ବଦଳିଲା ଇଣ୍ଡେନ୍ ଗ୍ୟାସ୍ ସିଲିଣ୍ଡର୍ ବୁକିଂ ନିୟମ: ସାରା ଦେଶରେ ଗ୍ରାହକଙ୍କ ପାଇଁ ଲାଗୁ ହେଲା ନୂଆ ନମ୍ବର

Published By : Prameya-News7 Bureau | November 03, 2020 IST

ନୂଆଦିଲ୍ଲୀ ୦୩/୧୧ : ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଉପଭୋକ୍ତାଙ୍କ ପାଇଁ ନଭେମ୍ବର ୩ ତାରିଖରୁ ନୂଆ ସେବା ଆରମ୍ଭ କରିଛି। ଏହି ସେବା ସରକାରୀ ଗ୍ୟାସ୍ କମ୍ପାନୀ ଇଣ୍ଡେନ ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଆରମ୍ଭ ହୋଇଛି। ଇଣ୍ଡେନ୍ ଉପଭୋକ୍ତା ଆଜିଠାରୁ, ଅର୍ଥାତ ନଭେମ୍ବର ୩ ତାରିଖରୁ ଟୋଲ୍ ଫ୍ରି ନମ୍ବର୍ ମାଧ୍ୟମରେ ଗ୍ୟାସ୍ ବୁକିଂ କରିପାରିବେ। ମନ୍ତ୍ରାଳୟ ଇଣ୍ଡେ୍ନ ଗ୍ୟାସ୍ ଗ୍ରାହକଙ୍କ ପାଇଁ ନୂଆ ନମ୍ବର 7718955555 ଜାରି କରିଛି। ବର୍ତ୍ତମାନ ଏହି ନମ୍ବର୍ ଜରିଆରେ ଘରେ ବସି ଗ୍ୟାସ୍ ବୁକିଂ କରିପାରିବେ। ସିଲିଣ୍ଡର ବୁକିଂ ସୁବିଧା ୨୪*୭ ଉପଲବ୍ଧ।

ଏବେ ସୁଦ୍ଧା ସମସ୍ୟା ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ଅଲଗା ଅଲଗା ନମ୍ବର ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ଏହିସବୁ ନମ୍ବର ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ସାରା ଦେଶ ପାଇଁ ଗୋଟିଏ ନମ୍ବର ଲାଗୁ କରାଯାଇଛି। ଇଣ୍ଡେନ୍ ଗ୍ରାହକ ବର୍ତ୍ତମାନ ଏହି ଟୋଲ୍ ଫ୍ରି ନମ୍ବରରେ କଲ୍ କରି ଗ୍ୟାସ୍ ବୁକିଂ କରିପାରିବେ।

ମନ୍ତ୍ରାଳୟ ସୂଚନା ଦେଇଛି ଯେ, ଯଦି କୌଣସି ଉପଭୋକ୍ତା ନିଜ ଅଞ୍ଚଳରେ ଅନ୍ୟ ଟେଲିକମ୍ ସର୍କିଲକୁ ଚାଲିଯାଏ ତାହେଲେ ଏହି ନମ୍ବର ଜରିଆରେ ଗ୍ୟାସ୍ ସିଲିଣ୍ଡର୍ ବୁକିଂ କରିପାରିବେ। ଏଥିପାଇଁ ଉପଭୋକ୍ତାଙ୍କୁ ଏସଏମଏସ୍ କିମ୍ବା ଆଇବିଆରଏସ ଜରିଆରେ ଗ୍ୟାସ୍ ସିଲିଣ୍ଡର୍ ବୁକିଂ କରିବାକୁ ହେବ। ବର୍ତ୍ତମାନ ଇଣ୍ଡେନ୍ ଉପଭୋକ୍ତା କେବଳ ନିଜର ପଞ୍ଜିକୃତ ମୋବାଇଲ୍ ନମ୍ବରରୁ ହିଁ ସିଲିଣ୍ଡର୍ ବୁକିଂ କରିପାରିବେ।

ଘରେ ବ୍ୟବହାର ହେଉଥିବା ସିଲିଣ୍ଡର୍ ଚୋରି ରୋକିବାକୁ ଏବଂ ସିଲିଣ୍ଡର କଳାବଜାରୀ ରୋକିବାକୁ ନୂଆ ଏଲପିଜି ସିଲିଣ୍ଡର୍ ଡେଲିଭରି ସିଷ୍ଟମ ଲାଗୁ ଲରାଜାଇଛି। ଏହି ନୂଆ ନିୟମ ଅନୁସାରେ ନଭେମ୍ବର ୧ ତାରିଖରୁ ଏଲପିଜି ଗ୍ୟାସ୍ ସିଲିଣ୍ଡର୍ ନେଇ ଡେଲିଭରି ବଏ ଆପଣଙ୍କ ଘରକୁ ଆସିଲେ ତାକୁ ଆପଣଙ୍କ ଓଟିପି ଦେଖାଇବାକୁ ହେବ ଯାହା ଆପଣଙ୍କ ମୋବାଇଲକୁ ଆସିଥିବ। ଓଟିପି ଡେଲିଭରି ବଏକୁ ନ ଦେଖାଇବା ଯାଏଁ ସିଲିଣ୍ଡର ଡେଲିଭର ହେବନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.