Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚୀନକୁ ଫିଲପାଇନ୍ସର ଧମକ, ଏଥର ମହଙ୍ଗାପଡିବ ଦାଦାଗିରି, ହେବ ଆତ୍ମଘାତୀ ଆକ୍ରମଣ

ମାନିଲା:  ହଙ୍ଗକଙ୍ଗ ଉପରେ ଜୁଲୁମ ଚଳାଇଥିବା ଚୀନକୁ ଚେତାବନୀ ଦେଇଛି ଫିଲପାଇନ୍ସ। ଏବେ ଯଦି ଦକ୍ଷିଣ ଚୀନ ସାଗର ଅନ୍ତର୍ଗତ ଫିଲପାଇନ୍ସ କର୍ତ୍ତୃତ ଅଞ୍ଚଳରେ ଦାଦାଗିରି କରେ ତେବେ କାହାକୁ ସହାୟତାର ଭିକ ମଗାଯିବନି କି ଅନୁରୋଧ କରାଯିବନି। ସିଧା ସୈନିକ ପଠାଇ ଆକ୍ରମଣ କରାଯିବ। ଏହା କହିଛନ୍ତି ଫିଲପାଇନ୍ସ ରାଷ୍ଟ୍ରପତି ରଡ୍ରିଗୋ ଦୁତିର୍ତେ। ନିକଟରେ ସ୍ପ୍ରେଟଲୀ ଦ୍ୱିପପୁଞ୍ଜରେ ଥିବା ମାନିଲାର ଥିଟୁ ଦ୍ୱୀପ ଆଖପାଖରେ ଚୀନ ନୌକା ପଇଁତରା ମାରୁଥିବା ସୂଚନା ମିଳିଥିଲା। ଏହି ଆଧାରରେ ରାଷ୍ଟ୍ରପତି ଚୀନକୁ ଚେତାଇ ଦେଇଛନ୍ତି।

ଦୀର୍ଘ ବର୍ଷରୁ ଚୀନ ଶାସନମୁକ୍ତ ଥିବା ହଙ୍ଗକଙ୍ଗ ଉପରେ ଏବେ ଚୀନ କର୍ତ୍ତୃତ ଜାହିର କରୁଛି। ତେବେ ଏଠାରେ ଚୀନ ଚଳାଇଥିବା ଏକଛତ୍ରବାଦକୁ ହଙ୍ଗକଙ୍ଗ ଗ୍ରହଣ କରୁନଥିବା ବେଳେ ଲୋକେ ରାସ୍ତାକୁ ଓହ୍ଲାଇ ଚୀନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଯାହା ଚୀନ ଲାଗି ଏବେ ନୂଆ ସମସ୍ୟାର କାରଣ ହୋଇଛି। ଏଥିରେ ଫିଲପାଇନ୍ସର ଆତ୍ମଘାତୀ ଆକ୍ରମଣ ଧମକ ଦକ୍ଷିଣ ଏସିୟ କ୍ଷେତ୍ରରେ ଚୀନର ପ୍ରଭୂତ୍ୱକୁ ଚାଲେଞ୍ଜ କରିଛି।

   Related Posts