Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

କିଏ ଜାଣିଥିଲା ଯମ ଏମିତି ଆସିବ ! ଫଟୋ ଉଠାଇବାର କିଛି ଘଣ୍ଟା ପରେ ଜୀବନ୍ତ ଦଗ୍ଧ ହୋଇଗଲେ ୫ବନ୍ଧୁ

18/11/2020 at 6:12 PM

ସଂଗୁର ୧୮/୧୧ : ପଞ୍ଜାବ ସଂଗୁରରେ ମଙ୍ଗଳବାର ରାତିରେ ଏକ ଭୟାବହ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଏକ କାରରେ ୫ଜଣ ସାଙ୍ଗ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକମାନେ ହେଲେ ୪୧ ବର୍ଷ ବୟସ୍କ କୁଲତାର ସିଂହ, ୪୦ ବର୍ଷ ବୟସ୍କ ଵଲବିନ୍ଦର ସିଂହ, ୫୫ ବର୍ଷ ବୟସ୍କ ପୂର୍ବତନ ସେନା କ୍ୟାପଟେନ ସୁଖବିନ୍ଦର ସିଂହ ଗିଲ, ୫୦ ବର୍ଷ ବୟସ୍କ ଚମକୌର ସିଂହ ଓ ୪୬ ବର୍ଷ ବୟସ୍କ ସୁରିନ୍ଦରସିଂହ ପାଲ। ସମସ୍ତଙ୍କ ଘର ମୋଗାରେ। ମୃତ୍ୟୁ ପରେ ଏହି ୫ଜଣ ସାଙ୍ଗଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଫଟୋକୁ ଦେଖି ପରିବାର ବର୍ଗ ଶୋକ ପ୍ରକାଶ କରିଛନ୍ତି। ସେମାନେ କେବେ ସ୍ବପ୍ନରେ ବି ଭାବିନଥିବେ ଯେ ମୃତ୍ୟୁ ଏମିତି ଆସିବ ଓ ୫ ବନ୍ଧୁଙ୍କୁ ଏକାସଙ୍ଗେ ନେଇଯିବ।

୫ ବନ୍ଧୁ ଦିର୍ବାରେ ଏକ ସମାରୋହରେ ସାମିଲ ହେବାକୁ ଯାଇଥିଲେ। ସମାରୋହରୁ ଫେରିବାବେଳେ ସୁନାମ ବାଇପାସ ନିକଟରେ ଏକ ଟ୍ରକ ସହ ତାଙ୍କ କାର ଧକ୍କା ହୋଇଥିଲା। ଧକ୍କା ହେବାପରେ କାରରେ ନିଆଁ ଲାଗିଯାଇଥିଲା। କାରରେ ନିଆଁ ଲାଗିବା ପରେ ୫ ବନ୍ଧୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

ଚେଷ୍ଟା ସତ୍ତ୍ୱେ କାରରୁ ବାହାରି ପାରିନଥିଲେ। କାରରେ ସେଣ୍ଟର ଲକ ପଡିଥିଲା ଯେଉଁଥିପାଇଁ ମୃତଦେହ ବାହାର କରିବାକୁ ମଧ୍ୟ ବହୁତ ସମୟ ଲାଗିଥିଲା। ବହୁ କଷ୍ଟରେ ମୃତଦେହଗୁଡିକୁ ବାହାର କରି ପୋଲିସ ସଙ୍ଗୁର ହସ୍ପିଟାଲକୁ ପଠାଇଥିଲା। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିଲା। ପୋଲିସ ଟ୍ରକ ଡ୍ରାଇଭର ବିରୋଧରେ ମାମଲା ରୁଜ୍ଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

   Related Posts