ଅନଲାଇନରେ ପଢିବେ ରାଜ୍ୟର ଡିଗ୍ରୀ ଓ ପିଜି ଛାତ୍ରଛାତ୍ରୀ: ୧୩ ତାରିଖରୁ କ୍ଲାସ୍, ଗାଇଡଲାଇନ୍ ଜାରି କଲା ଉଚ୍ଚଶିକ୍ଷା ବିଭାଗ

Published By : Prameya-News7 Bureau | July 02, 2020 IST

ଭୁବନେଶ୍ୱର, ୦୨|୦୭:   ଅନଲାଇନ୍ କ୍ଲାସ୍ ପାଇଁ ଉଚ୍ଚ ଶିକ୍ଷା ବିଭାଗ ଜାରି କଲା ଗାଇଡ ଲାଇନ୍। କରୋନା ପାଇଁ ଅଗଷ୍ଟ ୩୧ ଯାଏ ଶିକ୍ଷାନଷ୍ଠାନଗୁଡ଼ିକରେ ପାଠ ପଢ଼ା ବନ୍ଦ୍ ରଖିବାକୁ ନିର୍ଦ୍ଦେଶ ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୩ ତାରିଖରୁ ରାଜ୍ୟର ସବୁ ଡିଗ୍ରୀ କଲେଜର ଯୁକ୍ତ ତିନି ଓ ପିଜିରେ ଆରମ୍ଭ ହେବ ଅନଲାଇନ୍ କ୍ଲାସ୍। ଏନେଇ ସବୁ ଡିଗ୍ରୀ କଲେଜ୍ ଅଧ୍ୟକ୍ଷ ମାନଙ୍କୁ ନିର୍ଦ୍ଦେଶ ଦେଲେ ଉଚ୍ଚ ଶିକ୍ଷା ସଚିବ।

ଗାଇଡ ଲାଇନ ମୁତାବକ, ଅଧ୍ୟାପକ ମାନେ ସର୍ବାଧିକ ୩୨ ଜଣ ଛାତ୍ର ଛାତ୍ରୀଙ୍କୁ ନେଇ WhatsApp କିମ୍ବା email ଗ୍ରୁପ୍ କରି ପାଠ ପଢ଼ାଇବେ। ସମସ୍ତ e material ଯୋଗାଇବେ। କଲେଜ୍ କ୍ୟାମ୍ପସରେ ରହି Google meet, Zoom, Skype ଭଳି ଆପ ଜରିଆରେ ଦିନକୁ ୨ରୁ ୩ ଘଣ୍ଟାଏ ଲେଖା ସପ୍ତାହକୁ ୩ଦିନ ପାଠ ପଢାଇବେ। ଅନଲାଇନ୍ କ୍ଲାସ୍ ସମୟରେ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ରଖାଯିବ। ଅନଲାଇନ୍ କ୍ଲାସ୍ ଲାଗି ଟାଇମ୍ ଟେବୁଲ୍ ପ୍ରସ୍ତୁତ କରିବେ କଲେଜ୍ କର୍ତ୍ତୃପକ୍ଷ। ଅଧ୍ୟକ୍ଷ ମାନେ ଅନଲାଇନ କ୍ଲାସ୍ କିପରି ଚାଲିଛି ତାର ତଦାରଖ କରିବେ। ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ମାନେ ସର୍ ପ୍ରାଇଜ୍ ଭିଜିଟରେ ଯାଇ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.