Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ଚୀନକୁ ଫିଲିପାଇନ୍ସର ଚେତାବନୀ: ଯୁଦ୍ଧାଭ୍ୟାସ୍ ବନ୍ଦ କର, ନଚେତ୍ ଭୋଗିବ ଗମ୍ଭୀର ପରିମାଣ

3/07/2020 at 8:45 PM

ମାନିଲା ୦୩।୦୭: ନିଜର ବିସ୍ତାରବାଦୀ ନୀତି ପାଇଁ ଚୀନ ଫସିବାକୁ ଯାଉଛି। ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ହିଂସାତ୍ମକ ସଂଘର୍ଷ ପରେ ଭାରତ ସହିତ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଅନ୍ୟପକ୍ଷେ ଏବେ ଫିଲିପାଇନ୍ସ ଚେତାବନୀ ଦେଇ କହିଛି,  ଯଦି ଚୀନ ବିବାଦୀୟ ଦକ୍ଷିଣ ଚୀନ ସାଗରରେ ନିଜର ସୈନ୍ୟ ଅଭ୍ୟାସ୍ ଜାରି ରଖେ ତେବେ ଗମ୍ଭୀର ପରିଣାମ ଭୋଗିବ। ଏହା ମଧ୍ୟରେ ଲଦାଖ ମାମଲାରେ ଜାପାନ ଭାରତକୁ ସମର୍ଥନ କରିଛି।

ଫିଲିପାଇନ୍ସ ବୈଦେଶିକ ସଚିବ ଶୁକ୍ରବାର ଚୀନକୁ ଚେତାବନୀ ଦେଇଛନ୍ତି ଯେ, ଯଦି ଚୀନ ବିବାଦୀୟ ଦକ୍ଷିଣ ଚୀନ ସାଗରରେ ସମରାଭ୍ୟାସ୍ ଜାରି ରଖେ ତେବେ ଫିଲିପାଇନ୍ସ ଗମ୍ଭୀର ପ୍ରତିକ୍ରିୟା ଦେବ। ବୈଦେଶିକ ସଚିବ ତିୟୋଦୋରୋ ଲୋକ୍ସିନ ଜୁନିୟର କହିଛନ୍ତି, ଚୀନର ପିପୁଲ୍ସ ଲିବେରେସନ ଆର୍ମି(PLA)ଜୁଲାଇ ୧ରୁ ପେରାସେଲ ଦ୍ଵୀପପୁଞ୍ଜ  ବାହାରେ ଅଭ୍ୟାସ୍ କରୁଛି। ଚୀନୀ ସମୁଦ୍ରୀ ଅଧିକାରୀ ସମସ୍ତ  ଜାହାଜକୁ ଯୁଦ୍ଧାଭ୍ୟାସ୍‌ କ୍ଷେତ୍ରରେ ନୌଚାଳନା କରିବାରେ ରୋକୁଛି।

ଚୀନ ଯେଉଁଠି ସମରାଭ୍ୟାସ୍ କରୁଛି, ସେଠାରେ ନୋ ଏଣ୍ଟ୍ରି ଜୋନ୍ ଯାଞ୍ଚ କରିବା ପରେ ଲୋକ୍ସିନ କହିଛନ୍ତି, ପେରାସଲରୁ ପାଣି ବନ୍ଦ ହୋଇ ଯାଇଛି, ଯାହା ଉପରେ ଭିଏତନାମ ଦାବି କରୁଛି। ଏବେ ଚୀନ ଫିଲିପାଇନ୍ସ ଉପରେ ଅନୁପ୍ରବେଶ କରିବାକୁ ଚେଷ୍ଟା ନକରୁ।

ବୈଦେଶିକ ସଚିବ ଲୋକ୍ସିନ ନିଜର ଟିପ୍ପଣୀରେ କହିଛନ୍ତି, ଚୀନକୁ କଣ ଫିଲିପାଇନ୍ସ କ୍ଷେତ୍ରରେ ଅଭ୍ୟାସ୍‌ କରିବା ଉଚିତ୍। ତେବେ ଚୀନକୁ ଏହା ମଧ୍ୟ ଜଣାଥିବ ଯେ, ଏହାର ଗମ୍ଭୀର ପ୍ରତିକ୍ରିୟା କଣ ହେବ। କୂଟନୈତିକ ଜବାବ ମଧ୍ୟ ମିଳିପାରେ।

   Related Posts