Bureau | December 29, 2020 IST

ସମ୍ବଲପୁର୨୯/୧୨: ନିଷିଦ୍ଧାଞ୍ଚଳରେ ଫଟୋ ଉଠିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର  ସକାଳେ ଓଏଚ୍‌ପିସି କାର୍ଯ୍ୟାଳୟର ଛାତ ଉପରେ ଫଟୋ ଉଠା କାର୍ଯ୍ୟକ୍ରମ ଚାଲିଥିଲା। କେତେଜଣ ପୁଅ-ଝିଅ ସେଠାରେ ପହଞ୍ଚି ଫଟୋ ଉଠାଉଥିବାର ଦୃଶ୍ୟ ଭିଡିଓରେ ରହିଛି। ହୀରାକୁଦ ବନ୍ଧର ଗେଟ୍‌ ପାଖରେ ଓଏଚ୍‌ପିସିର ଛାତ ଉପରକୁ ଏମାନେ କିପରି ଗଲେ ଏବଂ ସେଠାରେ ଫଟୋ ଉଠାଇଲେ, ତାହାକୁ ନେଇ ବଡ ପ୍ରଶ୍ନ ଉଠିଛି।ସେଠାରେ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀ କିପରି ଅନୁମତି ଦେଲେ, ତାହାକୁ ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

wp:html /wp:html

ସାଧାରଣ ଲୋକଙ୍କ ପାଇଁ ହିରାକୁଦ ଡ୍ୟାମ ଉପରେ ଯାତାୟାତ ନିଷିଦ୍ଧ କରାଯାଇଛି। ତା ପରେ ଆହୁରି ସମ୍ପୂର୍ଣ୍ଣ ନିସିଦ୍ଧାଞ୍ଚଳ ହେଉଛି ଓଏଚ୍‌ପିସି ଅଞ୍ଚଳ। ଏହା ବୁର୍ଲା ପଟେ ଗଲେ ହୀରାକୁଦ ଡ୍ୟାମର ମୁଖ୍ୟ ଜଳ ନିଷ୍କାସନ ହେଉଥିବା ଗେଟ ପାଖରେ ରହିଛି। ଏହି ଠାରୁ ବିଦ୍ୟୁତ ମଧ୍ୟ ଉତ୍ପାଦନ ହୋଇଥାଏ। ସେଥିପାଇଁ ଏହି ଅଂଚଳକୁ ସାଧାରଣ ଲୋକଙ୍କର ଯାତାୟତ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏଭଳି ଏକ ନିଷିଦ୍ଧାଞ୍ଚଳର ଛାତ ଉପରେ କିଭଳି ଭାବରେ ୮ ରୁ ୧୦ଜଣ ଯୁବକ ଯୁବତୀ  ପହଁଚିଲେ ତାହା ସାଧାରଣରେ ପ୍ରଶ୍ନ ସୃଷ୍ଟି କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.