ଫୋନ୍‌ରେ କଥାବାର୍ତ୍ତା ହୋଇ ଅପରେସନ୍‌ କରନ୍ତି ଡାକ୍ତର ବାବୁ, କିଛି ସମୟ ଲାଗି ନିୟୋଜିତ ହୁଅନ୍ତି ଭଡାଟିଆ ଡାକ୍ତର...

Published By : Prameya-News7 Bureau | February 21, 2020 IST

ବ୍ରହ୍ମପୁର୨୧/୨: ଡାକ୍ତରଙ୍କ ଅବହେଳା ଯୋଗୁଁ ଚାଲିଗଲା ଗୋଟିଏ ନିରୀହ ଜୀବନ। ଏକ ଘରୋଇ ନର୍ସିହୋମରେ ମହିଳାଙ୍କ ଆକସ୍ମିକ ଭାବେ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳ ଆଲୋଡ଼ନ ସୃଷ୍ଟି କରିଛି। ପୂର୍ବରୁ ଗୁରୁଦେବ ନର୍ସିହୋମ ବିରୋଧରେ ବିଭିନ୍ନ ଅଭିଯୋଗ ରହିଛି। ଫୋନ୍‌ରେ କଥାବାର୍ତ୍ତା ହୋଇ ଅପରେସନ ହେଉଥିବା ମଧ୍ୟ ଅଭିଯୋଗ ଆସିଛି। କିଛି ଘଣ୍ଟା ପାଇଁ ଓଟିରେ ଭଡ଼ାଟିଆ ଡାକ୍ତର ନିୟୋଜିତ ହେଉଥିବା ଅଭିଯୋଗ ମଧ୍ୟ ହୋଇଛି।

ଏହି ଘଟଣାରେ ଏକ ତଦନ୍ତକାରୀ ଟିମ୍‌ ତଦନ୍ତ ଚଳାଇଛନ୍ତି। ନର୍ସିହୋମର ମାଲିକଙ୍କ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳି ପାରି ନାହିଁ। ମିଳିଥିବା ସୂଚନା ଅନୁସାରେ ତଦନ୍ତ ପରେ ନର୍ସିହୋମ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ନର୍ସିହୋମର ସେହିଭଳି ଦୋଷ ତୃଟି ଥାଏ ତେବେ ଗୁରୁଦେବ ନର୍ସିହୋମ ସିଲ୍ ହୋଇ ଯାଇପାରେ ବୋଲି ମଧ୍ୟ ଆଲୋଚନା ଚାଲିଛି। ଏପରକି ଡାକ୍ତର ବାବୁ ନିଜ ବାମ ହାତରେ ଫୋନ୍ ଧରି ହେବା ସମୟରେ ଡାହାଣ ହାତରେ ଅପରେସନ କରୁଥିବା ମୃତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।

ସୁଚନାମୁତାବକ ଲାଞ୍ଜିପଲ୍ଲୀ ଅଞ୍ଚଳର ସୁଭ୍ରଜିତ ସାମନ୍ତ ରାୟଙ୍କ ପତ୍ନୀ ଆଇ ସୋରିଆ ରାୟ ପେଟରେ ସାମାନ୍ୟ ଯ଼ନ୍ତ୍ରଣା ଅନୁଭବ କରିଥିଲେ। ସେଥି ନିମନ୍ତେ ଆଇ ସୋରିଆଙ୍କୁ ଗୁରୁଦେବ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା। ଏକ ଛୋଟିଆ ଅପରସେନ ହେବ ବୋଲି ଡାକ୍ତର କହିଥିଲେ। ନର୍ସିଂ ହୋମ କର୍ତ୍ତୁପକ୍ଷଙ୍କ ପରାମର୍ଶରେ ଆଇ ସୋରିଆ ରାୟଙ୍କୁ ଓଟିରେ ଭର୍ତ୍ତି କରାଯାଇଥିଲା। କିଛି ସମୟ ମଧ୍ୟରେ ଓଟିରୁ ସୋରିଆଙ୍କ ମୃତଦେହ ବାହାରିଥିଲା । ଆଇନ୍ ଅନୁଯାୟୀ ଦୋଷୀଙ୍କ ବିରୋଧରେ ଦୃଢ଼ାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ ପି ପିନାକ ମିଶ୍ର କହିଛନ୍ତି । ଗତ ୨ ମାସ ମଧ୍ୟରେ ସମାନ ଢଙ୍ଗରେ ଦୁଇ ଜଣଙ୍କ ଅମୂଲ୍ୟ ଜୀବନ ଚାଲି ଯ଼ାଇଥିବା ଅଭିଯ଼ୋଗକୁ ଭିର୍ତ୍ତି କରି ତଦନ୍ତ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.