Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ଡାଇବେଟିସ ସଂପର୍କରେ ଗବେଷଣା କରୁଥିବା ଫାର୍ମ ବିକି ରାତାରାତି ପିଏଚଡି ଛାତ୍ର ହେଲେ ଆରବପତି

22/08/2018 at 12:24 AM

ଲଣ୍ଡନ ୨୨/୮ : ଲଣ୍ଡନରେ ପିଏଚଡି କରୁଥିବା ୩୧ବର୍ଷୀୟ ଛାତ୍ର ହ୍ୟାରୀ ଡେଷ୍ଟେକ୍ରୋ ରାତାରାତି ଆରବପତି ହୋଇଯାଇଛନ୍ତି । ଡାଇବେଟିସ ବା ମଧୁମେହ ସଂପର୍କରେ ଗବେଷଣା କରୁଥିବା ତାଙ୍କ ଫାର୍ମକୁ ଡେନମାର୍କର ଏକ ହେଲ୍ଥ କେୟାର କମ୍ପାନୀ ୬୨୩ ମିଲିୟନ ପାଉଣ୍ଡ ବା ପାଖାପାଖି ୫୫୮୮ କୋଟି ଟଙ୍କାରେ କିଣିନେଇଛି ।
ଫାର୍ମକୁ ୨୦୧୪ ମସିହାରେ ହ୍ୟାରି ଓ ତାଙ୍କ ପ୍ରଫେସର ଏଥନି ଡେବିସ ଏବଂ ଜଣେ ବ୍ୟବସାୟୀ ମିଳିତଭାବେ ଆରମ୍ଭ କରିଥିଲେ । ଏହି ଡିଲ୍ ଫଳରେ ଡାଇବେଟିସର ଚିକିତ୍ସାରେ ସହାୟତା ମିଳିପାରିବ ବୋଲି ୟୁନିଭରସିଟି ଅଫ୍ ବ୍ରିଷ୍ଟଲ କହିଛି ।
ଡେନମାର୍କର ଏହି ହେଲ୍ଥ କେୟାର କମ୍ପାନୀ ନୋବୋ ନୋରଡିସ୍ସ ବିଶ୍ବର ପ୍ରଥମ ଇନସୁଲିନ ଇଞ୍ଜେକସନ ତିଆରି କରିଥିଲା । ଫାର୍ମକୁ ବିକ୍ରି କରିବା ପରେ ହ୍ୟାରୀ ଡେଷ୍ଟେକ୍ରୋ କହିଛନ୍ତି ତାଙ୍କ ଫାର୍ମ ଆଗାମୀ ଦିନରେ ଡାଇବେଟିସର ଚିକିତ୍ସାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ।
ବର୍ତ୍ତମାନ ସାରା ବିଶ୍ବରେ ୩୮କୋଟିରୁ ଅଧିକ ଡାଇବେଟିସ ରୋଗୀ ଅଛନ୍ତି । ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ଅନୁଯାୟୀ ୨୦୨୫ସୁଦ୍ଧା ଭାରତରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ୧୩କୋଟିରୁ ଅଧିକ ହୋଇଯିବ । ରକ୍ତରେ ଗ୍ଲୁକୋଜର ପରିମାଣ ନିୟନ୍ତ୍ରଣ ରହିବା ପାଇଁ ଟାଇପ୍-୨ ଡାଇବେଟିସରେ ଇନସୁଲିନ ଇଞ୍ଜେକସନ ନେବାର ଆବଶ୍ୟକତା ପଡିଥାଏ ।ଜିଇଲୋ ଯେଉଁ ପଦ୍ଧତି ବିକଶିତ କରିଛି ତାଦ୍ବାରା ହଠାତ୍ ସୁଗାର ପରିମାଣ କମିବା ନିୟନ୍ତ୍ରଣ କରାଯାଇପାରିବ । କମ୍ପାନୀ ଏକ ଏମିତି ଗ୍ଲୁକୋଜ ରେସ୍ପନସିଭ ଇନସୁଲିନ ତିଆରି କରିଛି ଯାହାକୁ ନେବା ଦ୍ବାରା ତାହା ଶରୀରରେ ସେ ପର୍ଯ୍ୟନ୍ତ ନିଷ୍କ୍ରିୟ ରହିବ ଯେ ପର୍ଯ୍ୟନ୍ତ ଶରୀରରେ ସୁଗାରର ପରିମାଣ କମ୍ କିମ୍ବା ଅଧିକ ନହୁଏ । ବ୍ଲଡ୍ ସୁଗାର କମ୍ ହେବାକୁ ହାଇପୋଗ୍ଲାସିମିଆ କୁହାଯାଏ ।

   Related Posts