Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

‘ଆସନ୍ତା ଶୀତ ପର୍ଯ୍ୟନ୍ତ କରୋନା ସ୍ଥିତି ସୁଧୁରିବା ଆଶା କମ, ଏପରିକି ଜୀବନ ଯାତ୍ରା ସ୍ଵାଭାବିକ ହୋଇନପାରେ’, ଏମିତି କିଛି ଆଶଙ୍କା କରିଛନ୍ତି ଫାଇଜର ଭ୍ୟାକସିନର ବୈଜ୍ଞାନିକ

16/11/2020 at 6:20 PM

ନୂଆଦିଲ୍ଲୀ ୧୬।୧୧: ବିଶ୍ଵର ଅନେକ ଦେଶରେ କରୋନାର ଦ୍ଵିତୀୟ ଏବଂ ତୃତୀୟ ଲହର ଆସିଛି। ଏହା ମଧ୍ୟରେ ପିଫାଇଜର କରୋନା ଭାଇରସ୍‌ ଭ୍ୟାକସିନର ବରିଷ୍ଠ ବୈଜ୍ଞାନିକ ଉଗୁର ସାହିନ ଚେତାବନୀ ଦେଇଛନ୍ତି ଯେ, ଆମକୁ ସତର୍କ ରହିବାର ବହୁତ ଆବଶ୍ୟକତା ରହିଛି। ଆସନ୍ତା ଶୀତ ପର୍ଯ୍ୟନ୍ତ ସାଧାରଣ ଜୀବନଯାପନ ସ୍ଵାଭାବିକ ହୋଇ ପାରିବ ନାହିଁ।

ୟୁଏସର ସବୁଠୁ ବଡ ଫାଇଜର ସହ ମିଶି ବିଅନ ଦୁନିଆରେ କରୋନା ଭ୍ୟାକସିନ ବିକଶିତ କରିବାରେ ଜୁଟିଛି। କୋଭିଡ୍-୧୯ ବିରୋଧରେ ଏକ ପ୍ରଭାବଶାଳୀ ଟୀକା ଜରିଆରେ ସମଗ୍ର ବିଶ୍ଵରୁ କରୋନା ସମାପ୍ତ ପାଇଁ ପ୍ରୟାସ ଜାରି ରହିଛି। କିନ୍ତୁ BioNTechର ସହ ପ୍ରତିଷ୍ଠାତା ପ୍ରୋଫେସର ଉଗୁର ସାହିନ କରୋନା ମହାମାରୀକୁ ନେଇ ଚେତାବନୀ  ଦେଇଛନ୍ତି।

ସେ କହିଛନ୍ତି ଯେ, ଆସନ୍ତା ବର୍ଷ ଏପ୍ରିଲ ମାସ ସୁଦ୍ଧା ୧୦ କୋଟି କରୋନ ଡୋଜ୍ ଯୋଗାଇବା ଆମର ଲକ୍ଷ୍ୟ। ଏହାକୁ ନେଇ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଜାରି ରହିଛି। ପିଫାଇଜର ସୂଚନା ଦେଇଛି ଯେ, ତାର ଭ୍ୟାକସିନ କରୋନା ବିରୁଦ୍ଧରେ ୯୦ ପ୍ରତିଶତ ପ୍ରଭାବଶାଳୀ ରହିଛି। ଡିସେମ୍ବର ମଧ୍ୟଭାଗ ସୁଦ୍ଧ  ଟୀକା ବିତରଣ ଆରମ୍ଭ ହୋଇପାରେ ବୋଲି ସେ କହିଛନ୍ତି।

ଇସ୍ରାଏଲ ଗତ ଶୁକ୍ରବାର ଫାଇଜର ଇଙ୍କ ସହିତ ସମ୍ଭାବିତ କୋଭିଡ୍-୧୯ ଭ୍ୟାକସିନର ୮ କୋଟି ଡୋଜ୍‌ ପାଇବା ପାଇଁ ଚୁକ୍ତି କରିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କହିଛନ୍ତି, ଏହି ଭ୍ୟାକସିନ ଇସ୍ରାଏଲର ଅଧା ଜନତାଙ୍କୁ ଯୋଗାଇ ଦେବା ଲାଗି ପର୍ଯ୍ୟାପ୍ତ ଅଟେ।

ସାହିନି ପୂର୍ବାନୁମାନ କରିଛନ୍ତି ଯେ, ଗ୍ରୀଷ୍ମ ସମୟରେ କରୋନାର ପ୍ରକୋପ ହ୍ରାସ ପାଇବ। ଏଥିସହ କହିଛନ୍ତି ଯେ, ଶରତ ସମୟରେ ଟୀକାକରଣ କରାଯିବା ସବୁଠୁ ପ୍ରକୃଷ୍ଟ ସମୟ। ଏକାଧିକ ଭ୍ୟାକସିନ କମ୍ପାନୀ ଟୀକା ଯୋଗାଣ ପାଇଁ କାର୍ଯ୍ୟ ଜାରି ରଖିଛନ୍ତି। ତେଣୁ ଆମେ ଆସନ୍ତା ଶୀତ ସମୟ ପରେ ଯାଇ ସ୍ଵାଭାବିକ ସ୍ଥିତିକୁ ଫେରି ପାରିବା ବୋଲି ସାହିନ କହିଛନ୍ତି।

   Related Posts