ମୋଦିଙ୍କ ଐତିହାସିକ ବିଜୟରେ ଖୁସି ହୋଇ ଫ୍ରିରେ ସିଏନଜି ଗ୍ୟାସ ଦେଉଛନ୍ତି ପେଟ୍ରୋଲ ପମ୍ପ ମାଲିକ

Published By : Prameya-News7 Bureau | May 24, 2019 IST

ରାଜକୋଟ ୨୪/୫ : ମୋଦି ଲହରରେ ଭାରତୀୟ ଜନତା ପାର୍ଟି ଲଗାତାର ଦ୍ୱିତୀୟଥର ପାଇଁ ଐତିହାସିକ ବିଜୟ ହାସଲ କରିଛି । ମୋଦିଙ୍କ ଐତିହାସିକ ବିଜୟ ଦେଖି ପେଟ୍ରୋଲ ପମ୍ପ ମାଲିକ ଏତେ ଖୁସି ହୋଇଗଲେ ଯେ ସେ ଅଟୋବାଲାଙ୍କୁ ଫ୍ରିରେ ସେଏନଜି ଗ୍ୟାସ ଦେଉଛନ୍ତି । ଗୁଜୁରାଟ ରାଜକୋଟର ଗୋପାଲ ଚୁତସମାଙ୍କ ଏକ ପେଟ୍ରୋଲ ପମ୍ପ ଅଛି । ମୋଦିଙ୍କ ବିଜୟରେ ଖୁସି ହୋଇ ସେ ଅଟୋବାଲାଙ୍କୁ ଫ୍ରିରେ ଗ୍ୟାସ ଦେଉଛନ୍ତି । ଏବେ ପର୍ଯ୍ୟନ୍ତ ୧୦୦ ଜଣ ଅଟୋବାଲାଙ୍କୁ ଗ୍ୟାସ ଦିଆସରିଛି । ଆହୁରି ୨୦୦ରୁ ଅଧିକ ଅଟୋବାଲା ଏହି ଖବର ଶୁଣି ଗ୍ୟାସ ଭରିବା ପାଇଁ ଲାଇନରେ ଛିଡା ହୋଇଛନ୍ତି ।

{"id":115448}

ସୂଚନାଯୋଗ୍ୟ ଯେ, ଗୁଜୁରାଟର ସମସ୍ତ ୨୬ ଆସନ ବିଜେପି ଅକ୍ତିଆର କରିଛି । ୨୦୧୪ ଭଳି ଏଥର ମଧ୍ୟ ବିଜେପି ଗୁଜୁରାଟରେ ବହୁତ ଭଲ ପ୍ରଦର୍ଶନ କରିଛି ।

{"id":115449}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.