Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଏକକ ପିଜି ନାମଲେଖା, ଆଜି ପ୍ରକାଶ ପାଇବ ଦ୍ୱିତୀୟ ମେରିଟ୍ ଲିଷ୍ଟ୍

17/12/2020 at 9:36 AM

ଭୁବନେଶ୍ୱର,୧୭/୧୨: ଗୁରୁବାର ପ୍ରକାଶ ପାଇବ ବିଭିନ୍ନ ପିଜି ବିଷୟରେ ନାମ ଲେଖା ପାଇଁ ଦ୍ୱିତୀୟ ମେରିଟ୍ ଲିଷ୍ଟ୍  । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସ୍ନାତ୍ତକୋତ୍ତର (ପିଜି)ରେ ନାମଲେଖା ପାଇଁ ଦ୍ୱିତୀୟ ଚୟନ ତାଲିକା ପ୍ରକାଶ ପାଇବ।

ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରିପୋର୍ଟିଂ, ଡକ୍ୟୁମେଣ୍ଟ ଯାଞ୍ଚ ଓ ଚୟନ ହୋଇଥିବା ଶିକ୍ଷାନୁଷ୍ଠାନରେ ନାମଲେଖା ଫି’ ଦାଖଲ କରିବେ। ଦ୍ୱିତୀୟ ଚୟନ ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ୨୨ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସ୍ଲାଇଡ୍‌ ଅପ୍‌ ପାଇଁ ଆବେଦନ କରିପାରିବେ ।

ଏତତ୍ ବ୍ୟତୀତ ୨୬ରେ ତୃତୀୟ ଶିକ୍ଷାନୁଷ୍ଠାନସ୍ତରୀୟ ଚୟନ ଚାଲିକା ପ୍ରକାଶ ପାଇବ। ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ୨୮ ଓ ୨୯ ତାରିଖରେ ରିପୋର୍ଟିଂ, ଡକ୍ୟୁମେଣ୍ଟ ଯାଞ୍ଚ ସହ ଚୟନ ହୋଇଥିବା ଶିକ୍ଷାନୁଷ୍ଠାନର ନାମଲେଖା ଫି’ ଦାଖଲ କରିପାରିବେ ।

ତୃତୀୟ ଚୟନ ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ୨୯ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସ୍ଲାଇଡ୍‌ ଅପ୍‌ ପାଇଁ ଆବେଦନ କରିପାରିବେ। ୩୦ ତାରିଖରେ ପିଜି ନାମଲେଖା ପ୍ରକ୍ରିୟା ସରିବ ବୋଲି ସୂଚନା ଦେଇଛି ଉଚ୍ଚଶିକ୍ଷା ବିଭାଗ।

ସୂଚନାଯୋଗ୍ୟ, ରାଜ୍ୟର ୭୦ଟି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମର ୧୪ ହଜାର ୪୦୧ ସିଟ୍‌ ପାଇଁ ପିଜି ଏକକ ନାମଲେଖା ପ୍ରକ୍ରିୟା ଚାଲିଛି ।

   Related Posts