ରେକର୍ଡ ସ୍ତରରେ ପେଟ୍ରୋଲ ଦର - ସବୁଠୁ ମହଙ୍ଗା ହେଲା

Published By : Prameya-News7 Bureau | December 01, 2019 IST

ନୂଆଦିଲ୍ଲୀ - ଚଳିତ ବର୍ଷ ପେଟ୍ରୋଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି । ଏହା ସବୁଠାରୁ ମହଙ୍ଗା ହୋଇଛି । ରବିବାରରେ ପେଟ୍ରୋଲ ଦର ବଢିବାରୁ ଏହା ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ସୂଚନା ମିଳିଛି । ଏବେ ଦିଲ୍ଲୀରେ ପେଟ୍ରୋଲ ଦର ୭୪ଟଙ୍କା ୯୫ ପଇସା ପ୍ରତି ଲିଟର । ରବିବାରରେ ଡିଜେଲ୍‌ ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଏବେ ଦେଶର ରାଜଧାନୀ ଦିଲ୍ଲୀରେ ଡିଜେଲ୍‌ ଦର ୬୫.୭୮ ପଇସାରେ ପହଞ୍ଚିଛି ।

ଇଣ୍ଡିଆନ୍‌ ଅଏଲ୍‌ର ଓ୍ୱେବସାଇଟ୍‌ ଅନୁସାରେ ଗୁରୁବାରରେ ଦିଲ୍ଲୀ , କୋଲକାତା, ମୁମ୍ବଇ ଓ ଚେନ୍ନାଇରେ ପେଟ୍ରୋଲ ଦର କ୍ରମଶଃ ୭୪.୯୧ ଟଙ୍କା , ୭୭. ୫୯ ଟଙ୍କା , ୮୦.୫୬ ଟଙ୍କା ଓ ୭୭.୮୮ ଟଙ୍କାରେ ପହଞ୍ଚିଥିଲା ।

ସେହପରି ଡିଜେଲ୍‌ ଦର ୬୫.୭୮ ଟଙ୍କା , ୬୮.୧୯ ଟଙ୍କା,୬୯.୦୦ ଟଙ୍କା , ୬୯.୫୩ ଟଙ୍କାରେ ପହଞ୍ଚିଥିଲା।

ପ୍ରତିଦିନ ସକାଳ ୬ଟାରେ ଏହି ଦର ପରିବର୍ତ୍ତନ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.