Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ନିଶା କାରବାରର ଭୟଙ୍କର ପରିଣତି : ପୋଲିସ ସହ ଗୁଳି ବିନିମୟରେ ଫିଲିପାଇନ୍ ମେୟର ଓ ୨ ସହଯୋଗୀ ନିହତ, ଦୁଇ ଜଣ ପୋଲିସ ଅଫିସରଙ୍କ ମୃତ୍ୟୁ

9/03/2021 at 3:37 PM

ନୂଆଦିଲ୍ଲୀ,୦୯/୦୩:  କେନ୍ଦ୍ରୀୟ ଫିଲିପାଇନ୍ସରେ ଜଣେ ମେୟର ଓ ତାଙ୍କର ୨ ସହଯୋଗୀ ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି । ଏହାସହ ୨ଜଣ ପୋଲିସ ଅଫିସର ମଧ୍ୟ ପ୍ରାଣ ହରାଇଛନ୍ତି । ଏକ ହିଂସାକାଣ୍ଡକୁ ନିୟନ୍ତ୍ରଣ ବେଳେ ପୋଲିସ ଓ ମେୟରଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ଉଭୟ ପକ୍ଷର ୩ଜଣ ପ୍ରାଣ ହରାଇଥିଲେ ।

ପୋଲିସ କମିଶନର ବ୍ରିଗେଡିୟର ଜେନେରାଲ ରୋନାଲ୍ଡୋ ଡି ଜେସସ୍ କହିଛନ୍ତି ଯେ, କୌଣସି ଉଦ୍ଦେଶ୍ୟ ରଖି ମେୟରଙ୍କୁ ଉପରକୁ ଗୁଳି ଚାଳନା କରାଯାଇ ନଥିଲା । ଭୁଲ ବଶତଃ ଏକାଉଣ୍ଟରରେ ମେୟର ପ୍ରାଣ ହରାଇଛନ୍ତି ।

ସୂଚନାନୁସାରେ, ସୋମବାର ଦିନ ପୋଲିସ କ୍ୟାଟବାଲୋଗାନ ସହରରେ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ପୋଲିସ ଉପରେ କିଛି ବ୍ୟକ୍ତି ଗୁଳିମାଡ କରିଥିଲେ । ଏଥିରେ ୨ ପୋଲିସ ଅଫିସର ପ୍ରାଣ ହରାଇଥିଲେ । ଗୁଳିମାଡ କରିଥିବା ବ୍ୟକ୍ତି ରୋନାଲ୍ଡୋ ଆକ୍ୱିନୋଙ୍କ ସୁରକ୍ଷାକର୍ମୀ ବୋଲି ଜଣାପଡିଥିଲା । ଏହାପରେ ପୋଲିସ ମଧ୍ୟ ପାଲଟା ଆକ୍ରମଣ କରିଥିଲା । ଏଥିରେ ମେୟର ଓ ତାଙ୍କର ୨ ସହଯୋଗୀ ନିହତ ହୋଇଥିଲେ ।  ଏହି ଘଟଣାର ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଛି । ଯେଉଁଥିରେ ମେୟରଙ୍କ ଭ୍ୟାନରୁ ଗୁଳି ଚାଳନା ହୋଇଥିବା ସ୍ପଷ୍ଟ ହୋଇଛି ।

ମେୟରଙ୍କ ଜଣେ ବନ୍ଧୁ ସାରମିଏଣ୍ଟୋ କହିଛନ୍ତି ଯେ, ପୋଲିସ ଜାଣିଶୁଣି ଯୋଜନାବଦ୍ଧ ଭାବେ ରୋଲାନ୍ଡୋଙ୍କୁ ହତ୍ୟା କରିଛି । ସେ ଏକ ଜନ୍ମଦିନ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ । ଭ୍ୟାନ୍ ରହିବା ପରେ ହଠାତ ପୋଲିସ ଗୁଳିମାଡ କରିଥିଲା । ତାଙ୍କୁ ଜାଣିଶୁଣି ଟାର୍ଗେଟ୍ କରାଯାଇଥିଲା ।

ସୂଚନାଯୋଗ୍ୟ,  କେବଳ ରୋନାଲ୍ଡୋ ନୁହେଁ ରାଷ୍ଟ୍ରପତି ରୋଡ୍ରିଗୋଙ୍କ ଶାସନରେ ଅନେକ ମେୟର ବେଆଇନ ନିଶା ଦ୍ରବ୍ୟ ଚାଳନ ମାମଲାରେ ଗୁଳିମାଡରେ ପ୍ରାଣ ହରାଇଛନ୍ତି । ଅନେକ ମାମଲା ଉପରୁ ପରଦା ହଟିନାହିଁ । ନିକଟରେ ମାନିଲାରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା କିଛି ବ୍ୟକ୍ତିଙ୍କୁ ସେନା ଗୁଳିମାରିହତ୍ୟା କରିଥିଲା ।

   Related Posts