ଫାଇନାଲ ମ୍ୟାଚ ହାରିଯିବାରୁ ଗାଡି ଜାଳିଦେଲେ ପ୍ରଶଂସକ: ପୂର୍ବରୁ ଧୋନୀ ଓ ରୋହିତ ଶର୍ମାଙ୍କ ପ୍ରଶଂସକ ମଧ୍ୟରେ ହୋଇଥିବା ମାରପିଟ୍

Published By : Prameya-News7 Bureau | August 24, 2020 IST

ନୂଆଦିଲ୍ଲୀ ୨୪/୦୮ : କରୋନା ମହାମାରୀ ଯୋଗୁଁ ବହୁତ ଦିନ ପରେ ଖେଳ ମଇଦାନରେ ଖେଳାଳିଙ୍କୁ ଦେଖିବାକୁ ମିଳିଛି | ଅନେକ ସ୍ଥାନରେ ଟୁର୍ନାମେଣ୍ଟ ଓ ଲିଗ ମ୍ୟାଚ ଆରମ୍ଭ ହୋଇଛି | କିନ୍ତୁ ସଂକ୍ରମଣ ଭୟ ଯୋଗୁଁ ଅଧିକାଂଶ ଟୁର୍ନାମେଣ୍ଟ ଖାଲି ପଡିଆରେ ଖେଳାଯାଉଛି | ତଥାପି ନିଜ ପ୍ରିୟ ଖେଳାଳିଙ୍କ ପ୍ରତି ପ୍ରଶଂସକଙ୍କ ଜୋସ ଫିକା ପଡିନି | କିନ୍ତୁ କିଛି ଦିନ ହେଲା ପ୍ରଶଂସକଙ୍କ ଜୋସ ନକାରାତ୍ମକ ଭାବେ ସାମ୍ନାକୁ ଆସିଛି | ନିକଟରେ ଧୋନୀ ଓ ରୋହିତ ଶର୍ମାଙ୍କ ପ୍ରଶଂସକଙ୍କ ମଧ୍ୟରେ ମାରପିଟ ହୋଇଥିଲା | ପୁଣି ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି |

{"id":319531,"sizeSlug":"large"}

ଅଗଷ୍ଟ ୨୨ ତାରିଖରେ କୋହ୍ଲାପୁର ଜିଲ୍ଲାରେ ଧୋନୀ ଓ ରୋହିତ ଶର୍ମାଙ୍କ ପ୍ରଶଂସକଙ୍କ ମଧ୍ୟରେ ମାରପିଟ ହୋଇଥିଲା | ବର୍ତ୍ତମାନ ଚାମ୍ପିୟନ୍ସ ଲିଗ ଫାଇନାଲ ମ୍ୟାଚରେ ହାରିଯିବା ପରେ ପିଏସଜି ପ୍ରଶଂସକ ଏତେ ଉଗ୍ର ହୋଇଗଲେ ଯେ ଅନେକ ଗାଡିରେ ନିଆଁ ଲଗାଇ ଦେଇଛନ୍ତି | ମାମଲାରେ ପୋଲିସ ୧୪୮ ଜଣଙ୍କୁ ଗିରଫ କରିଛି |

{"id":319532,"sizeSlug":"large"}

ରବିବାର ଦିନ ଜର୍ମାନ କ୍ଲବ୍ ବାଇର୍ନ ମ୍ୟୁନିକ୍ ଚାମ୍ପିଅନ୍ସ ଲିଗ୍ ଫୁଟବଲ୍ ଟୁର୍ନାମେଣ୍ଟର ଫାଇନାଲରେ ପ୍ୟାରିସ୍ ସେଣ୍ଟ୍ ଜର୍ମାନ ପିଏସଜିକୁ ୧୦ ରେ ପରାସ୍ତ କରି ଷଷ୍ଠ ଥର ପାଇଁ ୟୁରୋପୀୟ କପ ହାସଲ କରିଛି | ପିଏସଜି ପରାସ୍ତ ହେବାର ପ୍ରଭାବ ଷ୍ଟାଡିୟମ ବାହାରେ ଛିଡା ହୋଇଥିବା ପ୍ରଶଂସକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା | ଉଗ୍ର ପ୍ରଶଂସକ ଅନେକ ଗାଡିରେ ନିଆଁ ଲଗାଇ ଦେଇଥିଲେ | ପୋଲିସ ଏହି ମାମଲାରେ ୧୪୮ ଜଣଙ୍କୁ ଗିରଫ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.