Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ପୁରୀର ପରବର୍ତ୍ତୀ ଗଜପତି ଓ ଯୁବରାଜଙ୍କୁ ନେଇ ସୋସିଆଲ୍‌ ମିଡିଆରେ ଗୁଜବ

26/09/2019 at 9:45 PM

ଭୁବନେଶ୍ୱର – ପୁରୀର ପରବର୍ତ୍ତୀ ଗଜପତି ବର୍ତ୍ତମାନର ଯୁବରାଜଙ୍କୁ ନେଇ ସୋସିଆଲ୍‌ ମିଡିଆରେ ଏକ ଗୁଜବ ପ୍ରଚାରିତ ହୋଇଛି । ଏକ ଫଟୋରେ ପୁରୀ ଗଜପତି ଦିବ୍ୟସିଂହ ଦେବ, ମହାରାଣୀ ଓ ଅନ୍ୟମାନେ ଥିବାବେଳେ ଏଥିରେ ପୁରୀର ପରବର୍ତ୍ତୀ ଯୁବରାଜ ଲେଖାଯାଇ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରାଯାଇଛି । ମାତ୍ର ଏହା ଏକ ଗୁଜବ ବୋଲି ପୁର ଶ୍ରୀ ନହର ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଫଟୋଟି ୨୦୧୬ ମସିହାର । ପୁରୀ ଗଜପତି ଦିବ୍ୟସିଂହ ଦେବ ମାମୁଁଙ୍କ ଘର ନୀଳଗିରୀ ଯୁବରାଜଙ୍କର ନିର୍ବନ୍ଧ ଉତ୍ସବର ଫଟୋ । ୨୦୧୬ ମସିହା ଡିସେମ୍ବର ମାସରେ ନୀଳଗିରି ଯୁବରାଜ ଟିକାୟତ ଜନ୍ମଜୟ ମର୍ଦ୍ଦରାଜଙ୍କର ନିର୍ବନ୍ଧ ଉତ୍ସବ ହୋଇଥିଲା। ପୁରୀ ଗଜପତିଙ୍କର ମାମୁଁ ଘର ହୋଇଥିବାରୁ ଗଜପତି , ମହାରାଣୀଙ୍କ ସହ ଏହି ଉତ୍ସବରେ ଉପସ୍ଥିତ ଥିଲେ । ଢେଙ୍କାନାଳର ରାଜା କାମାକ୍ଷା ପ୍ରସାଦ ସିଂହଦେଓ ବି ଏହି ଉତ୍ସବରେ ଉପସ୍ଥିତ ଥିଲେ । ଏହା ଗଜପତିଙ୍କ ସମ୍ପର୍କୀୟଙ୍କ ନିର୍ବନ୍ଧ ଉତ୍ସବର ଫଟୋ ବୋଲି ସ୍ପଷ୍ଟ ହୋଇଛି । ନୀଳଗିରୀ ମହାରାଜ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ବି ଏ ବିଷୟରେ ସ୍ପଷ୍ଟ କରିଛନ୍ତି ।

ପୁରୀ ଗଜପତିଙ୍କର ପୁତ୍ର ସନ୍ତାନ ନାହାନ୍ତି । ତେଣୁ ତାଙ୍କର ଉତ୍ତରାଧିକାରୀଙ୍କୁ ନେଇ ଜଗନ୍ନାଥ ପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅନେକ ଆଗ୍ରହ ଅଛି । ଏହାକୁ ନେଇ ଫଟୋଟି ଭାଇରାଲ୍‌ କରାଯାଇଛି । ଉପଯୁକ୍ତ ସମୟରେ ମହାପ୍ରଭୁଙ୍କ ଇଚ୍ଛାରେ ପରମ୍ପରା ଅନୁସାରେ ଗଜପତିଙ୍କର ଉତ୍ତରାଧିକାରୀ ଚୟନ କରାଯିବବୋଲି ସ୍ୱୟଂ ଗଜପତି ଦିବ୍ୟ ସଂହ ଦେବ ପୂର୍ବରୁ ସୂଚନା ଦେଇଛନ୍ତି ।

ଏହା କେତକ ଖଳ ପ୍ରକୃତିର ଲୋକଙ୍କ କାମ । ଅନେକ ଜଗନ୍ନାଥ ପ୍ରେମୀ ଏପରି ଗୁଜବକୁ ନାପସନ୍ଦ କରିବା ସହ ଭାଇରାଲ କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

   Related Posts