ଫୋନରେ ଅନ୍ତରଙ୍ଗ ଫଟୋ ଓ ଭିଡିଓ ରଖିଥିଲେ ୪ ମହିଳା ଆଥଲେଟ୍, ସାଇବର୍ ଆଟାକରେ ହୋଇଗଲା ଭାଇରାଲ, ଏବେ...

Published By : Prameya-News7 Bureau | November 22, 2020 IST

ଲଣ୍ଡନ, ୨୨୧୧:   ଅନ୍ତରଙ୍ଗ ମୁହୂର୍ତ୍ତ ଓ ପ୍ରାଇଭେଟ୍  ଫଟୋ ମୋବାଇଲରେ ରଖିବା ପଡିଲା ମହଙ୍ଗା। ବ୍ରିଟେନର ୪ ଜଣ ମହିଳା କ୍ରୀଡାବିତ୍ ଏପରି କରି ଫସିଛନ୍ତି । ସେମାନେ ମୋବାଇଲରେ ରଖିଥିବା ଭିଡିଓ ଓ ଫଟୋ ସାଇବର୍ ଆଟାକରେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ଏହାସହ ଶହ ଶହ ମହିଳା ଖେଳାଳି ଓ ସେଲିବ୍ରିଟିଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଛି । ତେବେ ଏହି ୪ ଆଥଲେଟଙ୍କ ଫୋନର ଅନଲାଇନ୍ ଷ୍ଟୋରରୁ ଏ ସବୁ କିପରି ଲିକ୍ ହେଲା ତାହାର ତଦନ୍ତ ଚାଲିଛି । ଏହାସହ ସୋସିଆଲ ମିଡିଆରୁ ଏହି ସବୁ ଫଟୋ ଓ ଭିଡିଓ କାଟିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏହା ହେଉଛି ନିକଟରେ ବ୍ରିଟେନ୍ ମହିଳା ଆଥଲେଟଙ୍କ ଉପରେ ହୋଇଥିବା ସାଇବର୍ ଆଟାକ୍ । ଏଥିରେ ଜଣେ ବ୍ରିଟିଶ ଆଥଲେଟଙ୍କ ଶତାଧିକ ପ୍ରାଇଭେଟ୍ ଫଟୋ ଲିକ୍ ହୋଇଯାଇଛି ।

ଜଣେ ପୀଡିତାଙ୍କ କହିବାନୁସାରେ, ଆଗକୁ କଣ ହେବ ତାହା ଜାଣିବା କଷ୍ଟକର । ଯେଉଁମାନେ ଏପରି କରିଛନ୍ତି ସେମାନଙ୍କ ମାନସିକତା ବିକୃତ । ଏପରି କିଛି ବ୍ୟକ୍ତି ଏହି ଫଟୋ ନେଇ ବ୍ଲାକମେଲ୍ ମଧ୍ୟ କରୁଛନ୍ତି।  ଏହି ସ୍ଥିତିରୁ ମୁକୁଳିବା ଏତେ ସହଜ ନୁହେଁ । ବୋଧହୁଏ ବର୍ଷ ବର୍ଷ ସମୟ ଲାଗିଯିବ ।

ନ୍ୟାଶନାଲ ସାଇବର୍ ସିକ୍ୟୁରିଟି ସେଣ୍ଟର ମୁଖପାତ୍ରଙ୍କ କହିବାନୁସାରେ, ଏପରି କାହାର ବ୍ୟକ୍ତିଗତ ଡାଟା ଲିକ୍ କରିବା ଦଣ୍ଡନୀୟ ଅପରାଧ । ଅନଲାଇନ ଷ୍ଟୋରେଜର ଡାଟାକୁ ସୁରକ୍ଷିତ ରଖିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଉଛି । ଟୁ-ଫାକ୍ଟର ଅଥେଣ୍ଟିକେସନ୍ ପାଇଁ ସମସ୍ତଙ୍କୁ କୁହାଯାଉଛି । ଏହାସହ ଷ୍ଟ୍ରଙ୍ଗ୍ ପାସଓ୍ୱାର୍ଡ ପାଇଁ ଅନୁରୋଧ କରାଯାଇଛି ।ଏହି ଡାଟା ଲିକ୍ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.