କେନ୍ଦ୍ରକୁ ଫାଇଜରର ଦୃଢୋକ୍ତି :୧୨ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ପ୍ରଭାବଶାଳୀ ରହିବ ଟିକା

Published By : Prameya-News7 Bureau | May 27, 2021 IST

ନୂଆଦିଲ୍ଲୀ୨୭/୫ : ଆମେରିକାର ଔଷଧ ନିର୍ମାତା ଫାଇଜର ଖୁବ ଶୀଘ୍ର ଭାରତରେ ଏହାର କୋଭିଡ -19 ଟିକାକୁ ଅନୁମୋଦନ କରିବାକୁ ଦାବି କରିଛି । କମ୍ପାନୀ ଭାରତୀୟ କର୍ତ୍ତୃପକ୍ଷଙ୍କୁ କହିଛି ଯେ ଭାରତରେ ବ୍ୟାପୁଥିବା କରୋନା ଭାରିଆଣ୍ଟ ବିରୋଧ ଏହାର ଟିକା ଅତ୍ୟନ୍ତ ପ୍ରଭାବଶାଳୀ । ଏହା ୧୨ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ପ୍ରୟୋଗ କରାଯାଇପାରିବ ।

ଫାଇଜର କହିଛି ଯେ ଭାରତରେ ଏବଂ ଭାରତୀୟ ଲୋକଙ୍କ ଉପରେ ବ୍ୟାପିଥିବା SARS-COV-2 ଭାରିଆଣ୍ଟ ବିରୋଧରେ ଏହାର ଟିକା ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ଦର୍ଶାଯାଇଛି । ଏହି ଟିକାକୁ ଏକ ମାସ ଯାଏଁ ଦୁଇରୁ ଆଠ ଡିଗ୍ରୀ ତାପମାତ୍ରାରେ ଗଚ୍ଛିତ ହୋଇ ରଖାଯାଇପାରିବ । ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ Pfizer ଭାରତକୁ ପାଞ୍ଚ କୋଟି ଡୋଜ ଫାଇଜର ଟିକା ଦେବାକୁ ପ୍ରସ୍ତୁତ ଅଛି ।

କିନ୍ତୁ ଏଥିପାଇଁ ସେ କ୍ଷତିପୂରଣ ସମେତ ଅନ୍ୟ କିଛି ଛାଡ ମାଗିଛନ୍ତି । ଏହି ସପ୍ତାହରେ ଭାରତୀୟ ଅଧିକାରୀଙ୍କ ସହ ଏକ ବୈଠକରେ ବିଭିନ୍ନ ଦେଶ ତଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ଏହି ଟିକା ଅନୁମୋଦନ ସମ୍ବନ୍ଧରେ ଫାଇଜର ସର୍ବଶେଷ ତଥ୍ୟ ଉପସ୍ଥାପନ କରିଛି । ଭାରତ ସହ ଆଲୋଚନାରେ ଜଡିତ ଫାଇଜରର ଏକ ଉଚ୍ଚ କମିଟି କହିଛନ୍ତି ଯେ ଭାରତ ଏବଂ ବିଶ୍ୱର ସାମ୍ପ୍ରତିକ ପରିସ୍ଥିତି ସ୍ୱାଭାବିକ ନୁହେଁ । ଏଭଳି ପରିସ୍ଥିତିରେ ଆମେ ସାଧାରଣ ଭାବରେ ଗ୍ରହଣ କରାଯାଇଥିବା ପ୍ରକ୍ରିୟା ପରି ଏହି ପରିସ୍ଥିତିରେ କରାଯାଇଥିବା କାର୍ଯ୍ୟକୁ ଗ୍ରହଣ କରିବା ଉଚିତ୍ ନୁହେଁ। ”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.