Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

Pfizer-bio N tech ଡାଟା ଲିକ୍ ! କରୋନା ଭାକ୍ସିନ ସମ୍ପର୍କିତ ଫାଇଲ ଚୋରି

10/12/2020 at 6:21 PM

ୱାସିଂଟନ ୧୦।୧୨: ଜର୍ମାନ କମ୍ପାନୀ ବାୟୋ ଏନ୍ ଟେକ୍‌ ଓ ଆମେରିକୀୟ ଔଷଧ ନିର୍ମାତା ଫାଇଜର ସାଇବର ଆକ୍ରମଣର ଶିକାର ହୋଇଥିବା ସନ୍ଦେହ କରାଯାଉଛି। ଏ ନେଇ ଉଭୟ କମ୍ପାନୀ ଜାରି କରିଥିବା ଅଧିକାରୀକ ବିବୃତ୍ତିରେ ହ୍ୟାକରମାନେ କରୋନା ଭାକ୍ସିନ ସମ୍ପର୍କିତ ଫାଇଲ ଆକ୍ସେସ୍‌ କରିଥିବା କହିଛନ୍ତି। ଭାକ୍ସିନକୁ ନେଇ କରାଯାଇଥିବା ମିଳିତ ଗବେଷଣାର ତଥ୍ୟ ୟୁରୋପୀୟ ମେଡିସିନ ଏଜେନ୍ସୀଙ୍କ ସର୍ଭରରେ ଥିଲା। ସାଇବର ହ୍ୟାକର ଏହାକୁ ହାତେଇ ନେଇଥିବା ଉଭୟ କମ୍ପାନୀ ଅଭିଯୋଗ କରିଛନ୍ତି।

ସୂଚନା ଯୋଗ୍ୟଯେ ଆମଷ୍ଟରଡମ ନିଜ କରୋନା ଭାଇରସ ଭାକ୍ସିନ ଉପଯୋଗ ଲାଗି ୟୁରୋପୀୟ ସଂଘଙ୍କ ଔଷଧ ନିୟାମକ (ଇଏମଏ)ଙ୍କୁ ନିବେଦନ କରିଥିଲା। ତେବେ ଇଏମଏ ଏ ନେଇ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିବା ବେଳେ ମାମଲାର ଯାଞ୍ଚ ହେଉଥିବା କହିଛନ୍ତି।  ଇଏମଏ ସର୍ଭରରେ ଷ୍ଟୋର ଥିବା ଫାଇଜର ଓ ବାୟୋଏନଟେକ୍‌ଙ୍କ କୋରନା ଭାକ୍ସିନ ବିଏନଟି୧୬୨-ବି-୨ ସମ୍ପର୍କିତ କିଛି ଡାଟାକୁ କେହି ବେଆଇନ ଭାବେ ଆକ୍ସେସ କରିଛି। ତେବେ ସିଧାଶଳଖ ଫାଇଜର ଅଥବା ବାୟୋଏନଟେକ୍‌ କମ୍ପାନୀଙ୍କ ସିଷ୍ଟମ ଉପରେ ସାଇବର ଆକ୍ରମଣ ହୋଇ ନାହିଁ।

ତଥ୍ୟ ଚୋରାଇ କରିବେ କ’ଣ ?
ସାଇବର ହ୍ୟାକର୍ସ ଯେଉଁ ଡାଟା ଆକ୍ସେସ୍ କରିଛନ୍ତି ଏଥିରୁ ଭାକ୍ସିନର ପରୀକ୍ଷାମୂଳକ ପ୍ରୟୋଗ ହୋଇଥିବା ଲୋକଙ୍କ ସୂଚନା ଉଜାଗର ହୋଇପାରେ। ଏଣୁ ଯେଉଁମାନେ ଏହି ପରୀକ୍ଷଣ ଲାଗି ସ୍ୱେଚ୍ଛାକୃତ ଆଗକୁ ଆସିଥିଲେ ହୁଏତ ସେମାନଙ୍କ ଜୀବନ ଏବେ ବିପଦାପନ୍ନ ହୋଇପାରେ। ତେବେ ଔଷଧ ତିଆରି କରିଥିବା ଦୁଇ କମ୍ପାନୀ ନିୟାମକଙ୍କ ଯାଞ୍ଚ ଉପରେ ପୂର୍ଣ୍ଣ ଆସ୍ଥା ରଖିଥିବା କହିଛନ୍ତି। ଏଥିଯୋଗୁ ଔଷଧର ମଞ୍ଜୁରି ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ନାହିଁ।

ଉଲ୍ଲେଖ ଯୋଗ୍ୟଯେ ଫାଇଜର ଭାକ୍ସିନର ଆପାତକାଳୀନ ବ୍ୟବହାର ଲାଗି ବ୍ରିଟେନ ଓ କାନାଡା ପ୍ରଥମରୁ ଅନୁମତି ଦେଇସାରିଛନ୍ତି। ତେବେ ଭାକ୍ସିନକୁ ନେଇ ଆମେରିକା ଏବେବି ଦ୍ୱନ୍ଦ୍ୱରେ ରହିଛି। ଦେଶରେ ଟିକାକରଣ ହେବ କି ନା ସେ ନେଇ ନିଷ୍ପତ୍ତି ହୋଇପାରିନାହିଁ। ତେବେ ଡାଟା ହ୍ୟାକ୍‌ ଲାଗି ଏହା ପ୍ରଥମ ଉଦ୍ୟମ ନୁହେଁ। ଏହା ପୂର୍ବରୁ ମଧ୍ୟ ଋଷିଆ ଓ ଉତ୍ତରକୋରିଆ ହ୍ୟାକରମନେ ଅନେକ ଥର କୋଭିଡ ଭାକ୍ସିନ ତତ୍ୟ ଚୋରି ଲାଗି ପ୍ରସାୟ କରିସାରିଥିବା ମାଇକ୍ରୋସଫ୍ଟ କହିଛନ୍ତି।

   Related Posts