Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗାଙ୍ଗୁଲିଙ୍କୁ ହରାଇଲେ ଶାହ : ୧ ରନରେ ପରାସ୍ତ ହେଲା ଦାଦାଙ୍କ ଟିମ୍
  • ||
  • ବାତ୍ୟା ପାଇଁ ଟ୍ରେନ ବାତିଲ, ଯାତ୍ରୀଙ୍କୁ ଟ୍ରେନର ଷ୍ଟକ୍ ରଖିବାକୁ ଅନୁରୋଧ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୩ କରୋନା ସଂକ୍ରମିତ, ୧୦୫୦୦୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ
  • ||
  • ଅନୁଗୁଳ : ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, ୨ ମୃତ
  • ||
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ଏପର୍ଯ୍ୟନ୍ତ ମିଳିଲାନି ପୁଅର ସନ୍ଧାନ: ଶେଷରେ ହାତରୁ ଶଙ୍ଖା ଭାଙ୍ଗିଲେ ସ୍ତ୍ରୀ ଆଉ ମଥାରୁ ପୋଛି ଦେଲେ ସିନ୍ଦୂର, ଏମିତି ଦେଲେ ଅନ୍ତିମ ବିଦାୟ

10/10/2020 at 4:36 PM

ଭୁବନେଶ୍ୱର୧୦/୧୦: ଭୁବନେଶ୍ୱର ରାଜଭବନ ଛକ ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ଘଟଣାର ୩ ଦିନ ବିତିଗଲାଣି । ନିଖୋଜ ଥିବା ସୀମାଞ୍ଚଳ ପରିଡ଼ାଙ୍କର କୌଣସି ପତ୍ତା ମିଳୁନାହିଁ। ସେ ମୃତ କି ଜୀବିତ ସେ ସଂପର୍କରେ କୌଣସି ସନ୍ଧାନ ମିଳି ନାହିଁ। ଘରର ପୁଅ କୁଆଡ଼େ ଗଲେ, କେଉଁଠି ଅଛନ୍ତି, ସେ ପଂପର୍କରେ ପରିବାର ପାଖରେ କୌଣସି ସୂଚନା ନାହିଁ। ଶେଷରେ ପ୍ରତୀକାତ୍ମକ ଭାବେ ପୁଅର ଅନ୍ତିମ ସଂସ୍କାର କରିଛନ୍ତି ପରିବାର ଲୋକେ। ପାଳ ନଡ଼ାକୁ ବିଡ଼ା ବାନ୍ଧି କୋକେଇରେ ନେଲେ ମଶାଣୀ। ପୁଣି ସେଠାରେ ଶବ ସତ୍କାର କରିଛନ୍ତି। ଏହି ଘଟଣାରେ ପରିବାର ଏବଂ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଶେଷରେ ହାତରୁ ଶଙ୍ଖା ଭାଙ୍ଗିଲେ ସ୍ତ୍ରୀ ଆଉ ମଥାରୁ ପୋଛି ଦେଲେ ସିନ୍ଦୂର।

ମିଳିଥିବା ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗହଙ୍ଗୁ ଗାଁର ସୀମାଞ୍ଚଳ ପରିଡା। ବିସ୍ଫୋରଣ ପରଠାରୁ ସେ ନିଖୋଜ ଅଛନ୍ତି। ସେ ଏବେ ମୃତ କି ଜୀବିତ ସେ ନେଇ ସରକାରୀ ସୁତ୍ରରୁ ସ୍ପଷ୍ଟ କରାଯାଇନି। ପୂର୍ବରୁ ବିସ୍ଫୋରଣରେ ମୃତ ଗଞ୍ଜାମ ଜିଲ୍ଲାରଘୁନାଥ ନଗରର ଜଣେ ବ୍ୟକ୍ତିଙ୍କ ମୃତଦେହ ଗାଁକୁ ଅଣାଯାଇଥିଲା। ହେଲେ ସୀମାଞ୍ଚଳଙ୍କ ଖବର ନ ମିଳିବାର ପରିବାର ଲୋକେ ତାଙ୍କର ପ୍ରତୀକ ସଂସ୍କାର କରିଛନ୍ତି। ଏଭଳି ଢଙ୍ଗରେ ଅନ୍ତିମ ସଂସ୍କାର କରିିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ଭୁବନେଶ୍ୱର ରାଜଭବନ ଛକ ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ଘଟଣାର ତଦନ୍ତ କରୁଛି କମିଶନରେଟ୍ ପୋଲିସ। ଏ ନେଇ ନିଜ ଆଡୁ ମାମଲା କରିଛି କମିଶନରେଟ୍ ପୋଲିସ। ବିସ୍ଫୋରଣ ପରେ ଘଟଣାସ୍ଥଳରୁ ମିଳିଥିବା ମାଂସ ଖଣ୍ଡକୁ ଡିଏନ୍ଏ ଟେଷ୍ଟ ପାଇଁ ପଠାଯାଇଛି।

ପୋଲିସ୍ ତଦନ୍ତରୁ ଜଣାପଡ଼ିଛି ଯେ, ବିସ୍ଫୋରଣ ପୂର୍ବରୁ ସେଠାରେ ୪ ଜଣ କାମ କରୁଥିଲେ। ଏହି ବିସ୍ଫୋରଣରେ କଟକ ଏସ୍‌ସିବିରେ ଗଞ୍ଜାମ ଜିଲ୍ଲାର ସତ୍ୟବ୍ରତ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଅଛନ୍ତି।  ଏହି ବିସ୍ଫୋରଣରେ କେତେ ଜଣ ଆହାତ, କେତେ ଜଣ ଗୁରୁତର ଏବଂ କେତେ ଜଣଙ୍କ ମୃତ୍ୟୁ, ଯାହାର ପ୍ରକୃତ ତଥ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

   Related Posts