Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପୋଲିସ ଅଧିକାରୀଙ୍କ ଭାଇ କହି ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ଆକ୍ରମଣ ସହ ଲୁଟିନେଲେ ଟଙ୍କା

11/04/2021 at 11:35 AM

ପାଟଣା ୧୧/୪: କେନ୍ଦୁଝର ବାରିଆରେ ପେଟ୍ରୋଲ ପମ୍ ମ୍ୟାନଜରଙ୍କୁ ଆକ୍ରମଣ । ଥାନା ଆଇଆଇସିଙ୍କ ଭାଇର ପରିଚୟ ଦେଇ ମାଡ ମାରି ଲୁଟ୍ ଅଭିଯୋଗ ହୋଇଛି । ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମ୍ୟାନେଜର  ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ଭଣ୍ଡା ବଜାର ଉପରେ ଥିବା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପର ମ୍ୟାନେଜର ଶୋଇଥିବା ସମୟରେ ହଠାତ୍ ପଶିଥିଲେ ୮ ରୁ ୧୦ ଜଣ ଦୁର୍ବୃତ୍ତ । ବୋଲେରୋରେ ଆସି ମ୍ୟାନେଜର ଶୋଇଥିବା ରୁମର କବାଟ ବାଡେଇ ଥିଲେ । ମ୍ୟାନେଜର ନ ଉଠିବାରୁ ଗୋଇଠା ମାରି କବାଟ ଭାଙ୍ଗି ଦେଇଥିଲେ । ମ୍ୟାନେଜର ବାହାରିବା ପରେ ଅତର୍କିତ ଆକ୍ରମଣ କରିଥିଲେ ।

ଫଳରେ ଲହୁଲୁହାଣ ହୋଇ ଗୁରୁତର ଅବସ୍ଥାରେ ଭଣ୍ଡା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ମ୍ୟାନେଜର ଜଣଙ୍କ । ଏଥିସହ ୧୫ ହଜାର ଟଙ୍କା ଲୁଟିନେଇଥିବା ମ୍ୟାନେଜର ଅଭିଯୋଗ ଆଣିଛନ୍ତି । ତେବେ କିଏ ସେ ଦୁର୍ବୁତ୍ତ ଯିଏ ବାରିଆ ଥାନା ଅଧିକାରୀଙ୍କ ଭାଇ କହି ଆକ୍ରମଣ କରିଥିଲା ତାହା ଏ ଯାଏଁ ଜଣାପଡିନି । ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

   Related Posts