Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ମୋଦୀ ବନାମ ଯୋଗୀ ! ନମାମି ଗଙ୍ଗା ପୋଷ୍ଟରରୁ ମୋଦୀଙ୍କ ଫଟୋ ଗାଏବ

9/06/2021 at 10:01 PM

ନୂଆଦିଲ୍ଲୀ ୦୯।୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଶୀତଳ ଯୁଦ୍ଧ ଶାନ୍ତ ହେବାର ନାଁ ନେଉନାହିଁ। ପ୍ରଥମେ ପ୍ରଶାସନିକ ଅଫିସରରୁ ରାଜନେତା ହୋଇଥିବା ଏକେ ଶର୍ମାଙ୍କୁ ଉତ୍ତର ପ୍ରଦେଶରେ ବଡ ପଦ ଦେବା ନେଇ ମଧ୍ୟ ଯୋଗୀ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ମତଭେଦ ହୋଇଥିବା କୁହାଯାଉଥିଲା। ଏବେ ଆଉ ଏକ ପ୍ରସଙ୍ଗ ଯୋଗୀ ଏବଂ ମୋଦୀଙ୍କ ମଧ୍ୟରେ ଥିବା ବିବାଦକୁ ଲୋକଲୋଚନକୁ ନେଇ ଆସିଛି।

ଏହାର ସଙ୍କେତ ସେହି ସମୟରେ ମିଳିଛି, ଯେତେବେଳେ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ଵାରା ନମାମି ଗଙ୍ଗାକୁ ନେଇ ପୋଷ୍ଟର ଲଗାଗଲା ଏବଂ ସେଥିରେ ମୋଦୀ ଓ ଶାହାଙ୍କ ଫଟୋ ହିଁ ନଥିଲା। ଏମିତି ଘଟଣା ପ୍ରଥମ ଥର ଘଟିଛି। ସରକାରଙ୍କ ଦ୍ଵାରା ଜାରି ହେଉଥିବା ଯେ କୌଣସି ପୋଷ୍ଟରରେ ପୂର୍ବେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ୍ ଶାହାଙ୍କ ଫଟୋ ରହୁଥିଲା। ହେଲେ ପ୍ରଥମ ଥର ପୋଷ୍ଟରରୁ ଏହି ଦୁଇ ନେତାଙ୍କ ଫଟୋ ଗାଏବ ହୋଇ ଯାଇଛି। କୁହାଯାଉଛି ଯୋଗୀ ଏବଂ ମୋଦୀଙ୍କ ମଧ୍ୟରେ ଜାରି ଶୀତଳ ଯୁଦ୍ଧ କାରଣରୁ ଯୋଗୀ ଏମିତି ପଦକ୍ଷେପ ଉଠାଇ ଥାଇ ପାରନ୍ତି।

ଅନ୍ୟପଟେ ମୋଦୀ ଏବଂ ଶାହା ଯୋଡି ରାଜ୍ୟକୁ ଠାକୁରବାଦରୁ ମୁକ୍ତ କରି ଆଗାମୀ ବିଧାନସଭା ନିର୍ବାଚନରେ ବ୍ରାହ୍ମଣମତଦାତାଙ୍କୁ ଆକର୍ଷିତ କରିବାକୁ ଜୁଟି ଯାଇଛନ୍ତି। ସୂତ୍ର ମୁତାବକ ମୋଦୀ ଓ ଶାହାଙ୍କ ଉଦ୍ୟମ ଏହା ଯେ, ଯୋଗୀଙ୍କ ପତିପାରା ହ୍ରାସ କରି ଅନ୍ୟ ଏକ ବିକଳ୍ପ ନେତୃତ୍ଵ ଛିଡା କରାଯାଉ।

ଯୋଗୀଙ୍କ ଉପରେ ଏହି ଅଭିଯୋଗ ଆସୁଛି ଯେ, ସେ ଠାକୁରବାଦକୁ ପ୍ରୋତ୍ସାହନ ଦେଉଛନ୍ତି ଏବଂ ବ୍ରାହ୍ମଣଙ୍କୁ ଉପେକ୍ଷା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୋଦୀ ବ୍ରାହ୍ମଣଙ୍କୁ ଆଗକୁ ଆଣିବାକୁ ପ୍ରୟାସ ଚଳାଇଛନ୍ତି। ପ୍ରଥମେ ନିଜର ନିକଟତର ଏକେ ଶର୍ମାଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରୟାସ କରିବା ଏବଂ ଏବେ ଜିତିନ ପ୍ରସାଦଙ୍କୁ ବିଜେପିରେ ସାମିଲ୍ କରାଇ ବ୍ରାହ୍ମଣ ମତଦାତାଙ୍କୁ ନିଜ ଆଡେ ଟାଣିବାକୁ ଉଦ୍ୟମ କରାଯାଉଛି। ବୋଧହୁଏ ଯୋଗୀ ଏହି ଚାଲକୁ ବୁଝି ନେଲେଣି ଏବଂ ନିଜ ଛବି ସୁଧାରିବାକୁ ପୂରା ଉଦ୍ୟମରେ ଲାଗି ପଡିଛନ୍ତି। ନମାମି ଗଙ୍ଗା ପୋଷ୍ଟରରୁ ଏହାର ଝଲକ ଦେଖିବାକୁ ମିଳିଛି।

   Related Posts