ନୟାଗଡରେ ରୋଗୀଙ୍କଠାରୁ ଚିକିତ୍ସା ଏବଂ ମେଡିସିନ୍ ପାଇଁ ଟଙ୍କା ଆଦାୟ କରୁଛନ୍ତି ଫାର୍ମାସିଷ୍ଟ

Published By : Prameya-News7 Bureau | September 06, 2018 IST

ନୟାଗଡ ୬|୯: ରୋଗୀଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି ଫାର୍ମ।ସିଷ୍ଟ । ଚିକିତ୍ସା ଏବଂ ମେଡିସିନ୍ ପାଇଁ ଟଙ୍କା ନେଉଥିବା ବେଳର ଭିଡିଓ ଏବେ ଭାଇରାଲ୍ ହୋଇଛି । ନୟାଗଡ ଜିଲ୍ଲା ଟାକେରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଫାର୍ମ।ସିଷ୍ଟ ଗୋବର୍ଦ୍ଧନ ସାହୁ ଏହି ଟଙ୍କା ନେଉଥିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ବୁଲୁଛି । ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ରୋଗୀଙ୍କୁ ମାଗଣାରେ ଚିକିତ୍ସା ଏବଂ ଔଷଧ ପ୍ରଦାନ କରିବା ପାଇଁ ସରକାର ଓଡିଶା ଷ୍ଟେଟ୍ ମେଡିକାଲ୍ କର୍ପୋରେସନ୍ ଏବଂ ନିରାମୟ ଯୋଜନା କରିଛି । ହେଲେ କିଛି ଦୁର୍ନୀତିଖୋର କର୍ମଚାରୀଙ୍କ ଯୋଗୁଁ ଯୋଜନା ଦିଗହରା ହେଉଛି । ଟାକେରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ହେଲେ ଡାକ୍ତର ନଥିବାରୁ ସମ୍ପୃକ୍ତ ଫାର୍ମ।ସିଷ୍ଟ ଜଣଙ୍କ ସେଠାରେ ସର୍ବେସର୍ବ। ହୋଇ ରହିଛନ୍ତି । ରୋଗୀଦେଖାଠାରୁ ଆରମ୍ଭ କରି ଔଷଧ ଦେବା ପର୍ଯ୍ୟନ୍ତ ସବୁ କାମ ସେ କରିଥାନ୍ତି । ଫାର୍ମ।ସିଷ୍ଟ ଜଣଙ୍କ ସରକାରୀ ଔଷଧ ଏବଂ ବାହାର ଔଷଧ ପାଖରେ ରଖି ଚିକିତ୍ସା ଆଳରେ ସେସବୁକୁ ରୋଗୀଙ୍କୁ ବିକ୍ରି କରି ଭଲ ରୋଜଗାର କରୁଥିବା ଅଭିଯୋଗ ହୋଇଆସୁଥିଲା । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିଲା । ଗତ ଦୁଇଦିନ ତଳେ ଫାର୍ମ।ସିଷ୍ଟ ଜଣେ ରୋଗୀଙ୍କଠାରୁ ଖୁଲମଖୁଲା ଟଙ୍କା ନେଉଥିବା ସମୟର ଭିଡିଓ ଭାଇରାଲ୍ ହେବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଆଖି ଖୋଲିଛି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସି.ଡି.ଏମ୍.ଓ. କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.