ନିଜସ୍ୱ ଉଦ୍ୟମରେ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଜ୍ୟବସ୍ତୁକୁ ନେଇ ଏକ ସୁନ୍ଦର ମନୋରମ ପାର୍କ ତିଆରି କଲେ ଫାର୍ମାସିଷ୍ଟ

Published By : Prameya-News7 Bureau | December 03, 2019 IST

ବାଲିଗୁଡା ୦୨।୧୨ -  ଗ୍ରାମାଂଚଳର ରୋଗୀ ମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ସହ  ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏକ ସୁନ୍ଦର ଓ ସୁସ୍ଥ ପରିବେଶ ମଧ୍ୟ ଗଢି ତୋଳିବାକୁ ପ୍ରୟାସ କରିଛନ୍ତି ଜଣେ ଯୁବ ଫାର୍ମାସିଷ୍ଟ । ନିଜ ଡ୍ୟୁଟି ପରେ ସମୟ ବାହାର କରି ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ତିଆରି କରିଛନ୍ତି ଏକ ମିନି ପାର୍କ  ।

{"id":193452,"sizeSlug":"large"}

କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର । ବଣ ପାହାଡ ଘେରା ତଥା ଦୁର୍ଗମ ଓ ମାଓ ଅଧ୍ୟୁଷିତ ଅଂଚଳରେ ଅବସ୍ଥିତ ଏହି ସ୍ବାସ୍ଥ୍ୟକେନ୍ଦ୍ରଟି । ସ୍ବାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ଭାବେ କାମ କରୁଥିବା ରାଜେଶ କୁମାର ସାହୁ । ଦିନଥିଲା ଏହି ସ୍ବାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ଯୋଗୁଁ କେହି ଆସିବାକୁ ମୁହଁ ମୋଡୁଥିବା ବେଳେ ଏବେ ରୋଗୀ ନିଜେ ଆସୁଛନ୍ତି ।

{"id":193453,"sizeSlug":"large"}

ଏହା କେବଳ ସମ୍ଭବ ହୋଇଛି ରାଜେଶଙ୍କ ଯୋଗୁଁ । ରାଜେଶ ଏଠାକୁ ବଦଳି ହୋଇ ଆସିବାପରେ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ବର୍ଜ୍ୟବସ୍ତୁକୁ ନେଇ ଏକ ସୁନ୍ଦର ମନୋରମ ପାର୍କ ପ୍ରତିଷ୍ଠା କରିଛନ୍ତି । ନିଜ  କାମ କରିବା ପରେ ସମୟ ବାହାର କରି ନିଜ ସହଯୋଗୀଙ୍କ  ସହାୟତାରେ ଏକ ପାର୍କ ନିର୍ମାଣ କରିଛନ୍ତି । ଯାହା ସ୍ବାସ୍ଥ୍ୟକେନ୍ଦ୍ରର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଛି ।

{"id":193454,"sizeSlug":"large"}

ଦୁର୍ଗମ ଅଂଚଳରେ ରାଜେଶଙ୍କ ଏଭଳି ପ୍ରୟାସକୁ ଭରପୁର ପ୍ରଶଂସା କରିଛନ୍ତି କନ୍ଧମାଳ ଜିଲ୍ଲାବାସୀ। କେବଳ ସୁଡ୍ରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନୁହେଁ ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକ ସହିତ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ମଧ୍ୟ ଏଭଳି ସୁସ୍ଥ ଓ ସୁନ୍ଦର ପରିବେଶ ସୃଷ୍ଟି କରିବା ଉଚିତ୍ ବୋଲି କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । 

{"id":193455,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.