ଫିଲିପାଇନ୍ସରେ ସେନା ବିମାନ ଦୁର୍ଘଟଣା ମାମଲା : ମୃତ୍ୟୁସଂଖ୍ୟା ୪୫କୁ ବୃଦ୍ଧି, ଏବେ ବି ୭ ନିଖୋଜ, ଉଦ୍ଧାରକାର୍ଯ୍ୟ ଜାରି

Published By : Prameya-News7 Bureau | July 04, 2021 IST

ନୂଆଦିଲ୍ଲୀ ୦୪/ ୦୭ : ଫିଲିପାଇନ୍ସରେ ସେନା ବିମାନ ଦୁର୍ଘଟଣା​‌ରେ ମୃତ୍ୟୁସଂଖ୍ୟା ୪୫କୁ ବୃଦ୍ଧିପାଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ସେନା କର୍ମଚାରୀଥିବା ସୂଚନା ମିଳିଛି । ଫିଲିପାଇନ୍ସର ଦକ୍ଷୀଣାଞ୍ଚଳରେ ରବିବାର ସକାଳେ ସେନା ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇ ଜଳିଯାଇଥିଲା । ତେବେ ସୌଭାଗ୍ୟବଶତଃ ଭଗ୍ନାଂଶ ମଧ୍ୟରୁ ୪୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୪୫ ଜଣଙ୍କର ମୃତ୍ୟୁ ଘଟିଛି । ବିମାନରେ ମୋଟ ୯୨ ଜଣ ଯାତ୍ରା କରୁଥିଲେ ଏବଂ ସେଥିମଧ୍ୟରେ ଅଧିକାଂଶ ସେନା କର୍ମଚାରୀ ଥିଲେ । ତେବେ ଆଉ ୭ ଜଣଙ୍କର କୌଣସି ଖୋଜ ଖବର ମିଳିନାହିଁ । ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି ।

ବିମାନଟି ଜୋଲୋ ଆଇସଲ୍ୟାଣ୍ଡରେ ଲ୍ୟାଣ୍ଡ କରିବାର ଥିଲା । କିନ୍ତୁ ଅବତରଣ ସମୟରେ କିଛି ତ୍ରୁଟି ରହିଯାଇଥିବାରୁ ଏହା କ୍ରାସ୍‌ କରିଥିଲା । ଫଳରେ ସେଥିରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୪୫ ଜଣଙ୍କର ମୃତ୍ୟୁ ଘଟିଛି । ବିମାନଟି ତଳେ ପଡ଼ିଯିବା ପରେ ଏହା ନିଆଁର ବଲରେ ପରିଣତ ହୋଇଥିଲା । ବିମାନର ପଡିବା ମାତ୍ରେ ସେଠାରେ ପହଞ୍ଚିଥିବା ଅଧିକାରୀମାନେ ନିଆଁ ଲିଭାଇବା କାମ ଆରମ୍ଭ କରିଥିଲେ । ତେବେ ବିମାନଟି କିପରି ଦୁର୍ଘଟଣାଗ୍ରସ୍ତ ହେଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ବର୍ତ୍ତମାନ ବିମାନ ଭିତରେ ଫସି ରହିଥିବା ଲୋକଙ୍କୁ ଘଉଡାଇବା କାମ ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.