Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ହସ୍ପିଟାଲରୁ ଆସିଲା ଫୋନ: ‘କରୋନା ରିପୋର୍ଟ ଆସିଛି ନେଗେଟିଭ୍, କାଲି ହେବେ ଡିସଚାର୍ଜ୍’

31/05/2020 at 8:44 PM

ଗାନ୍ଧୀନଗର, ୩୧|୦୫:   ଗୁଜୁରାଟର ଅହମଦାବାଦରେ କରୋନା ସବୁଠାରୁ ଅଧିକ ଆତଙ୍କ ସୃଷ୍ଟି କରିଛି । ଏହାମଧ୍ୟରେ ସହରର ସିଭିଲ୍ ହସ୍ପିଟାଲରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି  ।ହସ୍ପିଟାଲ ଅବହେଳାର ଏକ ଘଟଣା ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

ସୂଚନାନୁସାରେ, ଅହମଦାବାଦର ନିକୋଲ ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ଦେବରାମ ଭାଇ ଭିସିକର ସନ୍ଦିଗ୍ଧ କରୋନା ଆକ୍ରାନ୍ତ ଭାବେ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାର ପରଦିନ ଦ୍ୱିପ୍ରହରରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ସେହିଦିନ ପରିବାର ଲୋକେ ଦେବରାମଭାଇଙ୍କ ଅନ୍ତିମ ସଂସ୍କାର କରିଥିଲେ । ତେବେ ଅନ୍ତିମ ସଂସ୍କାର ପୂର୍ବରୁ ତାଙ୍କ ଚେହେରା ଦେଖିବା ପାଇଁ ଅନୁମତି ଦିଆଯାଇ ନଥିଲା । ଏହାର ପରଦିନ ତାଙ୍କ ପରିବାର ଲୋକଙ୍କ ପାଖକୁ ହସ୍ପିଟାଲରୁ କଲ୍ ଆସିଥିଲା । ଦେବରାମଭାଇ ଜୀବିତ ଅଛନ୍ତି ଓ ସେ ସାମାନ୍ୟ ସୁସ୍ଥ ହେବା ପରେ ତାଙ୍କୁ ଓ୍ୱାର୍ଡକୁ ସ୍ଥାନାନ୍ତର କରାଯିବ ବୋଲି କୁହାଯାଇଥିଲା । ଏହାପରେ ଦେବରାମଭାଇ ଜୀବତ ନା ମୃତ ପରିବାର ଲୋକେ ଦ୍ୱନ୍ଦ୍ୱରେ ପଡିଯାଇଥିଲେ ।

ପରିବାର ଲୋକେ କହିଛନ୍ତି ଯେ, ଦେବରାମଭାଇ ଜୀବିତ ନା ମୃତ ସେମାନେ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି । ସେମାନେ କାହାର ଅନ୍ତିମ ସଂସ୍କାର କଲେ ତାହା ମଧ୍ୟ ଜାଣି ନାହାଁନ୍ତି । ୨୮ ତାରିଖରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୨୯ ତାରିଖ ଦ୍ୱିପ୍ରହରରେ ଦୁଃଖଦ ଖବର ମିଳିଥିଲା । ଏହାପରେ ୩୦ ହସ୍ପିଟାଲ ପକ୍ଷରୁ ସେ ସୁସ୍ଥ ଥିବା ଓ ସୁସ୍ଥ ହେଉଥିବା ଫୋନ ଆସିଥିଲା । ପରିବାର ଲୋକେ ଏନେଇ ହସ୍ପିଟାଲ ଯାଇ କର୍ମଚାରୀଙ୍କୁ ପଚାରିବାରୁ ସେମାନେ କୌଣସି ଉତ୍ତର ଦେଇପାରି ନଥିଲେ । ଏହାପରେ ସେମାନେ ଘରକୁ ଫେରିଯାଇଥିଲେ । ପୁଣିଥରେ ହସ୍ପିଟାଲରୁ ଫୋନ ଆସିଥିଲା । ଏପରିକି ଦେବରାମଭାଇଙ୍କ କରୋନା ରିପୋର୍ଟ ନେଗେଟିଭ୍ ଥିବା କୁହାଯାଇଥିଲା ।

ଏହି ଘଟଣାକୁ ନେଇ ହସ୍ପିଟାଲର ନିର୍ଦ୍ଦେଶକ କହିନନ୍ତି ଯେ, ମଧୁମେହରେ ଦେବରାମଭାଇ ପ୍ରାଣ ହରାଇଥିଲେ । ତାଙ୍କର କରାନା ଟେଷ୍ଟ୍ କରାଯାଇଥିଲା । ତେବେ ସୂଚନା ଦେବାରେ ସାମାନ୍ୟ ଭୁଲ ହୋଇଥିବା ସେ ସ୍ୱୀକାର କରିଥିଲେ ।  

   Related Posts