ପିଏଫ ଟଙ୍କା ଉଠାଉଛନ୍ତି କି? ତେବେ ଜାଣିରଖନ୍ତୁ ଟଙ୍କା ଉଠାଇବା ସମୟରେ କେତେବେଳେ ଦେବାକୁ ପଡିଥାଏ ଟ୍ୟାକ୍ସ ଆଉ କେତେବେଳେ ନୁହେଁ

Published By : Prameya-News7 Bureau | September 08, 2019 IST

ନୂଆଦିଲ୍ଲୀ ୮/୯: ଇମ୍ପ୍ଲୋଇ ପ୍ରୋଭିଡେଂଟ ଫଣ୍ଡ ତଥା ଇପିଏଫଓ ଏକ ରିଟାୟରମେଂଟ ପ୍ଲାନ ଅଟେ । ତେବେ ଅର୍ଥନୀତିଜ୍ଞମାନେ ପରାମର୍ଶ  ଦିଅନ୍ତି କି ଚାକିରିରୁ ଅବସର ନେବା ପୂର୍ବରୁ ପିଏଫ ଟଙ୍କା ଉଠାଇବା ଉଚିତ ନୁହେଁ । ସରକାର ବି ସେହି ହିସାବରେ ନିୟମ ପ୍ରସ୍ତୁତ କରିଛନ୍ତି କି କର୍ମଚାରୀ ଚାକିରିରୁ  ଅବସର  ନେବା ପରେ ହିଁ ଏହି ଟଙ୍କାକୁ ଉଠାଇପାରିବେ । ଯାହାଦ୍ବାରା ଚାକିରି ପରେ ସେମାନଙ୍କୁ କୌଣସି ପ୍ରକାରର ଆର୍ଥିକ ସମସ୍ୟା ଦେଇ ଯେଭଳି ଗତିକରିବାକୁ ନପଡେ । ତେବେ କିଛି ବିଶେଷ ପରିସ୍ଥିତିରେ ବି କର୍ମଚାରୀମାନେ ନିଜର ଏହି ପିଏଫ  ଆମାଉଂଟକୁ ଉଠାଇପାରିବେ । ଇମ୍ପ୍ଲୋଇ ପ୍ରୋଭିଡେଂଟ ଫଣ୍ଡ ଆକ୍ଟ ୧୯୫୨ ଅନୁସାରେ କର୍ମଚାରୀଙ୍କ ବେସିକ୍ ସାଲାରୀର ୧୨ ପ୍ରତିଶତ ଅଂଶ ପିଏଫ ବାବଦକୁ କଟିଯାଇଥାଏ ।ତେବେ ପିଏଫ ଟଙ୍କା ମଝିରେ ଉଠାଇଲେ ଟ୍ୟାକ୍ସ ମଧ୍ୟ ଦେବାକୁ ପଡିଥାଏ । ଜାଣନ୍ତୁ କଣ ରହିଛି ନିୟମ ।

ପିଏଫ ଉଠାଣ ଉପରେ କଣ ରହିଛି ଇନକମ ଟ୍ୟାକ୍ସ ନିୟମ

wp:list {"ordered":true}
  1. ଯଦି କୌଣସି କଂପାନୀରେ କୌଣସି  କର୍ମଚାରୀ ୫ ବର୍ଷ ରହିଥିବେ ଆଉ ସେ ଯଦି ଇପିଏଫ  ଉଠାନ୍ତି ତେବେ  ତା ଉପରେ ଇନକମ ଟ୍ୟାକ୍ସର କୌଣସି ଲୟାବିଲିଟି ନଥାଏ । ୫ ବର୍ଷର ଅବଧି ଏକ କିମ୍ବା ଏହାଠୁ ଅଧିକ କିମ୍ବା କଂପାନୀକୁ ମିଶାଇ ବି ହୋଇପାରେ ।  ତେବେ ଏଥିପାଇଁ ଗୋଟିଏ ହିଁ କଂପାନୀରେ ୫ ବର୍ଷ ପୁରା କରିବା ଜରୁରୀ ନୁହେଁ ।କିନ୍ତୁ  ମୋଟ ଅବଧି  ଅତି କମରେ ୫ ବର୍ଷ ହେବା ନିହାତି ଜରୁରୀ ।
  2. ଯଦି କୌଣସି କର୍ମଚାରଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ରହିଥାଏ, କିମ୍ବା କଂପାନୀ ବନ୍ଦ ହୋଇଯାଏ କିମ୍ବା ଏଭଳି ଅନ୍ୟ କୌଣସି କାରଣ ଯୋଗୁଁ କର୍ମଚାରୀଙ୍କ ଚାକିରି ଚାଲିଯାଏଁ ଏବଂ ଆପଣ ଉକ୍ତ କଂପାନୀରେ ୫ ବର୍ଷରୁ ଅଧିକ ଦିନ ହେଲା କାମ କରିଆସିଛନ୍ତି ତେବେ ବି ତା ଉପରେ ଇନକମ ଟ୍ୟାକ୍ସ ଲୟାବିଲିଟ୍ ନଥାଏ ।
  3. ସେହିଭଳି ଇପିଏଫ ଆକାଉଂଟରେ ଯଦି ୩୬ ମାସ ଯାଏଁ କୌଣସି ପ୍ରେମେଂଟ ହୋଇନାହିଁ ତେବେ ତାକୁ ନିସ୍କ୍ରିୟ ବୋଲି ଘୋଷଣା କରାଯିବ । ସେହିପରି  ପିଏଫ ଆକାଉଂଟରେ ଇଂଟରେଷ୍ଟ ସେପର୍ଯ୍ୟନ୍ତ ମିଳୁଥିବ , ଯେପର୍ଯ୍ୟନ୍ତ କର୍ମଚାରୀଙ୍କ  ରିଟାୟରମେଂଟ ବୟସ ପୁରି ନାହିଁ । ତେବେ ଚାକିରି ଛାଡିବା ପରେ ଇଂଟରେଷ୍ଟ ଟ୍ୟାକ୍ସ ପରିସରକୁ ଚାଲିଆସିଥାଏ ।
  4. ପାଂଚ ବର୍ଷର ଅବଧି ପୁରା ନହେଲେ ଉଭୟ  ଟିଡିଏସ ଏବଂ ଟ୍ୟାକ୍ସ ୧୦ ପ୍ରତିଶତ  କଟିଥାଏ । ୫୦ ହଜାର କିମ୍ବା ଏହାଠୁ ଅଧିକ ଆମାଉଂଟ ରହିଥିଲେ ଏବଂ ଅବଧି ପାଂଚ ବର୍ଷରୁ କମ ହୋଇଥିଲେ ତେବେ ଫର୍ମ ୧୫ଜି କିମ୍ବା ୧୫ଏଚ ଜମା କରି ଆପଣ ଟିଡିଏସରୁ ରକ୍ଷା ପାଇପାରିବେ ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.