AAP କାର୍ଯ୍ୟାଳୟରେ କର୍ମୀଙ୍କ ମାତାଲ ଫଟୋ ଭାଇରାଲ, ହେଲେ କ୍ଷମା ମାଗିଲା ବିଜେପି

Published By : Prameya-News7 Bureau | July 02, 2021 IST

ଗୁଜୁରାଟ ୨/୭ : ଗୁଜୁରାଟରେ ଆମ ଆଦମୀ ପାର୍ଟି କାର୍ଯ୍ୟାଳୟରେ ଜଣେ କର୍ମୀଙ୍କ 'ସମ୍ବେଦନଶୀଳ' ଫଟୋ ଭାଇରାଲ ହୋଇଛି । ପାର୍ଟି ଅଫିସରେ ସୋଫାରେ ଜଣେ ମାତାଲ ଅବସ୍ଥାରେ ପଡିରହିଛନ୍ତି ଜଣେ ନେତା । ଯାହାକିୁ ଜଣେ ବିଜେପିର ଜଣେ ସ୍ଥାନୀୟ ନେତା ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ । ଆଉ ଫଟୋ ଭାଇରାଲ ପରେ ଆମ୍ ଆଦମୀ ପାର୍ଟି ତରଫରୁ ଆରମ୍ଭ ହୋଇଥିଲା ଅନୁସନ୍ଧାନ ।

ଅନୁସନ୍ଧାନ ପାଇଁ ଆପ ପୋଲିସର ସହାୟତା ନେଇଥିଲା । ତେବେ ଯାଞ୍ଚରୁ ଯାହା ଜଣାପଡିଥିଲା ତାକୁ ଜାଣିବା ପରେ ସମସ୍ତଙ୍କ ହୋସ ଉଡିଯାଇଥିଲା । ପୂରା ମାମଲା ଓଲଟପାଲଟ ହୋଇଯାଇଥିଲା । ଶେଷରେ ବିଜେପିକୁ କ୍ଷମା ମାଗିବାକୁ ପଡିଥିଲା । ସୂଚନା ଥାଉକି, ଗୁଜୁରାଟର ସୁରଟ ଗୋପୀପୁରା ଅଞ୍ଚଳରେ ଅବସ୍ଥିତ ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟରୁ ନଜର ଆସଥିଲା ଏପରି ଚିତ୍ର ।

ଚିତ୍ରରେ ଜଣେ ବ୍ୟକ୍ତି ଅଫିସ୍ ଭିତରେ ଥିବା ସୋଫାରେ ଗୋଡ ଥୋଇ ତଳେ ମାତାଲ ହୋଇ ପଡିରହିଛନ୍ତି । ଏହା ଜଣାପଡିବା ପରେ କିଛି ସ୍ଥାନୀୟ ବିଜେପି ନେତାଙ୍କ ସୋସିଆଲ ମିଡିଆରେ ଏହାକୁ ଟ୍ରୋଲ୍ କରିଥିଲେ । ସୁରଟରୁ ୱାର୍ଡ ନମ୍ବର ୨୧ର କାଉନସିଲର ବ୍ରୁଜେଶ ଅଣ୍ଡକାଟ ମଧ୍ୟ ଏହି ଛବି ପୋଷ୍ଟ କରି ଲେଖିଛନ୍ତି ଯେ ଗୋପିପୁରା କାଜି ଗ୍ରାଉଣ୍ଡ ନିକଟ ନୂତନ AAP କାର୍ଯ୍ୟାଳୟରେ ଦୃଶ୍ୟ ।

ଏହି ପୋଷ୍ଟ ଭାଇରାଲ ହେବା ପରେ ଲୋକମାନେ ଆମ୍ ଆଦମୀ ପାର୍ଟି ବିଷୟରେ ଅନେକ ମନ୍ତବ୍ୟ ଦେଇଥିଲେ । ଆମ୍ ଆଦମୀ ପାରିଟର କର୍ମୀ ଭାବି ବିଜେପି ନେତାମାନେ ଅନେକ ଥଟ୍ଟା ପରିହାସ କରିଥିଲେ । ହେଲେ ଭାଇରାଲ ହୋଇଥିବା ଫଟୋଟି ଆମ୍ ଆଦମୀ ଦଳର ନୁହେଁ, ବିଜେପିର କର୍ମୀ ବୋଲି ପରେ ଜଣାପଡିଥିଲା । ବାସ୍ତବରେ, ସୁରଟର ଗୋପୀପୁରା ଅଞ୍ଚଳରେ, ଯେଉଁଠାରେ ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟ ଅଛି, ସେଠାରେ ମଧ୍ୟ ବିଜେପିର ଏକ କାର୍ଯ୍ୟାଳୟ ଅଛି ।

ସିସିଟିଭି ଫୁଟେଜ ମାଧ୍ୟମରେ ଏହା ସାମ୍ନାକୁ ଆସିଛି ଯେ ଗୋପୀପୁର ଅଞ୍ଚଳରେ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟରେ, ବିଜେପି କର୍ମୀ ହିମାଂଶୁ ମେହେଟ୍ଟା ମଦ୍ୟପାନ କରିବା ପରେ ଶୋଇଛନ୍ତି । ଅନ୍ୟ ଜଣେ କର୍ମୀ ଜୟରାଜ ସାହୁକର ତାଙ୍କ ଫଟୋ ଉଠାଇ ବିଭିନ୍ନ ହ୍ୱାଟସ ଆପ୍ କୁ ପଠାଇଥିଲେ । ଫଟୋ ଭାଇରାଲ ହେବା ପରେ ଆମ୍ ଆଦମୀ ପାର୍ଟିର ଲୋକମାନେ ଏହାର ସତ୍ୟତା ଖୋଜି ପାଇଥିଲେ ।

ଏପରିକି ମାମଲା ଥାନା ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା । ଘଟଣା ଜଣାପଡିବା ପରେ ବିଜେପି ନେତା ପ୍ରଶାନ୍ତ ବାରୋଟଙ୍କ ପକ୍ଷରୁ ଏକ ଲିଖିତ କ୍ଷମା ପ୍ରାର୍ଥନା କରାଯାଇଥିଲା । ଯାହା ପରେ ଅଭିଯୋଗକୁ ପ୍ରତ୍ୟାହାର କରିନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.