ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଛୁଇଁବ ‘ପେଥାଇ’ ; ଓଡିଶା ଉପରେ ବେଶୀ ବିପଦ ନାହିଁ କହିଲେ ଏସଆରସି, ଦକ୍ଷିଣ ଓଡ଼ିଶାରେ ବର୍ଷା

Published By : Prameya-News7 Bureau | December 17, 2018 IST

ଭୁବନେଶ୍ବର ୧୭|୧୨: ଆନ୍ଧ୍ର ମୁହାଁ ସାମୁଦ୍ରିକ ଝଡ ‘ପେଥାଇ’ । ଦକ୍ଷିଣ-ପଶ୍ଚିମ ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ପେଥାଇ’ ଆନ୍ଧ୍ରର ମଚ୍ଛଲିପଟ୍ଟନମ୍ ଠାରୁ ୧୬୦ କିମି ଓ କାକିନାଡାଠାରୁ ୧୯୦ କିମି ଦୂରରେ ରହିଛି । ଏହା ଘଣ୍ଟାକୁ ୨୩ କିଲୋମିଟର ବେଗରେ ଆନ୍ଧ୍ର ମୁହାଁ ହେଉଛି । ଆଜି ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର କାକିନାଡାରେ ଏହା ସ୍ଥଳଭାଗକୁ ଛୁଇଁବା ସମ୍ଭାବନା ରହିଛି । ଏହା ପୂର୍ବରୁ ବାତ୍ୟା ଦୁର୍ବଳ ହୋଇଯିବ । ସ୍ଥଳଭାଗ ଛୁଇଁବା ପରେ ଏହା ଅବପାତରେ ପରିଣତ ହେବ । ‘ପେଥାଇ’ ପ୍ରଭାବରେ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ଛତିଶଗଡ଼ରେ ପ୍ରବଳ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଓଡ଼ିଶାର ୪ଟି ଜିଲ୍ଲା ରାୟଗଡା, ଗଜପତି, ମାଲକାନଗିରି, କୋରାପୁଟ ପାଇଁ ଅରେଞ୍ଜ ୱାର୍ଣ୍ଣିଂ, ଏବଂ ଅନ୍ୟ ୧୧ ଜିଲ୍ଲା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

{"id":64422}

‘ପେଥାଇ’କୁ ନେଇ ଆତଙ୍କିତ ହେବାରନାହିଁ । ସାମ୍ବାଦିକ ସମ୍ମିଳନୀରେ ଏସଆରସି ଏହି ସୂଚନା ଦେଇଛନ୍ତି । ଓଡ଼ିଶା ଉପରେ ବେଶୀ ବିପଦ ନାହିଁବୋଲି କହିଛନ୍ତି ଏସଆରସି । ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୫୦ କିଲୋମିଟର ରହିବ । ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ମଣ୍ଡିରେ ଯେପରି ଶସ୍ୟ ନଷ୍ଟ ନହୁଏ ସେଥିପ୍ରତି ଚାଷୀ ଦୃଷ୍ଟି ଦେବାକୁପରାମର୍ଶ ଦିଆଯାଇଛି । ଗଜପତିରେ କିଛି ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଗଂଜାମ ଓ ଗଜପତିରେ ତିତଲି କ୍ଷତିଗ୍ରସ୍ତ ପରିବାରକୁ ନିକଟରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ସ୍କୁଲରେ ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.