Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

୫୦ ଲିଟର କ୍ଷମତା କାର ଟାଙ୍କିରେ ୫୨ ଲିଟର ତେଲ ପକାଇଲେ ପମ୍ପ କର୍ମଚାରୀ , ତାପରେ…

20/09/2020 at 1:14 PM

ସୋନିପତ ୨୦/୦୯ : ହରିୟାଣା ସୋନିପତ ଗାଁ ଖେଡା ସ୍ଥିତ ହିନ୍ଦୁସ୍ତାନ ପେଟ୍ରୋଲିୟମ ପେଟ୍ରୋଲ ପମ୍ପର ଏକ ଅଜବ କାରନାମା ସାମ୍ନାକୁ ଆସିଛି । ଜଣେ କାର ମାଲିକ ଅଭିଯୋଗ କରିଛନ୍ତି ଯେ, କାରର ୫୦ ଲିଟର ତେଲ ଟାଙ୍କିରେ ପମ୍ପ ଵାଲା ୫୨ ଲିଟର ତେଲ ପକାଇଛି । ଏନେଇ କାର ମାଲିକ ପମ୍ପ ମାଲିକଙ୍କୁ ସୂଚନା ଦେଇଥିଲେ । ପମ୍ପ ମାଲିକ ଓଲଟା କାର ମାଲିକଙ୍କ ସହ ଦୁର୍ବ୍ୟବହାର କରିଥିଲେ । କାର ସୋନିପତ ସିଭିଲ ହସ୍ପିଟାଲର ଡାକ୍ତର ଯୋଗେଶଙ୍କର ।

ଡ.ଯୋଗେଶ ଏନେଇ ପୋଲିସ ଓ ଖାଦ୍ୟ ଯୋଗାଣ ବିଭାଗରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଖାଦ୍ୟ ଯୋଗାଣ ବିଭାଗ ଅଧିକାରୀ ପେଟ୍ରୋଲ ପମ୍ପ ମେସିନକୁ ସିଲ କରିଛନ୍ତି । ଡ.ଯୋଗେଶ ଅଭିଯୋଗ କରିଛନ୍ତି ଯେ, ତେଲ ପକାଇବା ପୂର୍ବରୁ ତାଙ୍କ ଗାଡିରେ ତେଲ ଥିଲା । କିନ୍ତୁ ପମ୍ପ କର୍ମଚାରୀ ତାଙ୍କ ଗାଡିରେ ୫୨ ଲିଟର ତେଲ ପକାଇ ଦେଇଥିଲେ । କିନ୍ତୁ ଡଷ୍ଟର ଗାଡିର ତେଲ ଟାଙ୍କି କ୍ଷମତା ୫୦ ଲିଟର । ଯେତେବେଳେ ଡ.ଯୋଗେଶ ପମ୍ପ ମାଲିକଙ୍କୁ ଅଭିଯୋଗ କରିଥିଲେ ପମ୍ପ ମାଲିକ ଓଲଟା ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଏହାପରେ ଯୋଗେଶ ଥାନାରେ ଓ ଖାଦ୍ୟ ଯୋଗାଣ ବିଭାଗରେ ଅଭିଯୋଗ କରିଥିଲେ । ପମ୍ପ ମାଲିକଙ୍କୁ ଯେତେବେଳେ ଏ ସମ୍ବନ୍ଧରେ ପଚରାଯାଇଥିଲା ସେ ଘଟଣା ସମ୍ପର୍କରେ ଅସ୍ବୀକାର କରିଥିଲେ ଓ ତେଲର ଯାଞ୍ଚ ପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ ।

ଅଭିଯୋଗ ପରେ ପୋଲିସ ଓ ଖାଦ୍ୟ ଯୋଗାଣ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପମ୍ପ ମେସିନକୁ ସିଲ କରିଦେଇଥିଲେ । କିନ୍ତୁ ଗଣମାଧ୍ୟମ ଆଗକୁ ଆସିବାକୁ ଚାହିଁନଥିଲେ । ଏଥିରୁ ଆଶଙ୍କା କରାଯାଉଛି ଯେ ପମ୍ପ ମାଲିକ ଓ ଖାଦ୍ୟ ଯୋଗାଣ ବିଭାଗ ଅଧିକାରୀ ଏଥିରେ ସାମିଲ ଅଛନ୍ତି । ତେବେ ବିଭାଗ ଏନେଇ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ଦେଖିବା ବାକି ରହିଲା ।

   Related Posts