Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ତେଲଦର ବୃଦ୍ଧିରେ ଲାଗୁନି ବ୍ରେକ୍, ୧୧୬ ଟଙ୍କା ଟପିଲାଣି ପେଟ୍ରୋଲ

16/10/2021 at 11:31 AM

ନୂଆଦିଲ୍ଲୀ, ୧୬|୧୦ :   ଦେଶରେ ଲଗାତର ଭାବେ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଶନିବାର ତୈଳ ଦରରେ ୩୫ ପଇସା ବୃଦ୍ଧି ଘଟିଛି । ଏହାସହ ଦେଶର ଅନେକ ସ୍ଥାନରେ ନୂଆ ରେକର୍ଡ ଦାମରେ ପହଁଚିଛି ଦର ।

ଭାରତୀୟ ପେଟ୍ରୋଲିୟମ କମ୍ପାନୀ ଶନିବାର ତୈଳ ଦରରେ ୩୫ ପଇସା ବୃଦ୍ଧି କରିଛନ୍ତି । ସେହିପରି ଡିଜେଲ ଦାମ ମଧ୍ୟ ୩୫ ପଇସା ବୃଦ୍ଧି ପାଇଛି । କେବଳ ଅକ୍ଟୋବରରେ ଏବେସୁଦ୍ଧା ପେଟ୍ରୋଲ ୩ ଟଙ୍କା ୮୫ ପଇସା ମହଙ୍ଗା ହେଲାଣି । ଡିଜେଲରେ ମଧ୍ୟ ୪ ଟଙ୍କା ବୃଦ୍ଧି ପରିଲକ୍ଷିତ ହୋଇଛି ।

ଦିଲ୍ଲୀରେ ପେଟ୍ରୋଲ ଦର ୧୦୫ ଟଙ୍କା ୪୯ ପଇସା ରହିଥିବା ବେଳେ ମୁମ୍ବାଇରେ ୧୧୧ ଟଙ୍କା ୪୩ ପଇସା ରହିଛି । ମୁମ୍ବାଇରେ ଡିଜେଲ ଦର ୧୦୨ ଟଙ୍କା ୧୫ ପଇସା ରହିଛି । ସେହିପରି ମଧ୍ୟପ୍ରଦେଶର ବାଲାଘାଟରେ ପେଟ୍ରୋଲ ଦର ୧୧୬ ଟଙ୍କା ୪୪ ପଇସାରେ ପହଁଚିଛି । ଯାହା ଏକ ରେକର୍ଡ ଅଟେ ।

କେଉଁ ସହରରେ କେତେ ଦାମ

ସହର                   ପେଟ୍ରୋଲ              ଡିଜେଲ

କୋଲକାତା            ୧୦୬.୧୦            ୯୭.୩୩    

ଦିଲ୍ଲୀ                     ୧୦୫.୪୯            ୯୪.୨୨

ମୁମ୍ବାଇ                   ୧୧୧.୪୩            ୧୦୨.୧୫

ଚେନ୍ନାଇ                 ୧୦୨.୭୦             ୯୮.୫୯

ଭୁବନେଶ୍ୱର          ୧୦୬.୪୨           ୧୦୨.୭୭

   Related Posts