୧୨ରେ ଏକକ ପିଜି ପ୍ରବେଶିକା ପରୀକ୍ଷା, ୮୩ଟି ଷ୍ଟ୍ରିମ୍‌ରେ ନାମ ଲେଖାଇବା ପାଇଁ ଆବେଦନ କରିଛନ୍ତି ୬୨୨୦୦ ଛାତ୍ରଛାତ୍ରୀ

Published By : Prameya-News7 Bureau | October 09, 2020 IST

ଭୁବନେଶ୍ୱର,୦୯|୧୦: ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା । ଚଳିତବର୍ଷ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ବ୍ୟବସ୍ଥା କରାଯାଇଛି।

{"id":341277,"sizeSlug":"large"}

ସ୍ନାତକୋତ୍ତର ପଢ଼ିବା ପାଇଁ ଏକକ ପରୀକ୍ଷା। ପୋଷ୍ଟ ଗ୍ରାଜୁଏସନ ପାଇଁ କମନ ଏଣ୍ଟ୍ରାନ୍ସ ।  ପିଜି  ଆଶାୟୀଙ୍କୁ ଏଣିକି  ଅଲଗା ଅଲଗା ବିଶ୍ବବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟ ପାଇଁ ଅଉ ଭିନ୍ନ ଭିନ୍ନ ଆବେଦନ କରିବାକୁ ପଡିବନି।  ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କଳା ର  ପ୍ରଶ୍ନପତ୍ର  ପ୍ରସ୍ତୁତ କରିଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟ ବାଣିଜ୍ୟ ଏବଂ  ସମ୍ବଲପୁର ବିଶ୍ବବିଦ୍ୟାଳୟ  ସାଇନ୍ସର  ପ୍ରଶ୍ନପତ୍ର ପ୍ରସ୍ତୁତ କରିଛନ୍ତି । ୧୨ରୁ   ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା।  ୮୩ଟି ଷ୍ଟ୍ରିମ୍ ରେ ଚଳିତ ଥର ନାମଲେଖା ହେଉଛି।  ୧୦୦ ରୁ ୭୦ ମାର୍କ ଏଣ୍ଟ୍ରାନ୍ସ ଏବଂ ୩୦ ମାର୍କ କ୍ୟାରିଅରକୁ ନେଇ ସିଲେକ୍ସନ କରାଯିବ । ସାମ୍‌ସ  ମାଧ୍ୟମରେ ଏହି ପରୀକ୍ଷା କରାଯିବ।

୮୩ଟି ବିଷୟରେ ୧୪,୭୦୦ ଆସନ ପାଇଁ ୬୨୨୦୦ ଆଶାୟୀ ଆବେଦନ କରିଛନ୍ତି।  ୨୬ଟି ସେଣ୍ଟରରେ ଛାତ୍ରଛାତ୍ରୀ କରୋନା ଗାଇଡଲାଇନ ଭିତରେ ପରୀକ୍ଷା ଦେବେ। ଆଜି ସକାଳ ସୁଦ୍ଧା ୬୦୦୦ ଆଡମିଟ୍ କାର୍ଡ  ଡାଉନଲୋଡ୍ କରିନଥିବାରୁ ଏହା ଯୋଗାଯୋଗରେ ସମସ୍ୟା ସୃଷ୍ଟି କରୁଛି।  ପ୍ରଶ୍ନପତ୍ର ଏବଂ ଏମଆର ସିଟ୍ ସେଣ୍ଟର ଗୁଡିକରେ ପହଞ୍ଚି ସାରିଛି ।    ରାଜ୍ୟ ସରକାର ସ୍କୁଲ କଲେଜ ଖୋଲିବା ନେଇ ନିଷ୍ପତ୍ତି ନନେଲେ  ଅନଲାଇନ୍  ପାଠ ପଢାହେବ ।  କୋବିଡ଼ ରୋଗୀ ବି ଦେଇପାରିବେ ପରୀକ୍ଷା। ସେମାନଙ୍କ ପାଇଁ ସ୍ବତନ୍ତ୍ର ଆଇସୋଲେସନ୍ ରୁମ ବ୍ୟବସ୍ଥା ହେବ।

{"id":341278,"sizeSlug":"large"}

ସେପଟେ ଜାତୀୟ ଶିକ୍ଷା ନୀତିକୁ ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ମତ ମାଗିଛନ୍ତି।  ଏହାକୁ ନେଇ ଅନୁଧ୍ୟାନ କରିବାକୁ ୧୦ ଦିନ ତଳେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି।  ଏଥିରେ ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ବୈଷୟିକ ଶିକ୍ଷା ବିଭାଗ ଓ ଆଡଲ୍ଟ ଏଜୁକେସନ ବିଭାଗ ଅଛନ୍ତି।  ଅନୁଧ୍ୟାନ ପାଇଁ ୬ଟି ସବ୍ କମିଟି କରାଯାଇଛି। ସେମାନେ ରିପୋର୍ଟ ଦେବା ପରେ ଏହାର ପ୍ରଚଳନ ନେଇ ନିଷ୍ପତ୍ତି ନିଆଯିବ।  ନଭେମ୍ବର ୭ ତାରିଖରେ ବାହାରିବ ପିଜି ମେରିଟ ଲିଷ୍ଟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.