ସମ ଅଲଟିମେଟ୍ ମେଦିକେୟାରରେ ଫାର୍ମାସିଷ୍ଟ ଦିବସ ପାଳିତ

Published By : Prameya-News7 Bureau | September 27, 2021 IST

ଭୁବନେଶ୍ୱର ୨୭/୦୯: ସମ ଅଲଟିମେଟ ମେଡିକେୟାରରେ ଶନିବାର ଦିନ ବିଶ୍ୱ ଫାର୍ମାସି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ହସ୍ପିଟାଲର ସିଇଓ ଡ଼ଃ ଶ୍ୱେତପଦ୍ମା ଦାଶ, ଚିଫ ଅଫ ମେଡିକାଲ ସର୍ଭିସେସ ଡ଼ଃ (ବ୍ରିଗେଡିଅର) ବିରାଜ ମୋହନ ମିଶ୍ର, ଫ।ର୍ମାସୀ ବିଭାଗ ମୁଖ୍ୟ ଶ୍ରୀ ଶୁଭ୍ରକାନ୍ତ ନାୟକ, କ୍ଲିନିକାଲ ଫ।ର୍ମାକୋଲୋଜି ବିଭାଗର ମୁଖ୍ୟ ଶ୍ରୀ ସନ୍ତୋଷ କୁମାର ନାୟକ ଏବଂ ଅନ୍ୟାନ୍ୟ ବିଭାଗର କର୍ମକର୍ତ୍ତା ଯୋଗଦେଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ ।

wp:gallery {"ids":[518321],"linkTo":"none"} /wp:gallery

'ଫାର୍ମାସିଷ୍ଟ ---ଅଲୱେଜ ଟ୍ରଷ୍ଟେଡ଼ ଫରୟୋର ହେଲଥ' ପ୍ରସଂଗକୁ ନେଇ ହସ୍ପିଟାଲ ପକ୍ଷରୁ ସେପ୍ଟେମ୍ବର ୧୮ତାରିଖରୁ ଆୟୋଜିତ ଫ।ର୍ମାସୀ ସପ୍ତାହ -୨୦୨୧ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ବିଭାଗର ବିଭିନ୍ନ ସଦସ୍ୟଙ୍କୁ ଉପଢୌକନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଏକ ସ୍ୱତନ୍ତ୍ର କେକ ମଧ୍ୟ କଟା ଯାଇଥିଲା । ସାମାଜିକ ଦୂରତା ରକ୍ଷା କରିବା ସହ କୋଭିଡ ଗାଇଡ଼ଲାଇନ ପାଳନ କରି ଏହି କାର୍ଯ୍ୟକ୍ରମ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.