ଗୋଟିଏ ଝଟକାରେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ହେଲା ୨୬୬ ଟଙ୍କା ମହଙ୍ଗା, ଏବେ ଢାବା ଓ ହୋଟେଲରେ ଖାଦ୍ୟ ହେବ ମହଙ୍ଗା

Published By : Prameya-News7 Bureau | November 01, 2021 IST

ନୂଆଦିଲ୍ଲୀ ୧।୧୧:  ପେଟ୍ରୋଲିୟମ କମ୍ପାନୀମାନେ ନଭେମ୍ବର ପହିଲାରେ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଦର ମହଙ୍ଗା କରିପାରନ୍ତି ବୋଲି ଆକଳନ କରାଯାଉଥିଲା। ଏବେ ସେଇଆ ହିଁ ହୋଇଛି, କମ୍ପାନୀମାନେ କମର୍ସିଆଲ ସିଲିଣ୍ଡର ଦର ବୃଦ୍ଧି କରିଛନ୍ତି। ଏକା ଥରକେ ସିଲିଣ୍ଡର ପିଛା ୨୬୬ଟଙ୍କା ବୃଦ୍ଧି ହୋଇଛି। ଫଳରେ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ଦିଲ୍ଲୀରେ ୨ହଜାର ୫୦ ଟଙ୍କାକୁ ପହଞ୍ଚିଛି। ବର୍ଦ୍ଧିତ ଦର ସାରା ଦେଶରେ ସୋମବାର ଲାଗୁ ହୋଇଛି।

{"id":536831,"width":839,"height":523,"sizeSlug":"full","linkDestination":"none"}

ପେଟ୍ରୋଲିୟମ କମ୍ପାନୀମାନେ ପ୍ରତି ୧୫ ଦିନରେ ଗ୍ୟାସ ଦର ସମୀକ୍ଷା କରିଥାନ୍ତି। ଏପର୍ଯ୍ୟନ୍ତ ଦିଲ୍ଲୀରେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ୧ ହଜାର ୭୩୪ ଟଙ୍କା ଦରରେ ବିକ୍ରି ହେଉଥିଲା। ଏହି ମୂଲ୍ୟ ବୃଦ୍ଧି ପରେ ଦେଶର ରେଷ୍ଟୁରାଣ୍ଟ, ଢାବା ଓ ହୋଟେଲମାନଙ୍କରେ ଖାଦ୍ୟ ମୂଲ୍ୟ ବୃଦ୍ଧି ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଏହି ମୂଲ୍ୟ ବୃଦ୍ଧି ପରେ ମୁମ୍ବାଇରେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ଦର ୧୬୮୩ରୁ ବଢି ୧୯୫୦ ଟଙ୍କାରେ ପହଞ୍ଚି ଯାଇଛି। ସେହିପରି କୋଲକାତାରେ ଏହି ଦର ୨ ହଜାର ୭୩ ଟଙ୍କାରେ ପହଞ୍ଚିଛି।

{"id":536832,"width":838,"height":1072,"sizeSlug":"full","linkDestination":"none"}

ଏହା ପୂର୍ବରୁ ଗତ ସେପ୍ଟେମ୍ବର ୧ ତାରିଖରେ ପେଟ୍ରୋଲିୟମ କମ୍ପାନୀମାନେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପିଛା ଦର ୭୫ ଟଙ୍କା ମହଙ୍ଗା ହୋଇଥିଲା। ଫଳରେ ମାତ୍ର ୩ ମାସରେ ସିଲିଣ୍ଡର ଦର ୩୪୧ ଟଙ୍କା ମହଙ୍ଗା ହେବା ବ୍ୟବସାୟୀକ ଉତ୍ପାଦନ ଉପରେ ପ୍ରଭାବ ପକାଇବ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.