ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ଡାକ୍ତରଖାନା

Published By : Prameya-News7 Bureau | January 24, 2020 IST

ସୁବର୍ଣ୍ଣପୁର  ୨୪।୦୧ - ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା । ଦୀର୍ଘ ଦିନ ହେବ ଡାକ୍ତର ମରୁଡି ଥିବା ବେଳେ ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ଡାକ୍ତରଖାନା ।ଫଳରେ ନାହିଁ ନଥିବା ହଇରାଣ ହେଉଛନ୍ତି ଗାଁ ଗହଳିରୁ ଆସୁଥିବା ଗରିବ ରେ।ଗୀ ।

{"id":215491,"sizeSlug":"large"}

ଗାଁ ଗହଳିର ଲେ।କ ସୁବିଧାରେ ଚିକିତ୍ସା ପାଇବେ ।୩ଟି ପଞ୍ଚାତବାସୀଙ୍କୁ ଦୃଷ୍ଟିରେ ରଖିସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଉପାନ୍ତ ଅଞ୍ଚଳ କୋଟସମଲାଇ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର  ଖେ।ଲାଯାଇଥିଲା ।ହେଲେ ଚିକିତ୍ସା ଦୂରର କଥା । ଓଲଟି ରେ।ଗରେ ସଢୁଛନ୍ତି ଲେ।କ ।କାରଣ ବର୍ଷ ବର୍ଷ ଧରି ଖାଲି ପଡିଛି ଡାକ୍ତର ପଦବୀ ।ଜଣେ ମାତ୍ର ଫାର୍ମସିଷ୍ଟଙ୍କ ଭରସାରେ ଚାଲିଛି ଡାକ୍ତରଖାନା ।ଫଳରେ ଲୋକେ ଆବଶ୍ୟକ ସ୍ବାସ୍ଥ୍ୟ ସେବା ଓ ଚିକିତ୍ସା ପାଇବାରୁ ବଂଚିତ ହେଉଛନ୍ତି  ।ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ବି ପାଇ ପାରୁ ନାହାନ୍ତି  ।ଖାଲି ଡାକ୍ତର ପଦବି ନୁହେଁ, ଷ୍ଟାଫ ନର୍ସ  ତଥା ସ୍ବାସ୍ଥ୍ୟ କର୍ମଚାରୀଙ୍କ ପଦବି ମଧ୍ୟ ଖାଲି ପଡିଛି । ଏ ନେଇ ବାରମ୍ବାର ଆନ୍ଦୋଳନ ପରେ ବି କିଛି ସୁଫଳ ମିଳୁ ନ ଥିବା ଅଭିଯୋଗ ହେ।ଇଛି ।

ଡାକ୍ତର ଅଭାବ ଯେ।ଗୁଁ ବାଧ୍ୟ ହେ।ଇ ଫାର୍ମାସିଷ୍ଟଙ୍କୁ ଭରଷା କରୁଛନ୍ତି ରେ।ଗୀ । ଅନେକ ସମୟରେ  ଭୁଲ ଚିକିତ୍ସା ଯେ।ଗୁଁ ଅସୁବିଧାରେ ପଡୁଛନ୍ତି ରେ।ଗୀ । ସେପଟେ ଅବ୍ୟବସ୍ଥା ନେଇ ହାତ ଟେକି ଦେଇଛନ୍ତି ସିଡିଏମଓ । ଯେହେତୁ ଜିଲ୍ଲାରେ ଡାକ୍ତର ଅଭାବ ରହିଛି ତେଣୁ କୋଟସମଲାଇ ପ୍ରାଥମିକ ସ୍ବାସ୍ଥ୍ୟରେ ଡାକ୍ତର ନିଯୁକ୍ତି ହେ।ଇପାରୁନଥିବା ସେ କହିଛନ୍ତି ।

କେବଳ ଡାକ୍ତର କି ଷ୍ଟାଫ୍ ଅଭାବ ନାହିଁ, ସେମାନଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ତିଆରି କ୍ବାର୍ଟର ବି ଖତ ଖାଉଛି । ତେଣୁ ତୁରନ୍ତ ଏଠାରେ ଡାକ୍ତର ନିଯୁକ୍ତି କରିବା  ସହ ଆନୁସାଙ୍ଗିକ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବା ଜରୁରୀ ହେ।ଇପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.