Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ଫାଇଜର ଏବଂ ଅକ୍ସଫୋର୍ଡ ଟିକା କୋଭିଡ୍‌ ସଂକ୍ରମଣକୁ ହ୍ରାସ କରିଛି

2/03/2021 at 9:50 PM

ଲଣ୍ଡନ, ୦୨/୦୩: କୋଭିଡ୍‌-୧୯କୁ ପ୍ରତିହତ କରୁଥିବା ଫାଇଜର୍‌ ଏବଂ ଆଷ୍ଟ୍ରୋଜେନିକା ଟିକା ୭୦ ବର୍ଷ ଏବଂ ଏହାଠାରୁ ଅଧିକ ବୟସ୍କ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଅତ୍ୟଧିକ ପ୍ରଭାବୀ ହୋଇଥିବା ଜଣାପଡ଼ିଛି । ଏହା ଏକ ଅଧ୍ୟୟନରୁ ଜଣା ପଡ଼ିଛି ।

ଏହି ଅଧ୍ୟୟନ ମୁଦ୍ରଣ ପୂର୍ବ ପୋଷ୍ଟ କରିଥିବା ଜଣାପଡ଼ିଛି । ଏହାର ତଥ୍ୟ ଅନୁସାରେ ଇଂଲଣ୍ଡରେ ୭୦ ବର୍ଷୀୟ ବା ତା ଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଠାରେ ଏହି ଦୁଇଟି ଟିକାର ପ୍ରୟୋଗ କରାଯାଇଥିଲା । ଯେଉଁମାନଙ୍କ ଠାରେ ଲକ୍ଷଣ ଦୋଖାଯିବା ପରେ ସେମାନେ କୋଭିଡ୍‌ ଟେଷ୍ଟ କରିଥିଲେ ଏବଂ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲେ ।

ଇଂଲଣ୍ଡର ଜନସ୍ୱାସ୍ଥ୍ୟ ବିଭାଗ କୋଭିଡ୍‌-୧୯ରେ ସଂକ୍ରମିତ ଏବଂ ୧୪ ଦିନ ପୂର୍ବରୁ ଟିକା ନେଇଥିବା ୮୦ ବର୍ଷରୁ ଅଧିକ ବୟସ୍କ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ବା ମୃତ୍ୟୁ ହୋଇଥିବା ରୋଗୀଙ୍କୁ ନେଇ ଏହି ଅଧ୍ୟୟନ କରିଥିଲେ । ଏହି ଅଧ୍ୟୟନ ଅନୁସାରେ ୮୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଯଦି ଏହି ଟିକା ପ୍ରଦାନ କରାଯାଏ ତେବେ ସେମାନେ ଟିକା ନେବାର ତିନିରୁ ଚାରି ସପ୍ତାହ ମଧ୍ୟରେ ହସ୍ପିଟାଲ୍‌ରେ ଭର୍ତ୍ତି ହେବାଠାରୁ ବର୍ତ୍ତି ପାରିବେ । କାରଣ ଏହା ୮୦ ପ୍ରତିଶତ ପ୍ରଭାବ ପକାଇଥାଏ ।

ଫାଇଜର୍‌ ଟିକାର ସଫଳତାରୁ ଜଣାପଡ଼ୁଛି ଯେ, କୋଭିଡ୍‌-୧୯ରେ ହେଉଥିବା ମୃତ୍ୟୁ ୮୩ ପ୍ରତିଶତ କମିଯାଇଛି । ଆଷ୍ଟ୍ରାଜେନିକା ଟିକାରେ ବୃଦ୍ଧି ହେଉଥିବା ରୋଗ ପ୍ରତିରୋଧକ ଶକ୍ତି ଜଟିଳ ରୋଗରୁ ସୁରକ୍ଷା ଦେବା ସହିତ ଏସ୍‌ଏଆର୍‌ଏସ୍‌ସି ଓବି ୨ ଭଳି ସଂକ୍ରମିତ ମାମଲାରୁ ବଞ୍ଚାଇଥାଏ ।     

   Related Posts