କାନପୁର ହତ୍ୟାକାଣ୍ଡ ପୂର୍ବରୁ ଚେତାବନୀ ଦେଇଥିଲା ବିକାଶ ଦୁବେ, ଅଡିଓ ଟେପ୍‌ରେ ଗ୍ୟାଙ୍ଗଷ୍ଟାରର କଥା ଥିଲା ଭୟଙ୍କର, 'ଗୋଟି ଗୋଟି କରି ମାରିବି...'

Published By : Prameya-News7 Bureau | July 21, 2020 IST

କାନପୁର ୨୧।୦୭: ବିକାଶ ଦୁବେ କାନପୁରଓ୍ଵାଲା…ଏହି ସ୍ଵର ଲୋକଙ୍କ ମନରେ ଏବେ ମଧ୍ୟ ସତେଜ ହୋଇ ରହିଛି। ପ୍ରତି ଦିନ ହେଉଥିବା ନୂତନ ଖୁଲାସାରୁ କୁଖ୍ୟାତ ଦୁବେର ସାମ୍ରାଜ୍ୟ କେମିତି ଥିଲା ତାହା ଗୋଟିଏ ପରେ ଗୋଟିଏ ପଦାକୁ ଆସୁଛି। ବିକରୁ ଗାଁର ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ କାନପୁର ହତ୍ୟାକାଣ୍ଡ ପୂର୍ବରୁ ଭୟାନକ ଘଟଣା ଘଟାଇବ ବୋଲି ଚେତାବନୀ ଦେଇଥିଲା। ସମସ୍ତ ଯାଞ୍ଚ ପରେ ବିକାଶ ଦୁବେର ଏକ ଅଡିଓ ଭାଇରାଲ ହୋଇଛି। ଏଥିରେ ବିକାଶ ଦୁବେ ଫୋନରେ ପୁଲିସକୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ ବୋଲି କହିଥିବା ଶୁଣିବାକୁ ମିଳିଛି।

ସୂତ୍ର ଅନୁଯାୟୀ ବିକାଶ ଦୁବେ ଯେଉଁ ବ୍ୟକ୍ତି ସହିତ ଆଲୋଚନା କରୁଛି ସେ ବ୍ୟକ୍ତି ହେଉଛନ୍ତି ଚୌବେପୁର ଥାନାର ତତ୍କାଳୀନ ଥାନା ଅଧିକାରୀ ବିନୟ ତିଓ୍ଵାରୀ। ଫୋନରେ ବିକାଶ ଦୁବେ ଓ ବିନୟ ତିଓ୍ଵାରୀ ମଧ୍ୟରେ ହୋଇଥିବା କଥାବାର୍ତ୍ତା…

ବିକାଶ ଦୁବେ: ମୋ ରାଣ… ଜୀବନ ସାରା ଫେରାର ରହିବି ପଛେ, ଏତେ ବଡ କାଣ୍ଡ କରିବି, ଜାଣିବେ କାହା ସହ ପଙ୍ଗା ନେଉଥିଲେ।

ବିନୟ ତିଓ୍ଵାରୀ:  ମୋତେ ପତ୍ତା ଲଗାଇବାକୁ ଦିଅନ୍ତୁ।

ବିକାଶ ଦୁବେ: ଯଦି ପୂରା ଜିପ ମରି ନଯାଆନ୍ତି… ଗୋଟି ଗୋଟି କରି ହତ୍ୟା କରିବି, ଆଜୀବନ ଜେଲ୍ ଯିବି, କହି ରଖୁଛି, ବିକାଶ ଦୁବେର ଶିକାର ହେବ… ପୁଲିସକକୁ ନମାରିବା ପର୍ଯ୍ୟନ୍ତ ଘରକୁ ଫେରିବି ନାହିଁ, ହଇଚଇ ସୃଷ୍ଟି କରି ଦେବି।

ବିନୟ ତିଓ୍ଵାରୀ:   ଆରେ ଭାଇ ଆମକୁ ତ ଯିବାକୁ ଦିଅନ୍ତୁ।

ଏହି ଆଲୋଚନାରୁ ସ୍ପଷ୍ଟ ବୁଝା ପଡୁଛି ଯେ, ହତ୍ୟାକାଣ୍ଡ ଅଚାନକ ନୁହେଁ  ବରଂ ପୂର୍ବରୁ ନିୟୋଜିତ ଥିଲା। ଏହା ପରେ ବି ପୁଲିସ ବିଭାଗ ଏହି କଥାବାର୍ତ୍ତାକୁ ଗୁରୁତର ସହ ନେଇନଥିଲେ। ପୁଲିସ ବିଭାଗ ବିକାଶ ଦୁବେକୁ ପ୍ରଥମରୁ ସୂଚନା ଦେଇ ଦେଇଥିଲେ ଯେ, ତା କେସ୍ ଲେଖାଯାଉଛି। ପୁଲିସ ବିଭାଗରୁ ହିଁ ବିନୟ ତିଓ୍ଵାରୀ ସମସ୍ତ ସୂଚନା ବିକାଶ ଦୁବେକୁ ଦେଉଥିଲା।

ଏହି ହତ୍ୟାକାଣ୍ଡ ପରଠୁ ପୁଲିସ ବିଭାଗରେ ଆଜି ମଧ୍ୟ ଏହି ଚର୍ଚ୍ଚା ଜାରି ରହିଛି ଯେ, ଚୌବେପୁର ଥାନା ଅଧିକାରୀ ବିନୟ ତିଓ୍ଵାରୀ ସବୁଠୁ ପଛରେ କଣ ପାଇଁ ଥିଲା। କେବଳ ଏତିକି ନୁହେଁ ନିଜ ସାଥୀଙ୍କୁ ମୃତ୍ୟୁର ମୁହଁରେ ଛାଡି କାହିଁକି ଖସି ପଳାଇଥିଲା। ଏଥିରେ ତାଙ୍କର ହାତ ଥିବା ପ୍ରଥମରୁ ସନ୍ଦେହ କରାଯାଉଥିଲା। ଏହା ପରେ ପୁଲିସ ନିଲମ୍ବିତ ଥାନା ଅଧିକାରୀ ବିନୟ ତିଓ୍ଵାରୀକୁ ଜେଲ୍‌ ପଠାଇ ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.