Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ପେଟ୍ରୋଲ ଟାଙ୍କି ମାଲିକଙ୍କ ଘରେ ଡକାୟତି, ବନ୍ଧୁକ ମୁନରେ ଲୁଟିନେଲେ ଟଙ୍କା ଓ ସୁନା ଗହଣା

10/01/2021 at 9:28 AM

କଳାହାଣ୍ଡି, ୧୦|୦୧ : କଳାହାଣ୍ଡି ଜିଲ୍ଲା ବୋର୍ଡ ଗାଁରେ ଶନିବାର  ବିଳମ୍ଵିତ ରାତିରେ ଜଣେ ପେଟ୍ରୋଲ ଟାଙ୍କି ମାଲିକଙ୍କ ଘରେ ଲୁଟ୍ ହୋଇଛି । ଦୁର୍ବତ୍ତମାନେ ଘରେ ପଶି ବନ୍ଧୁକ ମୁନରେ ଡକାୟତି କରିଛନ୍ତି।

ବୋର୍ଡ଼ ଫାଣ୍ଡି ଅନ୍ତର୍ଗତ ବୋର୍ଡ଼ ଗାଁର ରାଜୁ ଜୈନଙ୍କ ଘରୁ ଏହି ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ୫ ଜଣ ଦୁର୍ବୃତ୍ତ ରାତି ୧୨ଟା ରୁ ୧ ଟା ମଧ୍ୟରେ ଘରର ତଳ ମହଲାରେ ପୁଅ ଓ ସ୍ତ୍ରୀ ରହୁଥିବା କୋଠରୀରେ ପଶି ସେମାନଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ କରି ନଗଦ ଟଙ୍କା ଓ ସୁନା ଲୁଟି ନେଇଛନ୍ତି।

ଘଟଣାସ୍ଥଳରେ ପୋଲିସ ପହଚି ତଦନ୍ତ ଆରମ୍ଭ କରିଛି। ଗତ ୨୬ ତାରିଖ ମୋଟେର ଗାଁରେ ଡକାୟତି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ହାତ ଖାଲିଥିବା ବେଳେ ପୁଣି ଗ୍ରାମାଞ୍ଚଳରେ ଡକାୟତି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

   Related Posts