କୋଭିଡ୍-୧୯କୁ ଗୋଟିଏ ବଟିକାରେ ମାତ୍‌ : ବଜାରକୁ ଖୁବ ଶୀଘ୍ର ଆସିବ ଫାଇଜର ଔଷଧ, ଡାକ୍ତରଙ୍କ ବିନା ଅନୁମତିରେ ବି ଖାଇହେବ

Published By : Prameya-News7 Bureau | April 28, 2021 IST

ନୂଆଦିଲ୍ଲୀ ୨୮/୦୪ : କରୋନା ମହାମାରୀ ସହ ଜୁଝୁଥିବା ସାରା ବିଶ୍ବ ପାଇଁ ଖୁସି ଖବର । କରୋନା ଭ୍ୟାକସିନ୍‌ ତିଆରି କରିଥିବା ଫାର୍ମା କମ୍ପାନୀ ଫାଇଜର କହିଛି ଯେ, ଆସନ୍ତା ବର୍ଷ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଔଷଧ ମଧ୍ୟ ଆସିଯିବ । ଏ ନେଇ ଫାଇଜର କମ୍ପାନୀର ସିଇଓ ଆଲବର୍ଟ ବାର୍ଲା ସୂଚନା ଦେଇଛନ୍ତି ।

ଆଲବର୍ଟ ବାର୍ଲା କହିଛନ୍ତି, ଫାଇଜର ଫାର୍ମା ବର୍ତ୍ତମାନ ସୁଦ୍ଧା ୨ଟି ଆଣ୍ଟି ଭାଇରାଲ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ ଜାରି ରଖିଛି । ୨ଟି ମଧ୍ୟରେ ଗୋଟିଏ ଔଷଧ ଆକାରରେ ଆସିବାକୁ ଥିବା ​‌ବେଳେ ଅନ୍ୟଟି ଇଞ୍ଜେକସନ୍‌ ଆକାରରେ ଉପଲବ୍ଧ ହେବ । ତେବେ ବର୍ତ୍ତମାନ ଯେଉଁ ଆଣ୍ଟି ଭାଇରାଲ ଉପରେ କାର୍ଯ୍ୟ ଜାରି ରହିଛି ତାହା ପ୍ରସ୍ତୁତ ହେବା ଘରେ ହସ୍ପିଟାଲ ଯିବାକୁ ପଡିବନାହିଁ ବରଂ ଡାକ୍ତରଙ୍କ ବିନା ଅନୁମତିରେ ଘରେ ରହି ସେହି ମେଡିସିନ ଖାଇପାରିବେ ।

ଆଲବର୍ଟ ବାର୍ଲା ଆହୁରି ମଧ୍ୟ କହିଛନ୍ତି, ‘ଯଦି ଆଣ୍ଟି ଭାଇରାଲ ମେଡିସନ୍‌ ଓ ଇଞେଜକସନ୍‌ ଯଲଦି ପ୍ରସ୍ତୁତ ହୋଇଯାଏ ଏବଂ ସରକାରଙ୍କ ଦ୍ବାରା ସ୍ବୀକୃତି ମିଳିଯାଏ ତେବେ ଏହା ଚଳିତ ବର୍ଷ ଶେଷଭାଗରେ ବଜାରେର ଉପଲବ୍ଧ ହେବ । ଏହା ସହିତ ଆଣ୍ଟି ଭାଇରାଲ ମେଡିସିନ୍‌ ଅଲଗା ଅଲଗା ଲକ୍ଷଣଯୁକ୍ତ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ମଧ୍ୟ ସଫଳ ହେବ।’

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ମାତ୍ର ଗୋଟିଏ ଆଣ୍ଟି ଭାଇରାଲ ଔଷଧକୁ ମଞ୍ଜୁରୀ ମିଳିଛି ଏବଂ ତାହା ହେଉଛି ରେମଡେସିଭିର । ତେବେ ଫାଇଜର ଦ୍ବାରା ପ୍ରସ୍ତୁତ କରାଯାଉଥିବା ଆଣ୍ଟି ଭାଇରାଲ ମେଡିସିନ୍‌ ବେଶ ସହାୟକ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.