Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦାନା ବାନ୍ଧୁଛି ବାତ୍ୟା : ୫ରେ ଓଡିଶା-ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ !
  • ||
  • ସୋମବାରଠୁ ଶୀତ ଅଧିବେଶନ, ପ୍ରଥମ ଦିନରେ କୃଷି ବିଲ୍ ରବ୍ଦ ନେଇ ଆସିବ ପ୍ରସ୍ତାବ
  • ||

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ସିନେମା ‘ଫେରିଆ’ ଓ ‘ଗାନ୍ଧି ଆସୁଛନ୍ତି’ ର କଳାକାରମାନଙ୍କୁ ସମ୍ବର୍ଦ୍ଧନା

20/12/2019 at 7:36 PM

ଭୁବନେଶ୍ୱର ୧୯।୧୨  – ସୁମା ରିଅଲ ମିଡିଆ ଦ୍ବାରା ପ୍ରସ୍ତୁତ  ଚଳଚ୍ଚିତ୍ର ଫେରିଆ କମବ୍ୟାକ କୁ ୮ ଟି ବର୍ଗରେ  ମିଳିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଫିଲ୍ମର ବିଜେତା, ସଦସ୍ୟ  ଓ କଳାକାର ମାନଙ୍କୁ  ସୁମା ରିୟଲ ମିଡିଆ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

ସୁମା ରିୟଲ ମିଡିଆ ଦ୍ବାରା ପ୍ରସ୍ତୁତ ଫେରିଆ ଚଳଚ୍ଚିତ୍ରକୁ କୁ ୮ ଟି ବର୍ଗରେ ମିଳିଛି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ  ୮ଟି ବର୍ଗରେ  ସଫଳତା ସାଉଣ୍ଟିଥିବା​‌​  ଫେରିଆ ଚଳଚ୍ଚିତ୍ରର କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି   ସୁମା ରିୟଲ ମିଡିଆର ନିର୍ଦେଶିକା।​‌ ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶନା, ଶ୍ରେଷ୍ଠ ନୃତ୍ୟ ସଂଯୋଜନା, ଶ୍ରେଷ୍ଠ ପାର୍ଶ୍ୱ  ଅଭିନେତ୍ରୀ, ଶ୍ରେଷ୍ଠ କଳା ନିର୍ଦେଶକ,​‌ ଶ୍ରେଷ୍ଠ ସମ୍ପାଦନା,ଶ୍ରେଷ୍ଠ ଶିଶୁ ଅଭିନେତା, ଶ୍ରେଷ୍ଠ ବେଶ ପୋଷାକ, ଶ୍ରେଷ୍ଠ ପ୍ରଛଦ ପଟ୍ଟ ଗାୟକ ଭଳି  ଫେରିଆ କମବ୍ୟାକ ଚଳଚ୍ଚିତ୍ରକୁ ସର୍ବାଧିକ ୮ଟି ବର୍ଗରେ  ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି।

 ସୁମା  ରିୟଲ ମିଡିଆ ପକ୍ଷରୁ ଆୟାଜିତ  ସ୍ବତନ୍ତ୍ର  ସମ୍ବର୍ଦ୍ଧିତ ଉତ୍ସବରେ ଫେରିଆର କଳାକାର,  ଓ  ବିଜେତା ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉତ୍ସାହିତ କରିଥିଲେ  ସୁମା ରିୟଲ ମିଡିଆର ନିର୍ଦେଶିକା।  ଆଗକୁ   ଏଭଳି ପ୍ରୟାସ  ଜାରି ରହିବ ବୋଲି କହିଛନ୍ତି ସୁମା ରିୟଲ ମିଡିଆର ନିର୍ଦେଶିକା ଶାଶ୍ବତୀ ଦାସ।

ସମାଜରୁ  ଗୁଣି ଗାରେଡି ଅନ୍ଧ ବିଶ୍ବାସଭଳକୁ ସଂସ୍କାର ଦୁର  କରିବାର  ବାର୍ତ୍ତା ବାଣ୍ଟୁଛି ଫିଲ୍ମ ଫେରିଆ । ସେପଟେ  ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ  ସୁମା ରିୟଲ  ପକ୍ଷରୁ ପ୍ରସ୍ତୁତ   ଗାନ୍ଧି ଆସୁଛନ୍ତି  ଫିଲ୍ମ   ସ୍ବଛତାର ବାର୍ତ୍ତା ବାଣ୍ଟୁଛି। ଏହି ଅବସରରରେ ଫେରିଆର ନିର୍ଦେଶକ  ମିହିର  ଆଚାର୍ଯ୍ୟ ଓ   ଗାନ୍ଧି ଆସୁଛନ୍ତି ଫିଲ୍ମର ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ  କରାଯିବା ସହ ଫିଲ୍ମର ପ୍ରଦର୍ଶନ କରାଯାଇଥିଲା।ଏହି ସମ୍ବର୍ଦ୍ଧିନା  ଉତ୍ସବରେ  ନ୍ୟୁଜ 7ର   ସିଇଓ  ସୁନୀଲ  ଦାସ, ନ୍ୟୁଜ ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ, ନ୍ୟୁଜ 7ର  ଡେପୁଟି ଏଡିଟର ଦେବନାରାୟଣ  ସେଠୀ, ଫେରିଆର ନିର୍ଦେଶକ ତଥା ନ୍ୟୁଜ 7 ର  ଆଉଟପୁଟ ଏଡିଟର ମିହିର ଆଚାର୍ଯ୍ୟ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ସୁମା ରିୟଲ ମିଡିଆ  ଏହି ପ୍ରୟାସ ଆଗକୁ ଜାରି ରହିବ।  ଫିଲ୍ମ ମାଧ୍ୟମରେ ସମାଜରୁ ଅନ୍ଧବିଶ୍ବାସ,  ସଂସ୍କାର ଧର୍ମୀ ଚଳଚ୍ଚିତ୍ର ନିର୍ମାଣ ଦିଗରେ ଗୁରୁତ୍ବଦେବ।

   Related Posts