Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଫାର୍ମାସିଷ୍ଟ ଛାତ୍ରଙ୍କ ହତ୍ୟା: ହତ୍ୟାକାରୀ କିଏ ? କାହିଁକି ଚୁପ୍ ବସିଛି ପୋଲିସ୍‌ ?

23/10/2020 at 12:59 PM

ବାଲିଗୁଡା୨୩/୧୦: ବହୁ ଚର୍ଚ୍ଚିତ ଫାର୍ମାସିଷ୍ଟ ଛାତ୍ରଙ୍କ ହତ୍ୟା ଘଟଣାରେ ଏପର୍ଯ୍ୟନ୍ତ ହତ୍ୟାକାରୀକୁ ଗିରଫ କରି ନାହିଁ ପୋଲିସ୍। ଅଭିଯୁକ୍ତର ଗିରଫ ଦାବିରେ ସ୍ଥାନୀୟ ଲୋକେ ସାରଙ୍ଗଡ ଥାନା ଘେରାଉ କରିଛନ୍ତି। ଗତ ୧୪ ତାରିଖରୁ ନିଖୋଜ ଯୁବକଙ୍କ ଗଳିତ ମୃତଦେହକୁ ୧୭ ତାରିଖରେ ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ କଲୋନୀ ସାହିର ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରିଥିଲା।

ଏହାସହ ସନ୍ଧାନୀ କୁକୁର ଓ  ସାଇଣ୍ଟିଫିକ ଟିମ୍‌ ସାହାଯ୍ୟରେ ତଦନ୍ତ ଚଳାଇଥିଲେ ବି ପୋଲିସ ହତ୍ୟାକାରୀର  ସୁରାକ ଏଯାଏଁ ପାଇନି। ଗତ ୧୪ ତାରିଖରେ ବାହାଡାପଦାର ୨୧  ବର୍ଷୀୟା କଲେଜ ଛାତ୍ର ଶରଣ ପଞ୍ଜର ନାୟକଙ୍କ ଜେଜେମାଆଙ୍କ ମୃତ୍ୟୁ ହୋଇଥିଲା। ଜେଜେ ମାଙ୍କ ଶବଦାହ କରିବାକୁ ଯାଇ ଆଉ ସେ ଘରକୁ ଫେରିନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ସନ୍ଧାନ ମିଳିନଥିଲା। ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ।

ଶୁକ୍ରବାର ସନ୍ଧ୍ୟାରେ ପରିବାର ଲୋକେ କୂଅରେ ଶବ ଭାଷୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ।  କଲୋନୀ ସାହିର ହରିଶଙ୍କର ପାତ୍ରଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଥିଲେ  ପରିବାର ଲୋକେ l  ପରିବାର ଲୋକ ହତ୍ୟାକାଣ୍ଡ ପ୍ରେମ ଜନିତ ଅଭିଯୋଗ କାରୀ  ମୃତ୍ୟୁ ପାଇଁ ପ୍ରେମିକାଙ୍କ  ପରିବାରଙ୍କୁ  ଦାୟୀ କରିଥିଲେ l ପୋଲିସ ଏତଲା କ୍ରମେ ପ୍ରେମିକାର ପରିବାରକୁ ଥାନାରେ ପଚରଉଚରା ଡାକିଥିଲେ। ପରବର୍ତ୍ତୀ ସମୟରେ ପୁଣି ଛାଡି ଦେଇଥିଲେ।

   Related Posts