Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

କରୋନା ଟୀକାର ସେଫ୍ଟି ଟ୍ରାଏଲରେ ପିଜିଆଇକୁ ମିଳିଲା ସଫଳତା

25/04/2020 at 2:23 PM

ଚଣ୍ଡିଗଡ ୨୫।୪: କରୋନା ଭାଇରସ୍ ଔଷଧ ପାଇଁ ଆରମ୍ଭ କରାଯାଇଥିବା ସେଫ୍ଟି ଟ୍ରାଏଲରେ ପିଜିଆଇକୁ ସଫଳତା ମିଲିଛି । କୁଷ୍ଠ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଔଷଧ MWର ପ୍ରଭାବ ପିଜିଆଇ ଏଭଳି ରୋଗୀଙ୍କଠାରେ ଦେଖିବାକୁ ପାଇଛି ଯେଉଁମାନେ ଅମ୍ଳଜାନର ଆବଶ୍ୟକତା କରୁଥିଲେ । ୪ ରୋଗୀଙ୍କୁ MW ଟୀକାର ୦.୩ଏମଏଲ ଔଷଧର ଇଞ୍ଜେକସନକୁ ଲଗାତାର ୩ ଦିନ ଦିଆଯାଇଥିଲା । ଶେଷରେ ଦେଖାଗଲା ଯେ, ରୋଗୀମାନଙ୍କ ଉପରେ ଟୀକାର ପ୍ରୟୋଗ ସଂପୂର୍ଣ୍ଣ ସୁରକ୍ଷିତ ଥିଲା ।

ଏକ ରିପୋର୍ଟ ଅନୁଯାୟୀ ପିଜିଆଇ ଡାକ୍ତରଙ୍କ କହିବା ଅନୁସାରେ, ଏହି ଔଷଧ ପୂର୍ବରୁ କୁଷ୍ଠ, ଯକ୍ଷ୍ମା ଏବଂ ନିମୋନିଆ ରୋଗୀମାନଙ୍କ ଉପରେ ମଧ୍ୟ ପ୍ରୟୋଗ କରାଯାଇଥିଲା । ସେମାନଙ୍କଠାରେ ମଧ୍ୟ ଔଷଧର ପ୍ରୟୋଗ ସୁରକ୍ଷିତ ଥିବା ଦେଖିବାକୁ ମିଳିଥିଲା ​​। ବର୍ତ୍ତମାନ କରୋନ ରୋଗୀଙ୍କ ଉପରେ ଏହି ଔଷଧ ସୁରକ୍ଷିତ ଥିବା ଜଣାପଡିଛି । ପିଜିଆଇ ଚଣ୍ଡିଗଡ ବ୍ୟତୀତ କରୋନା ରୋଗୀଙ୍କ ଉପରେ ଏହି ଔଷଧକୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ଦିଲ୍ଲୀ ଏବଂ ଭୋପାଳରେ ମଧ୍ୟ ଟ୍ରାଏଲ କରାଯାଉଛି । ପିଜିଆଇର ଡାଇରେକ୍ଟର ପ୍ରଫେସର ଜଗତରାମ କହିଛନ୍ତି ଯେ କରୋନା ଔଷଧର ପରୀକ୍ଷା ପାଇଁ ଡାକ୍ତରୀ ଟିମ୍ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି  । ୪ ରୋଗୀଙ୍କ ଉପରେ ଔଷଧ ପ୍ରୟୋଗର ଭଲ ଫଳାଫଳ ଦେଖିବାକୁ ମିଳିଛି । ଖୁବ୍ ଶୀଘ୍ର ଅଧିକ ରୋଗୀଙ୍କ ଉପରେ ଏହାର ପ୍ରୟୋଗ ଆରମ୍ଭ କରାଯିବ ।

