ଏବେ କଲ୍ ଆସିଲେ ମାତ୍ର ୨୫ ସେକେଣ୍ଡ ବାଜିବ ଫୋନ୍ , ଜିଓ ପରେ ଏୟାରଟେଲ୍ ଓ ଭୋଡାଫୋନ୍ ଆଉଟଗୋଇଂ କଲ ରିଙ୍ଗ୍ ସମୟ ହ୍ରାସ କଲେ
2/10/2019 at 4:03 PM

ନୂଆଦିଲ୍ଲୀ – ଏବେ ଇନ୍କମିଂ କଲ୍ ଆସିଲେ ଅଳ୍ପ ସମୟ ପାଇଁ ମୋବାଇଲ୍ ଫୋନ୍ ବାଜିବ । ଏୟାରଟେଲ୍ ଓ ଭୋଡାଫୋନ୍ ଆଉଟଗୋଇଂ କଲ୍ ରିଙ୍ଗ ପାଇଁ ସମୟ ହ୍ରାସ କରିଛନ୍ତି । ପୂର୍ବରୁ ଆଉଟ୍ ଗୋଇଂ କଲ୍ ପାଇଁ ବିଭିନ୍ନ ଟେଲିକମ୍ କମ୍ପାନୀ ମଧ୍ୟରେ ମତାନ୍ତର ଦେଖା ଦେଇଥିଲା ।
ଜିଓ ଫୋନ୍ ରିଙ୍ଗ ହେବାର ସମୟକୁ ପ୍ରଥମେ ପରିବର୍ତ୍ତନ କରିଥିଲା । ଏବେ ଏୟାରଟେଲ୍ ଓ ଭୋଡାଫୋନ୍ ଆଉଟଗୋଇଂ କଲ୍ ପାଇଁ ସମୟ ହ୍ରାସ କରିଛନ୍ତି । କୌଣସି ବ୍ୟକ୍ତଙ୍କୁ ଏହି ଟେଲିକମ୍ କମ୍ପାନୀର ଉପଭୋକ୍ତାଙ୍କ ଠାରୁ ଇନକମିଂ କଲ୍ ଆସିଲେ ମାତ୍ର ୨୫ ସେକେଣ୍ଡ ଫୋନ୍ ରିଙ୍ଗ ହେବ । ଆଉଟଗୋଇଂ କଲ୍ ରିଙ୍ଗ ସମୟ ମଧ୍ୟ ୨୫ ସେକେଣ୍ଡ ରହିବ । ଏବେ ଷ୍ଟାଣ୍ଡାର୍ଡ ରିଙ୍ଗ ଟାଇମ୍ ୩୦ ସେକେଣ୍ଡ । ବିଶ୍ୱରେ ୧୫ରୁ ୩୦ ସେକେଣ୍ଡ୍ ମଧ୍ୟରେ ରିଙ୍ଗ ଟାଇମ୍ ରହିଛି ।
ସରକାର ଆଉଟଗୋଇଂ ରିଙ୍ଗ ସମୟ ୪୫ ସେକେଣ୍ଡ ବୋଲି ଧାର୍ଯ୍ୟ କରିଛନ୍ତି । ଟ୍ରାଇ ଆଉଟଗୋଇଂ ରିଙ୍ଗ ସମୟ ନିର୍ଦ୍ଧାରଣ କରିବା ପାଇଁ ଅକ୍ଟୋବର ୧୪ ତାରିଖର ସମସ୍ତ ଟେଲିକମ୍ କମ୍ପାନୀଙ୍କର ବୈଠକ ଡକାଇଛି । ଜିଓର ଏହି ପଦକ୍ଷେପ ଯୋଗୁଁ ଏୟାରଟେଲ୍ ଓ ଭୋଡାଫୋନ୍ର ବହୁତ କ୍ଷତି ହୋଇଛି । ଏହାକୁ ନେଇ ଏୟାରଟେଲ୍ ଓ ଜିଓ ମଧ୍ୟରେ ବୟାନ ବାଜି ବି ହେଉଛି ।