Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ତୈଳ ଦର କମିବା ପରେ ଚଞ୍ଚକତା କରି କ୍ଲିୟର କରୁଥିଲେ ପାଓ୍ବାର ପେଟ୍ରୋଲ୍ : ଅଭିଯୋଗ ପରେ ସିଲ୍ କଲା ଯୋଗାଣ ବିଭାଗ

8/11/2021 at 2:39 PM

ବରଗଡ ୮।୧୧: ପେଟ୍ରୋଲ ପମ୍ପ୍‌ର ଚଞ୍ଚକତା । ଗ୍ରାହକଙ୍କ ଠକେଇ ଅଭିଯୋଗରେ ପେଟ୍ରୋଲ ପମ୍ପ୍‌କୁ ସିଲ୍ କଲା ଯୋଗାଣ ବିଭାଗ । ବରଗଡ଼ ଗାନ୍ଧୀ ଛକରେ ଥିବା କ୍ରୀଷ୍ଣା ଅଟୋ ସର୍ଭିସ୍ ନାମକ ହିନ୍ଦୁସ୍ତାନ ପେଟ୍ରୋଲ ପମ୍ପ୍‌ରେ ତାଲା ପକାଇଲା ଜିଲ୍ଲା ଯୋଗାଣ ବିଭାଗ । ନୋଜଲ ଖରାପ ଥିବା ବାହାନା କରି ୟୁଏଲପି ଅନଲିଡେଡ଼ ପେଟ୍ରୋଲ ପରିବର୍ତ୍ତେ ଦେଉଥିଲେ ପାଓ୍ବାର ପେଟ୍ରୋଲ । ଯେଉଁ ପାଓ୍ବାର ପେଟ୍ରୋଲ ପାଇଁ ଗ୍ରାହକଙ୍କୁ ୪ ଟଙ୍କା ଅଧିକ ଦେବାକୁ ପଡୁଥିଲା । ତେବେ ପ୍ରଥମେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲରେ ଟ୍ୟାକ୍ସ ଛାଡ଼ କରିଥିବା ବେଳେ ୫ ଟଙ୍କା ଦର କମ୍ ହୋଇଥିଲା । ପୂର୍ବରୁ ପେଟ୍ରୋଲ ଦର ୧୧୦ ଟଙ୍କା ରହିଥିବା ବେଳେ ଏବେ ୧୦୨ ଟଙ୍କା 77 ପଇସା ରହିଛି ।

ସେହିପରି ଡିଜେଲ ଦର ପୂର୍ବରୁ ୧୧୩ ତାଙ୍କ ରହିଥିବା ବେଳେ ବର୍ତ୍ତମାନ ୧୩ ଟଙ୍କା କମି ୯୨ ଟଙ୍କା ୫୯ ପଇସା ରହିଛି । ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୩ ଟଙ୍କା ତେଲ ଦର କମ୍ ହୋଇଥିଲା । ହେଲେ ପାଓ୍ବାର ପେଟ୍ରୋଲ କ୍ଲିୟର କରିବା ବାହାନାରେ ଅନଲିଡେଡ଼ ତେଲ ମାଗୁଥିବା ଗ୍ରାହକଙ୍କୁ ତେଲ ମହଜୁଦ ଥାଇ ମଧ୍ୟ ମେସିନର ନୋଜଲ ଖରାପ ଥିବା ଦର୍ଶାଇ ଲୋକଙ୍କୁ ବାଧ୍ୟ କରୁଥିଲେ ପାୱାର ପେଟ୍ରୋଲ କିଣିବା ପାଇଁ ପମ୍ପ ମାଲିକ ଅନୀଲ କୁମାର ଲାଠ । ଯାହାକୁ ନେଇ ବରଗଡ଼ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ଗ୍ରାହକ ।

ଅଭିଯୋଗକୁ ଭିତ୍ତି କରି ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ନିର୍ଦ୍ଦେଶ କ୍ରମେ ପେଟ୍ରୋଲ ପମ୍ପ୍‌କୁ ସିଲ୍ କରିଛି ଯୋଗାଣ ବିଭାଗ । ଏନେଇ ପେଟ୍ରୋଲ ପମ୍ପ୍ ମାଲିକ ମେସିନ ଖରାପ ଥିବା ଦର୍ଶାଇଥିବା ବେଳେ ଏନେଇ ଜିଲ୍ଲା ଯୋଗାଣ ବିଭାଗ ଅଧିକ ତଦନ୍ତ ଜାରି ରଖିଛି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ।

   Related Posts