ପିଜିଆଇ ଅନୁସନ୍ଧାନକାରୀ ପ୍ରଫେସର ରିତେଶ ଅଗ୍ରୱାଲ କହିଛନ୍ତି ଯେ ଅମ୍ଳଜାନରେ ରଖାଯାଇଥିବା ୪ ରୋଗୀଙ୍କୁ ସେଫ୍ଟି ଟ୍ରାଏଲ ପାଇଁ ଚୟନ କରାଯାଇଥିଲା । ଯେତେବେଳେ ଭାଇରସ୍ ରୋଗୀ ଉପରେ  ଆକ୍ରମଣ କରନ୍ତି, ସେତେବେଳେ ସେମାନଙ୍କ ଶରୀରର ପ୍ରତିରକ୍ଷା କୋଷଗୁଡିକ ସକ୍ରିୟ ହୋଇ ଭାଇରସ୍ ସହିତ ଲଢିବା ପାଇଁ ସେମାନଙ୍କର ସମ୍ପୂର୍ଣ୍ଣ ଶକ୍ତି ପ୍ରୟୋଗ କରନ୍ତି । ଏପରି ପରିସ୍ଥିତିରେ କିଛି ରୋଗୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡିଥାଏ । ପ୍ରତିରକ୍ଷା କୋଷଗୁଡିକର ଖରାପ ପ୍ରଭାବ ମଧ୍ୟ ଶରୀର ଉପରେ ପଡିବା ଆରମ୍ଭ କରେ । ଏପରି ଅବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ରୋଗୀଙ୍କୁ ଇମ୍ୟୁନୋମୋଡ୍ୟୁଲେଟାରୀ ଔଷଧ ଦିଆଯାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ନିୟନ୍ତ୍ରଣ କରିପାରିବ । ରୋଗୀର ଶରୀରର ରୋଗ ପ୍ରତିରୋଧ କ୍ଷମତା କେବଳ ଭାଇରସ୍ ସହ ଲଢିବା ଏବଂ ନିଜ ଶରୀରକୁ ସୁରକ୍ଷା ଦେବ ସେଥିପାଇଁ ରୋଗୀଙ୍କୁ MW ଦିଆଯାଏ । ଟୀକା ଇଞ୍ଜେକ୍ସନ ଲଗାଯିବା ୪ ରୋଗୀ ସୁସ୍ଥ ହୋଇଥିଲେ ଏବଂ ଔଷଧର ସେଫ୍ଟି ଟ୍ରାଏଲରେ ସଫଳତା ମିଳିଛି । ପରବର୍ତ୍ତୀ ପରୀକ୍ଷଣରେ ଦେଖାଯିବ ଯେ ଚିକିତ୍ସା ସମୟରେ ରୋଗୀଙ୍କୁ କେତେ ଅମ୍ଳଜାନ ଏବଂ କେତେଦିନ ଯାଏଁ ଭେଣ୍ଟିଲେଟରର ଆବଶ୍ୟକ ହେଉଛି ?  ଜଣେ ରୋଗୀଙ୍କୁ ଔଷଧ ଦିଆଯିବ ଏବଂ ଅନ୍ୟ ରୋଗୀକୁ ଔଷଧ ବିନା ଅନ୍ୟ ଉପାୟରେ ଚିକିତ୍ସା କରାଯିବାର ପ୍ରଭାବ ଦେଖାଯିବ ।

ଫୁସଫୁସ ବିଭାଗର ଏଚଓଡି ପ୍ରଫେସର ଡକ୍ଟର ଡିଗମ୍ବର ବେହେରା କହିଛନ୍ତି ଯେ, ସେଫ୍ଟି ଟ୍ରାଏଲ ଅନେକ ରୋଗୀଙ୍କଠାରେ ପରୀକ୍ଷା ହୋଇସାରିଛି । ଏହାପରେ ଅଧିକ ରୋଗୀଙ୍କଠାରେ ଔଷଧର ପ୍ରଭାବ ଦେଖାଯିବା ଜରୁରୀ । ଜଣେ ରୋଗୀ ସୁସ୍ଥ ହେବା ପାଇଁ କେତେ ଦିନ ଲାଗେ, ରୋଗୀଠାରେ କେତେ ଔଷଧର ମାତ୍ରା ଠିକ୍, ଟ୍ରାଏଲ ଶେଷ ହେବା ପରେ ହିଁ ଜଣା ପଡିଥାଏ ।

   Related Posts