ସିଂଘୁ ବୋର୍ଡର ହତ୍ୟା ମାମଲାରେ ନୂଆ ମୋଡ଼: କେନ୍ଦ୍ର କୃଷିମନ୍ତ୍ରୀଙ୍କ ସହିତ ନିଂହଙ୍ଗ ନେତାଙ୍କ ଫଟୋ ଭାଇରାଲ୍

Published By : Prameya-News7 Bureau | October 19, 2021 IST

ଜଳନ୍ଧର ୧୯/୧୦ : ସିଂଘୁ ବୋର୍ଡରରେ ଲଖବୀର ସିଂହକୁ ନିର୍ମମ ଭାବେ ହତ୍ୟାକରିଥିବା ଅଭିଯୁକ୍ତ ତଥା ନିହଙ୍ଗ ସିଂହର ନେତା ବାବା ଅମନ ସିଂହଙ୍କର ଭାଜପା ନେତା ମାନଙ୍କ ସହ ଏକ ଫଟୋ ଏବେ ସାମ୍ନାକୁ ଆସିଛି। ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଏହି ହତ୍ୟା ମାମଲା ଏକ ନୂଆ ମୋଡ଼ ନେଇଛି। ସଂଯୁକ୍ତ କିଶାନ ମୋର୍ଚ୍ଚା ସହ ଅନ୍ୟ ଦଳର ରାଜନୈତିକ ନେତା ମାନେ ଏନେଇ ପ୍ରଶ୍ନ କରୁଛନ୍ତି। କୁହାଯାଉଛିକି ଭାଜପା କୃଷକ ଆନ୍ଦୋଳକୁ ବନ୍ଦ କରିବା ପାଇଁ ଯେ କୌଣସି ସ୍ଥରକୁ ଯାଇପାରେ। ଏବେ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବାର ଆବଶ୍ୟକତା ରହିଛି।

{"id":529653,"sizeSlug":"full","linkDestination":"none"}

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହିତ ବାବା ଅମନ ସିଂହ ରହିଥିବା ସ୍ପଷ୍ଟ ଜଣାପଡ଼ୁଛି। ଏଥିରେ ନିଲମ୍ବିତ ହୋଇଥିବା ପୋଲିସ କର୍ମଚାରୀଙ୍କ ସହିତ ପୋଲିସ ଅଧିକାରୀ ମଧ୍ୟ ନଜର ଆସିଛନ୍ତି। ସେମାନେ ଏକ ବୈଠକ କରୁଥିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ବିଶେଷ ସୂତ୍ର ଅନୁସାରେ ବାବା ଅମନ କେନ୍ଦ୍ର ସରକାରଙ୍କ ସହିତ କୃଷକମାନଙ୍କ ଚାଲିଥିବା ବିବାଦକୁ ସମାଧାନ କରିବାରେ ପରଦା ଆଢୁଆଳରେ ରହି କାମ କରୁଥିଲେ।

{"id":529651,"sizeSlug":"full","linkDestination":"none"}

ସୋସିଆଲ ମିଡିଆରେ ଏବେ ତିନୋଟି ଫଟୋ ଭାଇରାଲ ହେବାରେ ଲାଗିଛି। କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଭାଇରାଲ ହେଉଥିବା ଏକ ଫଟୋରେ ବାବା ଅମନ ସିଂହଙ୍କୁ ଉତ୍ତରିୟ ପିନ୍ଧାଉଥିବା ଦେଖାଯାଇଛି। ମିଡିଆ ରିପୋର୍ଟ ଅନୁସାରେ ଏହି ବୈଠକ ଗତ ଜୁଲାଇ ମାସ ଶେଷ ଭାଗରେ ହୋଇଥିଲା। ଅନ୍ୟ ଏକ ଫଟୋରେ ପିଙ୍କି କେନ୍ଦ୍ରୀୟ କୃଷି ତଥା ରାଜ୍ୟ କୃଷି କଲ୍ୟାଣ ମନ୍ତ୍ରୀ କୈଳାଶ ଚୌଧୁରିଙ୍କ ସହ ଖାଉଥିବା ନଜର ଆସିଛନ୍ତି। ଏହି ଅବସରରେ ଝାଡ଼ଖଣ୍ଡ ସାଂସଦ ସୁନିଲ କୁମାର ସିଂହ, ରାଜସ୍ଥାନରୁ ଭାରତ-ତିବ୍ବତ ସଂଘର ରାଷ୍ଟ୍ରୀୟ ସାଧାରଣ ସଚିବ ସୌରଭ ସରସ୍ତବ, ଭାଜପା କୃଷକ ନେତା ତଥା କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ପୂର୍ବ କ୍ଷେତ୍ର ସଚିବ ସୁଖବିନ୍ଦର ପାଲ ସିଂହ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଗ୍ଲୋବାଲ ଜାମ୍ମୁ କାଶ୍ମିର, ଭାରତ-ତିବ୍ବତ ୟୁନିଟ ମାନଙ୍କରେ ଜଡିତ ଅଛନ୍ତି।

{"id":529654,"sizeSlug":"full","linkDestination":"none"}

ସୂଚନା ଥାଉକି ଗତ ଶୁକ୍ରବାର ଦିନ ସିଂଘୁ ବୋର୍ଡର ନିକଟରେ ନିହଙ୍ଗ ଯଥେବନ୍ଦି ବାବା ବଲବିନ୍ଦର ସିଂହ ମାଇୟୋଙ୍କ ମଣ୍ଡିବାଲା ଟେଣ୍ଟରୁ ଚାଲିଯାଇଥିବା ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ମୃତ ଯୁବକଙ୍କ ଶବକୁ ଖଣ୍ଡ ଖଣ୍ଡ କରି ପୋଲିସ ବ୍ୟାରିକେଡରେ ଝୁଲାଇ ଦିଆଯାଇଥିଲା। ଭାଇରାଲ ହୋଇଥିବା ଭିଡିଓ ମୁତାବକ ନିଂହଙ୍ଗ ସିଂହର କିଛି ସଦସ୍ୟଙ୍କ ଦ୍ୱାରା ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। କୁଣ୍ଡଳି ଥାନା ପୋଲିସ ଧାରା ୩୦୨ ଓ ୩୪ ଅନୁସାରେ ଏନେଇ ମାମଲା ରୁଜୁ କରିଛି। ଏହା ପରେ ନିହଙ୍ଗ ଯତ୍ଥେବାଦି ସଙ୍ଗଠନର ସଦସ୍ୟମାନେ ସାର୍ବଜନୀନ ଭାବେ ପୋଲିସ ନିକଟରେ ଆତ୍ମସମର୍ପଣ କରି ମୃତ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିବା କଥା ସ୍ୱୀକାର କରିଛନ୍ତି। ପୋଲିସ ଅଭିଯୁକ୍ତମାନଙ୍କର ଡାକ୍ତରି ପରୀକ୍ଷା କରି ସେମାନଙ୍କୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.